ଓଡିଆ ରିଆଲିଟି ସୋ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ବିଜେତା ମାନଙ୍କର ଏମାନେ ହେଉଛନ୍ତି Real life ପାର୍ଟନର, ଜାଣନ୍ତୁ କଣ କରନ୍ତି ସେମାନେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ରିଆଲିଟି ସୋରେ ଯୋଗ ଦେଉଥିବା ସମସ୍ତ ପ୍ରତିଯୋଗୀ ମାନେ ସୋକୁ ଜିତିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଯେଉଁ ମାନେ ଏହି ରିଆଲିଟି ସୋ ଜିତି ଥାନ୍ତି ସେମାନଙ୍କୁ ସୁନାମ ଓ ଭଲ ପଇସା ମିଳିଥାଏ । ତେବେ ଏହି ରିଆଲିଟି ସୋର ଗ୍ରାଣ୍ଡ ଫିନାଲେ ସରିଯାଇଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ସିରିଏଲକୁ ଜିତିଥିବା ବିଜେତା ମାନଙ୍କର ପ୍ରକୃତ ଜୀବନ ସାଥି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଇତିଶ୍ରୀ ସାହୁ- ବନ୍ଧୁଗଣ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ସିରିଏଲର ସେକେଣ୍ଡ ରନର ଅପ୍ ହୋଇଛନ୍ତି ଇତିଶ୍ରୀ ସାହୁ । ଇତିଶ୍ରୀ ଏହି ସିରିଏଲ ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଇତିଶ୍ରୀଙ୍କ ସ୍ଵାମୀଙ୍କ ନାମ ହେଉଛି ଅସିତ ବିଶ୍ଵାଳ । ଇତିଶ୍ରୀ ଓ ଅସିତ ୨୦୧୯ ମସିହାରେ ବିବାହ କରିଥିଲେ । ଅସିତ ଜଣେ ବିଜନେସ ମ୍ୟାନ ଅଟନ୍ତି ।

ଆଞ୍ଚଲ ସାହୁ- ବନ୍ଧୁଗଣ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ର ପ୍ରଥମ ରନର ଅପ୍ ହୋଇଥିଲେ ଆଞ୍ଚଲ ସାହୁ । ଆଞ୍ଚଲଙ୍କୁ ଆପଣ ମାନେ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ଆଞ୍ଚଲଙ୍କ ସ୍ଵାମୀଙ୍କ ନାମ ହେଉଛି ସତ୍ୟବ୍ରତ ସାହୁ । ଆଞ୍ଚଲ ଓ ସତ୍ୟବ୍ରତ ୨୦୨୧ରେ ବିବାହ କରିଥିଲେ । ସତ୍ୟବ୍ରତ ଜଣେ ଇଞ୍ଜିନିୟର ଅଟନ୍ତି ଓ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ଅଛନ୍ତି ।

ଶୁଭଲଗ୍ନା ପାଣିଗ୍ରାହୀ- ବନ୍ଧୁଗଣ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ସିରିଏଲର ବିଜେତା ହୋଇଛନ୍ତି ଶୁଭଲଗ୍ନା ପାଣିଗ୍ରାହୀ । ଶୁଭଲଗ୍ନା ଏହି ସୋକୁ ଜିତିବା ପରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଶୁଭଲଗ୍ନାଙ୍କ ଲୋକପ୍ରିୟତା ମଧ୍ୟ ବର୍ତ୍ତମାନ ବହୁତ ଅଧିକ ବଢି ଯାଇଛି । ଶୁଭଲଗ୍ନା ପାଣିଗ୍ରାହୀଙ୍କ ସ୍ଵାମୀଙ୍କ ନାମ ହେଉଛି ସୁଧାଂଶୁ ଶେଖର ପଣ୍ଡା । ସୁଧାଂଶୁ ଓ ଶୁଭଲଗ୍ନା ୨୦୧୯ ମସିହାରେ ପରସ୍ପର ସହ ବିବାହ କରିଥିଲେ ।

ସୁଧାଂଶୁ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଅଟନ୍ତି । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ସଂପୂର୍ଣ୍ଣ ଲକ୍ଷ୍ମୀ’ ସିରିଏଲର ଏହି ବିଜେତା ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *