MIhir Das ଙ୍କ ଏକାଦଶାହରେ ସାନପୁଅ Aklant କାନ୍ଦି କାନ୍ଦି କହିଲେ ବାପା ମତେ ସେତିକି ସୁଯୋଗ ଦେଇଛନ୍ତି କି..ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।  ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ତେବେ ତାଙ୍କର ଦଶ ଏକ ଏକାଦଶ କ୍ରିୟା ସବୁ ଶେଷ ହୋଇ ଯାଇଛି ତେବେ ସେହି ଦଶ ଦିନ ମିହିର ଙ୍କ ସାନ ପୁଅ ଅକ୍ଲାନ୍ତ ନିଜ ବାପାଙ୍କ ବିଷୟରେ ଅନେକ କଥା କହିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ କି ଦଶକର୍ମ କଣ ସେ ଜାଣି ନଥିଲେ କିନ୍ତୁ ବୋଧ ହୁଏ ତାଙ୍କ ବାପାଙ୍କର ଏହା ଆଶୀର୍ବାଦ ଥିଲା ସେ ତାଙ୍କ ଦଶ କାମ କରିବାର ସୁଯୋଗ ପାଇଥିଲେ ।

ଏହା ସହ ସେ କହିଥିଲେ କି ମୁଁ ପୁଅ ହିସାବରେ ବାପାଙ୍କୁ ଯେତେ ଭଲ ପାଉଥିଲି ତା ଠାରୁ ଅଧିକ ମୁଁ ଜଣେ ଫ୍ୟାନ ଭାବରେ ତାଙ୍କୁ ଅଧିକ ପସନ୍ଦ କରୁଥିଲି ତାଙ୍କ ଅଭିନୟ କୁ ଭଲ ପାଉଥିଲି । ତେବେ ଆଜି ଜଣେ ପୁଅ ତା ବାପାଙ୍କୁ ହରାଇଛି ଆଉ ଜଣେ ଦର୍ଶକ ଜଣେ ଫ୍ୟାନ ତା ଅଭିନେତା ଙ୍କୁ ହରେଇଛି । ତେବେ ମିହିର ଦାସ ଙ୍କ ଭଳି କଳାକାର ବୋଧ ହୁଏ ଆଉ କେବେ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ପାରିବ ନାହିଁ ।

ସେ ଥିଲେ ଏକ ମାତ୍ର କଳାକାର ଯିଏ ସମସ୍ତ ପ୍ରକାରର ଚରିତ୍ରକୁ ଖୁବ ସୁନ୍ଦର ଭାବରେ କରୁଥିଲେ । ଓଡିଶା ବାସୀ ତାଙ୍କୁ ଘରର ସଦସ୍ୟ ଭଳି ମନେ କରୁଥିଲେ କାରଣ ସେ ସମସ୍ତଙ୍କ ମନ ଜିତି ଥିଲେ । ଆଜି ସେ ଆମ ମାନଙ୍କ ଭିତରେ ନାହାନ୍ତି ତେବେ ଆମେ ମାନେ ବି ମିହିରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ତେବେ ଆପଣଙ୍କ ର ମତାମତ କଣ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *