ଯେଉଁ ବ୍ୟକ୍ତିର ଶରୀରରେ ଥାଏ ଏହି ୪ଟି ଚିହ୍ନ ସେହି ବ୍ୟକ୍ତିଙ୍କ ଭାଗ୍ୟରେ ଥାଏ ଅପାର ଧନ!

ହିନ୍ଦୁ ଧର୍ମ ଅନୁସାରେ ବ୍ୟକ୍ତିର ଶରୀରର ସମସ୍ତ ଅଙ୍ଗର ଭିନ୍ନ ଭିନ୍ନ ପ୍ରକାର ମହତ୍ବ ଅଛି । ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ଶରୀରର ସମସ୍ତ ଅଙ୍ଗର ମହତ୍ବପୂର୍ଣ୍ଣ ବିଷୟରେ କୁହାଯାଇଛି । ଆଜି କାଲି ସମୟରେ ପ୍ରତ୍ୟେକ ଜିନିଷର ଦାମ୍ ବୃଦ୍ଧି ପାଉଛି । ସେଥିପାଇଁ ଗରିବ ଲୋକମାନେ ନିଜର ପେଟ ପୋଷିବା ପାଇଁ ବହୁତ କଷ୍ଟ ପାଉଛନ୍ତି । ଏହି ମହଙ୍ଗା ଯୁଗରେ ସବୁ ଲୋକମାନେ ଧନୀଲୋକ ହେବାପାଇଁ ମଧ୍ୟ ସ୍ଵପ୍ନ ଦେଖନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଧନ ମିଳେ ନାହିଁ ।

ଆଉ କେତେ ଲୋକ ଅଛନ୍ତି ଧନ କମେଇବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । କିନ୍ତୁ ସେହି ବ୍ୟକ୍ତିମାନଙ୍କୁ ନିଜର ପରିଶ୍ରମ ଅନୁସାରେ ଫଳ ମିଳେ ନାହିଁ । କେତେକ ଲୋକଙ୍କ ଭାଗ୍ୟରେ ବିନା ପରିଶ୍ରମରେ ଧନ ପ୍ରାପ୍ତି ହୋଇଥାଏ । ଏମାନେ ଅତି ସାଧାରଣ ବ୍ୟକ୍ତି ପରି ଦେଖାଯାଆନ୍ତି, କିନ୍ତୁ ଅର୍ଥ କମେଇବା ମାମଲାରେ ସବୁଠାରୁ ଆଗୁଆ ଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗରେ ଚିହ୍ନ ରହିଲେ ବହୁତ ଶୁଭ ମନାଯାଏ । ଏହି ଚିହ୍ନ ମନୁଷ୍ୟର ଭାଗ୍ୟରେ ପରିବର୍ତ୍ତନ ହେବାର ସଂକେତ ଦେଇଥାଏ । ଆସନ୍ତୁ ଜାଣିବା ଶରୀରର ଅଙ୍ଗରେ ଏହି ଚିହ୍ନ ବିଷୟରେ । ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ଏହି ଚିହ୍ନ ଅଛି ତେବେ ଆପଣ ମଧ୍ୟ ବଡଲୋକ ହୋଇପାରିବେ । କାରଣ ଏହି ଚିହ୍ନ ଧନୀଲୋକ ହେବାର ସଂକେତ ଦିଏ । ଆସନ୍ତୁ ଏହି ଚିହ୍ନ ବିଷୟରେ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ହାତର ପାପୁଲି ମଧ୍ୟ ଭାଗରେ ରଥ, ଚକ୍ର, ବାଣ ଓ ଧ୍ଵଜ ଆଦିର ଚିହ୍ନ ଥାଏ ତେବେ ସେହି ଲୋକମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ବ୍ୟକ୍ତିମାନଙ୍କୁ ସମାଜରେ ବହୁତ ପ୍ରତିଷ୍ଠା ମିଳେ । ସେମାନଙ୍କ ଦାମ୍ପତ୍ୟ ଜୀବନରେ ସର୍ବଦା ସୁଖ ପ୍ରାପ୍ତି ହୁଏ । ସେମାନଙ୍କୁ ବ୍ୟାପାର, ଚାକିରୀ ଆଦିରେ ଉନ୍ନତି ହୋଇଥାଏ । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସେହି କାମରେ ସଫଳତା ମିଳିଥାଏ । ଏହି ଲୋକମାନଙ୍କ ଭାଗ୍ୟରେ ବହୁତ ଧନ ପ୍ରାପ୍ତି ହୋଇଥାଏ ।

ବ୍ୟକ୍ତିର ଶରୀରର ବିଭିନ୍ନ ଅଙ୍ଗରେ କେତେକ ତିଳ ଚିହ୍ନ ଦେଖାଯାଏ । କିନ୍ତୁ ହାତରେ ଏହି ଚିହ୍ନ ଥିଲେ ବହୁତ ଶୁଭ ଓ ଲାଭଦାୟକ ହୋଇଥାଏ । ଯେଉଁ ବ୍ୟକ୍ତିର ହାତର ପାପୁଲି ମଧ୍ୟ ଭାଗରେ ତିଳ ଚିହ୍ନ ଥାଏ ସେହିବ୍ୟକ୍ତି ବହୁତ ଧନବାନ ଓ ଦୟାବାନ ହୋଇଥାନ୍ତି । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳେ । ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ, କିନ୍ତୁ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିଥାଏ । ସେହି ବ୍ୟକ୍ତି ପରିବାରରେ ଅଧିକ ସ୍ନେହୀ ହୋଇଥାନ୍ତି । ଜୀବନ ସାଥିଙ୍କ ସହିତ ଭଲରେ ସମୟ ବିତାନ୍ତି । ସମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

ଯେଉଁ ବ୍ୟକ୍ତିର ପାଦରେ ଚକ୍ର ବା ପଦ୍ମର ଚିହ୍ନ ଥାଏ, ସେହି ବ୍ୟକ୍ତିର କେବେ ମଧ୍ୟ ଧନ ହାନି ହୁଏ ନାହିଁ । ସେହି ବ୍ୟକ୍ତି ଜାଗା, ଜମିର ସୁଖ ସୁବିଧା ଓ ଆନନ୍ଦ ପାଆନ୍ତି । ସେହି ବ୍ୟକ୍ତିର ସନ୍ତାନମାନଙ୍କର ପିତାଙ୍କ ପ୍ରତି ବହୁତ ସମ୍ମାନଭାବ ରହିଥାଏ । ଏମାନେ ଅନ୍ୟମାନଙ୍କ ଉପରେ ହୁକୁମ ଚଳାଇବାକୁ ପସନ୍ଦ କରନ୍ତି । ମାନେ ବହୁତ ମଧୁର ଭାଷି ଓ ଦୟାବାନ ହୋଇଥାନ୍ତି, ସେଥିପାଇଁ ତାଙ୍କ ମଧୁର ବଚନରେ ସମସ୍ତଙ୍କ ମନକୁ ଜିତି ନିଅନ୍ତି । ସେମାନେ ଧନୀଲୋକ ହୋଇଥିବାରୁ ଶତୃମାନେ ବୃଦ୍ଧି ପାଆନ୍ତି । ଜୀବନ ସାଥି ସହଯୋଗ କରନ୍ତି । ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ।

ଯେଉଁ ବ୍ୟକ୍ତିର ପାଦ ତଳେ ତିଳ ଚିହ୍ନ ଥାଏ, ସେହି ଲୋକମାନେ ଭଲ ଶାସକ ବୋଲି କୁହାଯାଏ । ଏହି ଲୋକମାନଙ୍କୁ ସମସ୍ତ ପ୍ରକାର ସୁଖ ଓ ଯଶ ପ୍ରାପ୍ତି ହୁଏ । ସେମାନେ ଜୀବନରେ ଆଗକୁ ବଢିବାର ଏକମାତ୍ର ଲକ୍ଷ ଥାଏ । ଏହି ଲକ୍ଷକୁ ପୂରଣ କରିବା ପାଇଁ ବହୁତ କଠିନ ପରିଶ୍ରମ ମଧ୍ୟ କରନ୍ତି । ସମାଜରେ ଉଚ୍ଚ ପ୍ରତିଷ୍ଠା ପ୍ରାପ୍ତି ମିଳିଥାଏ । ଧନ ପ୍ରାପ୍ତି ହୋଇଥାନ୍ତି । ପୈତୃକ ସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଏହି ବ୍ୟକ୍ତିମାନେ ମନ ଲଗେଇ ସବୁ କାର୍ଯ୍ୟ କରନ୍ତି ଓ ଏହି କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଲେଖାଟି ଭଲ ଲାଗିଲେ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *