ସାମ୍ନାକୁ ଆସିଲା କନ୍ୟାଘରର ପ୍ରକୃତ ସତ୍ୟ । ଏଗ୍ରୀମେଣ୍ଟ କରିକି ଭାଙ୍ଗିଥିଲା ବାହାଘର…. ଦେଖନ୍ତୁ କଣ କହିଲେ ବରପକ୍ଷ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକିଛି ଦିନଧରି ମଟନ କୁ ନେଇ ବାହାଘର ଭାଙ୍ଗିବା ଖବର ସୋସିଆଲ ମିଡିଆରେ  ବେସ୍   ଭାଇରାଲ ହେବାକୁ ଲାଗିଥିଲା । ସାମାନ୍ୟ ମାଂସ ପାଇଁ ପବିତ୍ର ଓ ଯୁଗାନ୍ତର ବାହାଘର ଭାଙ୍ଗିବା ଓ ଝିଅ ନିଜେ କହିଥିଲା ଯେ ମୁଁ ବାହାହେବିନି । ମାତ୍ର ବରପକ୍ଷ ଲୋକେ ଏହାକୁ ସଂପୂର୍ଣ୍ଣ  ଭାବରେ ମିଛ ବୋଲି କହିଥିଲେ ।

ମାତ୍ର ଏବେ ସେହି ଖବରକୁ ନେଇ କିଛି ନୂତନ ସୂଚନା ମିଳିଛି । ଯେଉଁଥିରେ ପ୍ରକାଶ ପାଇଛି କନ୍ୟା ଘରର ସତ । ହଁ ଦର୍ଶକବନ୍ଧୁ ବରପକ୍ଷଙ୍କ କହିବା ମୁତାବକ ମଟନ ପାଇଁ ବିବାହ ଭାଙ୍ଗିନଥିଲା ବରଂ କୋଣସି ଏକ କାରଣରୁ ବାହାଘରଟି ଭାଙ୍ଗିଥିଲା ଏବଂ ବାହାଘର ଭାଙ୍ଗିବା  ପରେ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟ ଏକ ଏଗ୍ରୀମେଣ୍ଟ ବା ବୁଝାମୁଣା ପତ୍ର ଲେଖିଥିଲେ ।

ସେହି ଏଗ୍ରୀମେଣ୍ଟ ପତ୍ରରେ ଲିଖିତ ହୋଇଥିଲା ଯଥା ଝିଅ ଓ ପୁଅର ବିବାହ ଏହି ତାରିଖରେ ନିଶ୍ଚିତ ହୋଇଥିଲା । ମାତ୍ର କୋଣସି କାରଣବଶତ ତାହା ଭାଙ୍ଗିଥିବାରୁ ବିବାହରେ ସୃଷ୍ଟି ହୋଇଥିବା କଳହ ସମାପ୍ତ ହୋଇଛି ଏବଂ ବାହାଘରରେ ଉଠାଯାଇଥିବା ଭିଡିଓ ଓ ଫୋଟ ବାହାରକୁ ଯିବ ନାହିଁ । ଏପରି କହି ଉଭୟ ପକ୍ଷ ରାଜି ହୋଇଥିଲେ ।

ମାତ୍ର ଝିଅଘରଲୋକମାନେ ବରପକ୍ଷ ଯିବା ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ ଏବଂ ପୁଅ ଘରକୁ ସମସ୍ତ ସାମନାରେ ଅପମାନିତ କରିଛନ୍ତି ବୋଲି ବରପକ୍ଷ ଲୋକେ  ଅଭିଯୋଗ କରିଛନ୍ତି । ପୁଅ ର କହିବା ଅନୁସାରେ ବିବାହଟି ଭାଙ୍ଗିବା ପରେ ଆମେ ତାଙ୍କ ସହ ଶାନ୍ତିରେ କଥା ହୋଇ ଏଗ୍ରୀମେଣ୍ଟ  କରି ଆସିଥିଲୁ । ମାତ୍ର ଝିଅଘରଲୋକେ ଧୋକା କରିଛନ୍ତି ଆମକୁ ବଦଲାମ କରିବା ନିମନ୍ତେ ଏସବୁ କରୁଛନ୍ତି ।

ଏହା ବ୍ୟତୀତ ଝିଅକୁ  ଶିଖଉଛନ୍ତି ମିଛ କଥା ସବୁ କହିବାକୁ  । ସୋସିଆଲ ମିଡିଆରେ ସେମାନଙ୍କ ଏଗ୍ରୀମେଣ୍ଟ ପତ୍ର ମଧ୍ୟ ଦେଖାଇଲେ ବରପକ୍ଷ ଲୋକେ । ତେବେ ଏହି ଘଟଣାକୁ ନେଇ କିଏ ସତ କହୁଛନ୍ତି କିଏ ମିଛ ତାହା ଏବେ ଯାଏ ପ୍ରକାଶିତ ହୋଇପାରୁନି । ବାହାଘର ପଛରେ ଥିବା ପ୍ରକୃତ କାରଣ ଖୋଜିବାରେ ତଦନ୍ତ ଜାରି ରହିଛି । ତେବେ ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *