ଶନିବାରର ରାଶିଫଳ 13 ଜୁନ 2020, ସନ୍ଧ୍ୟା ପରେ ଶନିଦେବ ଏହି 6ଟି ରାଶି ଉପରେ କରିବେ କୃପା, ସବୁ ଇଚ୍ଛା ହେବ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 13 ଜୁନ 2020 ଶନିବାରର ରାଶିଫଳ ।

ମେଷ

ଆପଣଙ୍କର ଗୁପ୍ତ ବିରୋଧୀ ଆପଣଙ୍କ ବିଷୟରେ ଖରାପ କଥା ପ୍ରସାର କରିବା ପାଇଁ ଅଧୀର ହେବେ । ଆପଣଙ୍କ ଜୀବନସାଥିଙ୍କ ସଙ୍ଗୀତ ଦ୍ଵାରା ଦିନଟି ଆନନ୍ଦମୟ ଏବଂ ଶାନ୍ତିପୂର୍ଣ ହେବ । ପଇସାକୁ ନେଇ କାହା ଉପରେ ଅନ୍ଧଭଳି ବିଶ୍ଵାସ କରନ୍ତୁ ନାହିଁ ନହେଲେ ଧୋକା ଖାଇ ପାରନ୍ତି । ଯେଉଁ କାମ ପାଇଁ ଆପଣ ପରିଶ୍ରମ କରିଛନ୍ତି ଆପଣଙ୍କୁ ତାହାର ଲାଭ ମିଳିବ । ଧର୍ଯ୍ୟର ସହିତ ନିଜ ବ୍ୟବସାୟ ଉପରେ ଧ୍ୟାନ ରଖନ୍ତୁ । ଏହା ଆପଣଙ୍କ ପାଇଁ ଭଲ ହେବ । ନିଜ ଜୀବନସାଥିଙ୍କ ଉପରେ ଛୋଟ ଛୋଟ କଥା ପାଇଁ ରାଗନ୍ତୁ ନାହିଁ ।

ବୃଷ

ଆଜି ଆପଣଙ୍କର ସବୁ ଇଛା ପୂରଣ ହେବ । ମାତା ପିତାଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ପରିବାର ପାଇଁ ଚିନ୍ତା ରହିବ । ଯାତ୍ରା ବହୁତ ଭଲ ହେବା ସହିତ ଲାଭକାରୀ ମଧ୍ୟ ହେବ । ଆପଣଙ୍କୁ ଆପଣଙ୍କ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଅନେକ ସଫଳତା ମିଳିବ । ଶନିଦେବଙ୍କ କୃପାରୁ ବ୍ୟବସାୟରେ ଆପଣଙ୍କୁ ହଠାତ ଲାଭ ମିଳିବା ଆରମ୍ଭ ହୋଇଯିବ । ଆପଣ ନିଜ କଥା ବଳରେ ଭାବିଥିବା ସବୁ କାମ ପୁରା କରିବେ ।

ମିଥୁନ

ଆଜି ଆପଣ କାହା ବିଷୟରେ ଆଲୋଚନା ନକରି ନିଜ କାମ ଉପରେ ଧ୍ୟାନ ଦେବା ହିଁ ଠିକ ହେବ । ପରିବାରକୁ ଖୁସି ଏବଂ ଶାନ୍ତି ଆସିବ । ପତ୍ରକାରଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଟେ, ଆପଣଙ୍କ କାମର ପ୍ରଶଂସା ହୋଇ ପାରେ । ବ୍ୟକ୍ତିଗତ ମାମଲା ପାଇଁ ଆଜିର ଦିନଟି ଭଲ ରହିବ କିନ୍ତୁ ପାରିବାରିକ ମାମଲାକୁ ନେଇ ଆପଣ ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ଆର୍ଥିକ ଯୋଜନା ସଫଳତାପୂର୍ବକ ଶେଷ ହେବ ।

କର୍କଟ

ଏହି ରାଶିର ଲୋକ ଆଜି ଭାଗ୍ୟର ଲାଭ ଉଠାଇବେ । ଅଧିକ ଖର୍ଚ ହେବ । ପରିବାରର ସହଯୋଗ ମିଳିବ । ବନ୍ଧୁଙ୍କ ସହଯୋଗ ମଧ୍ୟ ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ବହୁତ ଭଲ ଅଛି । ଆପଣଙ୍କ ଉପରେ ସବୁଠାରୁ ଅଧିକ ଶନିଦେବଙ୍କ କୃପା ଅଛି ଯାହାଦ୍ୱାରା ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାର କଷ୍ଟ ଦୂର ହେବ । ଚାକିରି ଏବଂ ବ୍ୟବସାୟ ଉଭୟରେ ଆର୍ଥିକ ଲାଭ ହେବ । କୌଣସି ସମାରୋହରେ ଆପଣଙ୍କୁ ଡକାଯାଇ ପାରେ ।

ସିଂହ

ଆଜି ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳିବ । ଅନ୍ୟର ସଫଳତାରେ ଆପଣ ନିଜ ଭିତରକୁ ଖରାପ ଭାବନା ଆଣନ୍ତୁ ନାହିଁ । ଘରେ ସମସ୍ୟା ସୃଷ୍ଟି ହୋଇ ପାରେ । କାର୍ଯ୍ୟକ୍ଷେତ୍ରରେ ଲାଭ ହେବା ଦ୍ଵାରା ଆପଣ ଖୁସି ହେବେ । ଆୟରେ ବୃଦ୍ଧି ହୋଇ ପାରେ । ବେପାରୀ ମାନଙ୍କ ପାଇଁ ଆଜିର ଦିନଟି ବହୁତ ଶୁଭ ରହିବ । ଧନ ବର୍ଷା ହେବାର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ମାଧ୍ୟମ ଧାରଣର ରହିବ କିନ୍ତୁ ପେଟରେ ଯନ୍ତ୍ରଣା ହୋଇ ପାରେ ।

କନ୍ୟା

ଧର୍ମ କର୍ମରେ ଆଗ୍ରହ ବଢିବ । ବ୍ୟବସାୟରେ ପ୍ରଥମରୁ କରାଯାଇ ଥିବା କାମରେ ଲାଭ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ କିମ୍ବା ପ୍ରଶଂସା ମିଳିପାରେ । ଲଭ ଲାଇଫ ଖୁସିରେ କଟିବ । ପ୍ରାଇଭେଟ ଚାକିରି କରିଥିବା ଲୋକଙ୍କର ଆଜି ପ୍ରମୋଶନ ହୋଇ ପାରେ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ବେପାରୀ ମାନେ ନିଜ ବେପାରରେ କିଛି ପରିବର୍ତ୍ତନ କରି ପାରନ୍ତି । ଆପଣଙ୍କର ସକାରାତ୍ମକ ଭାବନା ପୁରସ୍କୃତ ହୋଇ ପାରେ କାରଣ ଆପଣ ନିଜ ଚେଷ୍ଟାରେ ସଫଳତା ପାଇ ପାରନ୍ତି ।

ତୁଳା

ରାଜନୈତିକ, ସାମାଜିକ ସବନ୍ଧିତ ବ୍ୟବସାୟରେ ଆପଣଙ୍କ ଭାବନା ଉଚରେ ରହିବ । ଆପଣଙ୍କର କିଛି ନୂଆ ଚିନ୍ତାଧାରା ଆସିପାରେ ଯାହା ଆପଣଙ୍କୁ ସଫଳତା ଆଡକୁ ନେଇଯିବ । ଆପଣଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଅନେକ ସୁଯୋଗ ମିଳିବ । ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସମନ୍ୟୁୟ ରକ୍ଷା କରନ୍ତୁ । ଆପଣଙ୍କର ଭରପୁର ଶକ୍ତି ଏବଂ ଅପାର ଉତ୍ସାହ ସକାରାତ୍ମକ ଫଳାଫଳ ଆଣିବ ଏବଂ ଘରୋଇ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆର୍ଥିକ ମାମଲାରେ କ୍ଷତି ହେବା କାରଣରୁ ମନ ଦୁଖଃ ମଧ୍ୟ ହୋଇ ପାରେ ।

ବିଛା

ଆଜି ଆପଣ ନିଜକୁ ବଡ ଶକ୍ତି ଏବଂ ଉତ୍ସାହ ଭରା ପାଇବେ । ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ପରିବାରର ସଦସ୍ୟ କିମ୍ବା ଜୀବନସାଥି ସମସ୍ୟାର କାରଣ ହୋଇ ପାରନ୍ତି । ଆସ୍ଥା, ଆଧ୍ୟାତ୍ମ ଏବଂ ସଂସ୍କାରକୁ ବଳ ମିଳିବ । ଆପଣଙ୍କ ପାଇଁ ବ୍ୟବସାୟ କ୍ଷେତ୍ରରେ ଆଜିର ଦିନ ବହୁତ ଉତ୍ତମ ପ୍ରମାଣିତ ହେବ । ଜୀବନସାଥିଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଧନୁ

ଏହି ରାଶିର ଲୋକଙ୍କ ସାମନାକୁ ଆଜି କିଛି ଏମିତି ଜିନିଷ କିମ୍ବା କଥା ଆସିବ ଯାହା ଆପଣଙ୍କୁ ଆଗାମୀ ଦିନରେ ବହୁତ ବଡ ଲାଭ ଦେଇ ପାରେ । ଛାତ୍ର ମାନଙ୍କ ପାଇଁ ଆଜିର ଦିନଟି ଭଲ ରହିବ ଏବଂ ସଫଳତା ମଧ୍ୟ ମିଳିବ । ହଠାତ କିଛି ବଡ ଖୁସି ଖବର ମିଳିପାରେ । ଆଜି ଆରମ୍ଭ କରିଥିବା କାମ ଆପଣଙ୍କୁ ବହୁତ ଲାଭ ଦେବ । ସହଭାଗିତା ଏବନଗ ଦୈନଦିନ କାର୍ଯ୍ୟରେ ତୁରନ୍ତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ମକର

ଆଜି ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ରହିବ । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କୁ ଖୁସି ଅନୁଭବ ହେବ । ଜୀବନରେ ପ୍ରେମ, ଆନନ୍ଦ ଏବଂ ଶାନ୍ତି ରହିବ । ପରୀକ୍ଷାରେ ଆପଣଙ୍କୁ ସଫଳତା ନିହାତି ମିଳିବ, ଖାସ କରି ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅନେକ ସଫଳତା ମିଳିବ । ସହଭାଗିତା ଏବଂ ବ୍ୟବସାୟରେ ଅଂଶୀଦାର ହେବାରୁ ଦୂରେଇ ରୁହନ୍ତୁ । ଆଜି ପାଖ ଲୋକଙ୍କ ସହିତ ମତଭେଦ ହୋଇ ପାରେ ।

କୁମ୍ଭ

ଆଜି ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ସ୍ୱାସ୍ଥ୍ୟ ମାମଲାରେ ଆଜିର ଦିନ ସାମାନ୍ୟ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । କଥା ଉପରେ ସଂଯମ ରଖନ୍ତୁ । ଆୟର ନୂଆ ଅବସର ମିଳିବ ଏବଂ ସରକାରୀ ଚାକିରିରେ ପ୍ରମୋଶନ ସହିତ ଦରମାରେ ମଧ୍ୟ ବୃଦ୍ଧି ହୋଇ ପାରେ । ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ ରହିବେ ଏବଂ ଆପଣ ଯେଉଁ କାମ କରିବାକୁ ବାଛିବେ ସେଥିରେ ଆପଣଙ୍କୁ ଅନେକ ଲାଭ ମିଳିବ ।

ମୀନ

ଆଜି ଆପଣ ନିଜର ସଂସ୍ଥାକୁ ଆଗକୁ ନେବା ପାଇଁ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ସାହାସ ଏବଂ ସଂକଳ୍ପରେ ବୃଦ୍ଧି ହେବ । ଆପଣଙ୍କ କ୍ରୋଧ ବିବାଦର କାରଣ ହୋଇ ପାରେ । ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ହୋଇ ପାରେ । ବେପାରୀ ମାନଙ୍କୁ ଯଶ ଏବଂ ସଫଳତା ମିଳିବ । ସରକାରୀ କର୍ମଚାରୀ ମାନଙ୍କର ଅଟକି ଥିବା କାମ ପୁରା ହେବ । କୌଣସି ଅସୁବିଧାରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ପାରନ୍ତି । କୌଣସି ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବାକୁ ପଡିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *