ନିଜ ଜୀବନର କିଛି ଅକୁହା କଥା ଖୋଲି କହିଦେଲେ ଯାତ୍ରା ଅଭିନେତ୍ରୀ ମମ, କହିଲେ ‘ବିବାହ ପରେ ବି ମତେ 7 ଜଣ ଅଭିନେତା କରିଥିଲେ ପ୍ରେମ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ଯେଉଁ ସମୟରେ ସେହି ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆପଣ ମାନେ ଆମ ଓଡିଆ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ ।

ତେବେ ଯାତ୍ରା ଅଭିନେତ୍ରୀ ରଶ୍ମିପ୍ରଭା ସାହୁ । ତେବେ ଏଇ ନାଁ କହିଲେ ଯାତ୍ରା ଇଣ୍ଡଷ୍ଟ୍ରିରେ କେହି ତାଙ୍କୁ ଜାଣି ପାରିବେ ନାହିଁ । ସେ ମାମା ନାଁରେ ବେଶ ପରିଚିତ । ହଁ ଆମେ କହୁଛି ସେହି ରଙ୍ଗମହଲର ନାୟିକା ମାମାଙ୍କ କଥା । ସ୍ୱାମୀମାନେ ସାବଧାନ, ଅଧେ ତୋର ଅଧେ ମୋର, କଣ୍ଢେଇ ନାଚ, କାଲି ରାତିରେ କୋଉଠି ଥିଲ? ଆଦି ନାଟକର ନାୟିକା ସେ ।

ରୂପ ତାଙ୍କର ଯେମିତି ଆଉ ଅଭିନୟ ବି ସେମିତି । ସେ ଡାଇଲଗ୍ କୁଇନ୍ । ମାମା ତାଙ୍କ ଜୀବନର କିଛି ଅକୁହା କଥା ଆମକୁ କହିଛନ୍ତି । ଯାତ୍ରା ପାର୍ଟିରେ ପାଦ ଦେବାପରେ ସେ ଡ୍ୟାନ୍ସ କରୁଥିଲେ । ଡ୍ୟାନ୍ସ୍ କରୁ କରୁ ସେ ହିରୋଇନ ପାଲଟି ଯାଇଛନ୍ତି । ଆଉ ଅଭିନେତା ଗୁନୁକୁ ସେ ବିବାହ କରିଛନ୍ତି ତେବେ କୋଣାର୍କ ଗଣନାଟ୍ୟର ନାଟକ “କାଲି ରାତିରେ କୋଉଠି ଥିଲ”ରେ ମାମାକୁ ମିଳିଥିଲା ପ୍ରଥମ ବ୍ରେକ୍ ।

ତେବେ “କଣ୍ଢେଇ ନାଚ” ନାଟକ ତାଙ୍କୁ ଦର୍ଶକଙ୍କ ପାଖରେ ପହଞ୍ଚାଇ ଥିଲା । ଆଉ ତାପରେ ମାମା ପଛକୁ ଫେରି ନାହାନ୍ତି । ରଙ୍ଗମହଲ, କୋଣାର୍କ ଓ ଇନ୍ଦ୍ରଭୂବନ ଆଦି ଯାତ୍ରା ଅନୁଷ୍ଠାନରେ ସେ ନାୟିକା ଭାବେ ବେଶ୍ ନାଁ କମାଇଛନ୍ତି । ତେବେ ଏଥର ରଙ୍ଗମହଲର ନାୟିକା ଭାରତୀ ଓ ଖଳନାୟକ ପିୟୁଷଙ୍କର ପରକୀୟାପ୍ରୀତି ପାଇଁ ମଞ୍ଚରୁ ବିଦା ହେବାକୁ ପଡ଼ିଥିଲା ।

ଆଉ ଭାରତୀ ବିଦା ହେବାପରେ ରଙ୍ଗମହଲର କିଛି ନାଟକରେ ମାମାକୁ ମିଳିଛି ଲିଡ୍ ରୋଲ । “କେମିତି ରାତି କେମିତି ସାଥୀ” ନାଟକରେ ମାମାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି । ମାମାଙ୍କ ରୂପ, ଅଭିନୟ ଆଉ କଣ୍ଠସ୍ୱର ପାଇଁ ସେ ଯାତ୍ରା ଇଣ୍ଡଷ୍ଟ୍ରୀର ଜଣେ ଭିନ୍ନ ଧରଣର ନାୟିକା । ତେବେ ମାମା ବିବାହ କରିସାରିବା ପରେ ଯାତ୍ରା ଇଣ୍ଡଷ୍ଟ୍ରୀର ସାତ ଜଣ ଆଗ ଧାଡ଼ିର କଳାକାର ତାଙ୍କୁ ପ୍ରେମ ନିବେଦନ କରିଥିବା ସେ କହିଛନ୍ତି ।

ତେବେ ସେମାନଙ୍କ ପ୍ରେମକୁ ଆଡ଼େଇ ଦେଇ ତାଙ୍କ ସ୍ୱାମୀଙ୍କ ନିକଟରେ ସବୁ କହି ଦେଇଛନ୍ତି । ତେବେ ପରକୀୟା ପ୍ରୀତି ସବୁଠି ଚାଲିଛି । ଆଉ ଯାତ୍ରା ଇଣ୍ଡଷ୍ଟ୍ରୀରେ ଟିକେ ଅଧିକା ବୋଲି ମାମା ନିଜେ କହିଛନ୍ତି । ଡ୍ୟାନ୍ସ୍ କରିବା ପାଇଁ ଯାତ୍ରାପାଟିକୁ ଆସିଥିବା ମାମା ଆଜି ନାୟିକା ପାଲଟି ଯାଇଛନ୍ତି । ତେବେ ଆପଣ ଙ୍କୁ ଯାତ୍ରା ଅଭିନେତ୍ରୀ ମାମା କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *