ସାମ୍ନାକୁ ଆସିଲା ମେଡିକାଲରୁ Pintu Nanda ଙ୍କ ଶେଷ ଅଡିଓ, ସେ କଣ କହୁଛନ୍ତି ଶୁଣିଲେ ଆପଣଙ୍କ ଆଖି ବି ଜକେଇ ଆସିବ…

ନମସ୍କାର ବନ୍ଧୁଗଣ, ପିଣ୍ଟୁଙ୍କ ବିୟୋଗ ଏକ ବଡ ଶୂନ୍ୟସ୍ଥାନ ଅଟେ ଆମ ସମସ୍ତଙ୍କ ପାଇଁ । ଜୀବନ ଚାଲିଯିବା ତ ସଂସାରର ନିୟମ । କିନ୍ତୁ ଜୀବନ ଯିବାର ପ୍ରକ୍ରିୟା ଭାବିବା ବେଳକୁ ମଣିଷ ମନ ଥରିଉଠେ । ତେବେ ତାଙ୍କ ପ୍ରିୟଜନଙ୍କ ଅବସ୍ଥା କଣ ହେଉଥିବା ଭାବନ୍ତୁ । ପିଣ୍ଟୁ ନନ୍ଦ ଲିଭର ସିରୋସିସରେ ପୀଡିତ ହୋଇ କେତେ ଯେ କଷ୍ଟ ପାଇଛନ୍ତି ତାହା କଳନା ବାହାରେ ଯାହାର ଏକ ବଡ ବାସ୍ତବିକ କଥା ସାମ୍ନାକୁ ଆସିଛି ।

ଆଜ୍ଞା ହଁ ଅସୁସ୍ଥ ଥିବା ଅବସ୍ଥାରେ ବବି ମିଶ୍ରଙ୍କ ସହ କଥା ହୋଇଥିବା ଅଡିଓ ହୋଇଛି ଭାଇରାଲ ଆସନ୍ତୁ ଜାଣିବା କଣ ରହିଛି । ସେହି ଅଡିଓରେ ପିଣ୍ଟୁଙ୍କ କଣ୍ଠ ଶୁଣିଲେ ଆପଣ କାନ୍ଦିବେ । ତାଙ୍କୁ ଏତେ କଷ୍ଟ ହେଉଥିଲା କି ସେ ଭଲରେ କଥା ବି ହୋଇପାରୁନଥିଲେ । ଭାବନ୍ତୁ ଯିଏ ବଡ ବଡ ଡାଇଲଗ କହି ଏରିଆ ଫଟାଉ ଥିଲା ସେ କଥା କହିଲେ ତାକୁ କଷ୍ଟ ହେଉଥିଲା । କେତେ ଯେ ବାଧୁଥିବ ତାଙ୍କ ଘର ଲୋକଙ୍କୁ । ତେବେ ଭାଇରାଲ ହୋଇଥିବା ଅଡିଓରେ ବବି ମିଶ୍ର କହୁଛନ୍ତି ପିଣ୍ଟୁ ସେ ହଁ ବି ଟାଣରେ କହିପାରୁନଥାନ୍ତି ।

ଏହାପରେ ବବି ମିଶ୍ର ପିଣ୍ଟୁଙ୍କୁ କହୁଥାନ୍ତି ତୁ ସୋଇଥିଲୁ କି । ଏହାର ଉତ୍ତର ପିଣ୍ଟୁ ନାଇ ବହୁତ କଷ୍ଟରେ କହୁଥିବାର ଶୁଣିବାକୁ ମିଳୁଛି ଅଡିଓରୁ । ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ ତାଙ୍କ ଚିକିତ୍ସା କିଭଳି କରାଯିବ ଏହିସବୁ କଥା ବୁଝାଉଥିଲେ । ତାଙ୍କୁ କହୁଥିଲେ ବୁଝିଲୁ ପିଣ୍ଟୁ ଡାକ୍ତର କହୁଛନ୍ତି ଲିଭର ଟ୍ରାଂସପ୍ଲାଣ୍ଟ ବହୁତ କମ କ୍ଷେତ୍ରରେ ହେଉଛି ସେଭଳି ଅବସ୍ତା ତୋର ହୋଇନାହିଁ ।

ଏହା ମେଡ଼ିସିନରେ ବି ଭଲ ହୋଇଯିବ । ବବି ମିଶ୍ର କହୁଥାନ୍ତି ଡାକ୍ତର ପଚାରିଲେ ତାଙ୍କ ରକ୍ତ ବାନ୍ତି ହେଉଛି କି ମୁଁ କହିଲି ହଁ ଆଉ ଏହା ବି ପଚାରିଲେ କି ତାଙ୍କର କଳାଝାଡା ହେଉଛି ମୁଁ କହିଲି ନାହିଁ ବୋଲି । ଏହାଶୁଣି ପିଣ୍ଟୁ ନନ୍ଦ କହିଲେ ହଁ ଏବେ ତ ସବୁଦିନ କଳାଝାଡା ହେଉଛି ।

ଏହି କଥାକୁ ଏତେ କଷ୍ଟରେ ସେ କହୁଥାନ୍ତି ଆପଣ ଶୁଣିଲେ କହିବେ ନା ମୁଁ ଆଉ ଶୁଣି ପାରିବିନି । ଯେତେବେଳେ ଆମେ ଯାହାକୁ ବହୁତ ଭଲ ପାଇଥାଉ ଟ୍ଟାଙ୍କର କଷ୍ଟକୁ ଆମେ ମଧ୍ୟ ଅନୁଭବ କରିପାରିଥାଉ । ଏହା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *