ଯେତେବେଳେ ପାପ ପୁଣ୍ୟର କଥା ଉଠେ ସେତେବେଳେ ଲୋକମାନେ ପୂଣ୍ୟ କରିବାକୁ ଚାହାଁନ୍ତି କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ କର୍ମ ନିଶ୍ଚୟ କରନ୍ତି । ଆପଣମାନେ ତ ଜାଣିଥିବେ ଏମିତି ଲୋକ ବହୁତ ଅଛନ୍ତି ଯିଏ ପାପ କର୍ମରେ ଲିପ୍ତ ନଥାନ୍ତି । ଜୀବନ ଯାକ କେବଳ ପୂଣ୍ୟ କାମ କରି ବିତାଇ ଦେଇଥାନ୍ତି । ଯଦି ଆପଣ ଶହେ ପୂଣ୍ୟ କରିଛନ୍ତି କିନ୍ତୁ ଯଦି ଗୋଟିଏ ପାପ କରି ଦିଅନ୍ତି ତ ତେବେ ସେହି ଶହେ ପୂଣ୍ୟର ଫଳ ନଷ୍ଟ ହୋଇଥାଏ । ସେହି ବ୍ୟକ୍ତିମାନେ ନିଜ ପାପର ଦଣ୍ଡ ଏହି ଜନ୍ମରେ ହେଉ କିମ୍ବା ପରବର୍ତ୍ତୀ ଜନ୍ମରେ ନିଶ୍ଚୟ ଭୋଗ କରନ୍ତି ।
ସଂସାରରେ ବିଭିନ୍ନ ପ୍ରକାରର ଲୋକ ରହିଥାନ୍ତି । ସେଥି ମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରୁହନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କେବଳ ପୂଣ୍ୟ କରନ୍ତି କେବେ ବି କୌଣସି ପାପ କରନ୍ତି ନାହିଁ ଏବଂ କାହାକୁ ପାପ କର୍ମ କରିବାକୁ ମଧ୍ୟ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣମାନଙ୍କୁ କହିବୁ କି ସଂସାରର ସବୁଠୁ ବଡ ପାପ କଣ ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ସଂସାରରେ ସବୁଠାରୁ ବଡ ପାପ ହେଉଛି ନାରୀକୁ ଅସମ୍ମାନିତ କରିବା ।
ଭଗବାନ ନିଜେ କହିଛନ୍ତି ଯେ ସଂସାରରେ ସବୁଠାରୁ ବଡ ପାପୀ ହେଉଛି ସେହି ବ୍ୟକ୍ତି ଯିଏ ନାରୀର ଇଜ୍ଜତ ସହ ଖେଳିଥାଏ । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ ଶକ୍ତି । କାହିଁକି ନା ଗୋଟିଏ ନାରୀ ହିଁ ଅସହ୍ୟ କଷ୍ଟ ସହ୍ୟ କରି ଗୋଟିଏ ନୂତନ ଜୀବନ ଦୁନିଆକୁ ଆଣିଥାଏ ।
ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ । ତେବେ ଏହିପରି ଶକ୍ତିର ଅବମାନ ସଂପୂର୍ଣ୍ଣ ରୂପେ ବ୍ରହ୍ମାଣ୍ଡର ବର୍ବାଦ ସହିତ ସମାନ ହୋଇଥାଏ । ଭଗବାନଙ୍କ କହିବା ଅନୁସାରେ ନାରୀକୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ ।
କିନ୍ତୁ ଯଦି ଗୋଟିଏ ପୁରୁଷ ନାରୀଙ୍କୁ ଅସମ୍ମାନ କରେ ତେବେ ସେ ସବୁଠାରୁ ବଡ ପାପର ହାଗୀଦାରୀ ହୋଇଥାଏ । ତେଣୁ ସଂସାରର ସବୁଠାରୁ ବଡ ପାପ ହେଉଛି ନାରୀକୁ ଅସମ୍ମାନିତ କରିବା । ଏହି ପାପରୁ ଦୂରେଇ ରୁହନ୍ତୁ ଓ ନିଜ ଆଖ ପାଖରେ ଥିବା ସବୁ ନାରୀ ମାନଙ୍କୁ ସମ୍ମାନ କରନ୍ତୁ ।
ଏବେ ଆସନ୍ତୁ ଜାଣିବା ପାପରୁ ମୁକ୍ତି ପାଇବାର ସରଳ ଉପାୟ ବିଷୟରେ
ପ୍ରତ୍ଯେକ ମଣିଷ ତାଙ୍କ ଜୀବନରେ ପ୍ରଥମ ନାରୀ ଭାବେ ମା’ଙ୍କୁ ପାଇଥାନ୍ତି । ଏଣୁ ପ୍ରତ୍ଯେକ ଦିନ ନିଜ ମା’ଙ୍କର ସେବା କରନ୍ତୁ ଏବଂ ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏହା ଦ୍ଵାରା ଆପଣମାନେ କରିଥିବା ପାପରୁ ମୁକ୍ତି ପାଇ ପାରିବେ । ତେବେ ଆପଣମାନଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଏହିପରି ଅଧିକ ଜ୍ଞାନ ବର୍ଦ୍ଧକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ ।