ରଜ ପାଇଁ ସଜବାଜ ହୋଇଥାନ୍ତେ ରଶ୍ମିତା, ମାତ୍ର ସବୁଦିନ ପାଇଁ ଆଖି ବୁଝିଦେଲେ, ସମ୍ପୂର୍ଣ୍ଣ ଘଟଣା ଜାଣି ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବିକ ରଜ ପାଇଁ ସଜବାଜ ହୋଇଥାନ୍ତେ କିନ୍ତୁ ସବୁଦିନ ପାଇଁ ଶୋଇଗଲେ ରଶ୍ମିତା । ଏମିତି କଣ ଘଟିଲା ଯେ ଘରକୁ  ଫେରିଲେନି  ରଶ୍ମିତା । ଘଟଣା ଟି ହେଉଛି ପାଣିକୋଇଲି ଥାନା ଅନ୍ତର୍ଗତ ନୁରୁ ଗାଁରେ ଥିବା କାଳ ଭୈରବୀ ପୋଖରୀରର  । ଭଦ୍ରକ ଜିଲ୍ଲା ତାଳପଦା ଗାଁ ର ରବୀନ୍ଦ୍ର ଜେନାଙ୍କ ଝିଅ ରଶ୍ମିତା ଜେନା ଭାଇ ସହ ମିଶି ମାମୁଁ ଘରକୁ ବୁଲିବାକୁ ନୁରୁ ଗାଁ କୁ ଆସିଥିଲେ ।

ସେଠାରେ ସେ  ରଜ କରିଥାନ୍ତେ ଓ ସଜବାଜ ହୋଇ ଦୋଳି ଖେଳି ସାଙ୍ଗସାଥିଙ୍କ ସହ ବୁଲିଥାନ୍ତେ । ମାତ୍ର କିଏ ଜାଣିଥିଲା ଯେ ରଜ ସରିବା  ପୂର୍ବେ ସେ କୁଆଡେ ପଳେଇବେ ବୋଲି । ରଶ୍ମିତା ମାମୁଁ ଘରକୁ  ଆସି ପହଞ୍ଚିଥିଲେ ଏବଂ ପ୍ରଥମ ରଜରେ ତାଙ୍କ ସାଙ୍ଗମାନେ ଆସିପହଞ୍ଚିଥିଲେ ଘରକୁ ଓ ସାଥିରେ ରଶ୍ମିତାକୁ ନେଇ ମନଭରି ପ୍ରଥମ ଦିନ ରଜ  ପାଳନ କରିଥିଲେ ।

ପ୍ରଥମ ଦିନ ବହୁତ ହସ ଖୁସିରେ ନୂଆ ଡ୍ରେସ ପିନ୍ଧି ଫୋଟ ଉଠାଇ ମଜା କରି ଘରକୁ ଫେରିଥିଲେ ରଶ୍ମିତା । ରଜର ଦ୍ଵିତୀୟା ଦିନ ଭୋର ସକାଳୁ ସାନ୍ନ କରିବାକୁ ରଶ୍ମିତା ଓ ତାଙ୍କ ସାଙ୍ଗ ସାଥୀ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ସେଠାରେ ଗଧୌଥିବା ସମୟରେ ଘଟିଯାଇଥିଲା ଏକ ଅଘଟଣ ଶିଉଳି  ରେ ଗୋଡ ଖସି ପାଣି ଭିତରକୁ ପଳେଇଗଲେ ରଶ୍ମିତା ।

ତେବେ ଖବର ପାଇଥିବା ବୈତରଣୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକମାନଙ୍କ ସହଯୋଗ ମାଗି ବହୁତ ଖୋଜାଖୋଜି ପରେ ରଶ୍ମିକୁ ଉଦ୍ଧାର କରଯାଇଥିଲା ଓ ତୁରନ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତୀ କରଯାଇଥିଲା । ତେବେ ଡାକ୍ତର ସେଠାରେ ରଶ୍ମିତାକୁ ମୃତ ଘୋଷଣା କରିଥିଲେ । ଏହି ବାର୍ତ୍ତା ଶୁଣିବା ପରେ ଗାଁ ବାସୀ ଓ ସହସାଙ୍ଗସାଥିମାନେ ରଶ୍ମିତା ଭାଳି ଭାଳି କାନ୍ଦୁଛନ୍ତି ।

ହିନ୍ଦୁ ପରମ୍ପରାରେ ରଜ ପର୍ବର ବିଶେଷ ମହତ୍ଵ ରହିଛି ଅଧିକାଂଶ ଝିଅପିଲାମାନେ ଏହାକୁ ବହୁତ ଆଡମ୍ବର ସହକାରେ ପାଳନ କରିଥାନ୍ତି । ମାତ୍ର ରଜ ଭଳି ଦିନରେ ଏଭଳି ଦୁଃଖଦାୟକ ଖବର ଗାଁ ଲୋକମାନଙ୍କୁ ଶୋକାକୁଳ କରିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ  । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *