ନିଜ ପ୍ରେମ ଜୀବନ ବିଷୟରେ ଖୋଲି କହିଲେ ନଟିଆ (Comedian Smruti Ranjan), ସେ କଣ କହିଲେ ଦେଖନ୍ତୁ ନଟିଆଙ୍କ ଏହି Interview

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଟ୍ୟାଳେନ୍ଟ ପଦର୍ଶନ କରି ଆଜି ଫେମସ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ମୃତି ରଞ୍ଜନ ଊରଫ ନଟିଆ ।

ଆପଣ ମାନେ ସମସ୍ତେ ନଟିଆ କମେଡି ତ ନିଶ୍ଚୟ ଦେଖିଥିବେ । ସ୍ମୃତି ଅଲଗା ଅଲଗା କଣ୍ଠରେ ଛୋଟ ପିଲାଙ୍କ ଠାରୁ ନେଇ ବଡ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହସାଉ ଛନ୍ତି । ସ୍ମୃତି ନିଜ ଟ୍ୟାଳେନ୍ଟ ପାଇଁ ଆଜି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସ୍ମୃତି ନିଜ କମେଡି ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସ୍ମୃତିଙ୍କ ଲଭ ଲାଇଫ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ସ୍ମୃତି ଏକ ସାକ୍ଷାତ୍କାରରେ ନିଜ ଲଭ ଲାଇଫ ବିଷୟରେ କହିଛନ୍ତି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସ୍ମୃତି ନିଜ ଲଭ ଷ୍ଟୋରି ବିଷୟରେ କହିଛନ୍ତି ଯେ-‘ମୁଁ ସମ୍ବଲପୁରରେ ଚାକିରି କରୁଥିବା ବେଳେ ଏକ ବରଯାତ୍ରୀ ଯାଇଥିଲି ।

ଆଗକୁ ସେ କହିଛନ୍ତି-‘ସେହି ବରଯାତ୍ରୀରେ ମୁ ତାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି ସେତେବେଳେ ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୁଁ ତାଙ୍କ ସହ କଥା ବାର୍ତ୍ତା କରିଥିଲି ତା ପରେ ଆମ ପରସ୍ପରକୁ ପ୍ରେମ କରି ଥିଲୁ । ପ୍ରେମ କରିବାର 5 ବର୍ଷ ପରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ । ଆମର ଲଭ ପ୍ଲସ ଆରେଞ୍ଜ ମ୍ୟାରେଜ ହୋଇଥିଲା । ବିବାହରେ ସମସ୍ତ ପରିବାର ଲୋକଙ୍କ ସହମତି ଥିଲା’ ।

ବନ୍ଧୁଗଣ ସ୍ମୃତିଙ୍କ ପତ୍ନୀଙ୍କ ନାମ ହେଉଛି ଦୀପିକା ମୋହାନ୍ତି । ଦୀପିକା ନବମ ଶ୍ରେଣୀରେ ପାଠ ପଢିବା ବେଳେ ସ୍ମୃତି ତାଙ୍କୁ ପ୍ରେମ କରିଥିଲେ ଓ ଆଜି ଉଭୟ ବିବାହ କରି ବହୁତ ଖୁସିରେ ରହୁଛନ୍ତି । ତା ହେଲେ ଆପଣ ମାନଙ୍କୁ ସ୍ମୃତିଙ୍କ ଲଭ ଷ୍ଟୋରି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *