ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବାର ଚମତ୍କାରି ଫାଇଦା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଉଷୁମ ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ହୋଇଥାଏ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ ସ୍ୱାସ୍ଥ୍ୟ ଚାହିଁଥାଏ ଏବଂ ନିରୋଗ ରହିବା ପାଇଁ ଚାହିଁଥାଏ।ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆମ ଶରୀରକୁ ପ୍ରତିଦିନ ୩ ରୁ ୪ ଲିଟର ପାଣି ଆବଶ୍ୟକ ହୋଇଥାଏ।କାରଣ ଆମ ଶରୀର ୭୦ ପ୍ରତିଶତ ପାଣିରେ ତିଆରି ହୋଇଥାଏ।ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି କାରଣ ଏହା ଆମ ଶୋଷ କୁ ମେଣ୍ଟାଇ ଥାଏ।କିନ୍ତୁ ବନ୍ଧୁଗଣ ଥଣ୍ଡା ପାଣି ଅପେକ୍ଷା ଆମ ଶରୀର ପାଇଁ ଉଷୁମ ପାଣି ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।

କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପ୍ରତିଦିନ ୩ ରୁ ୪ ଲିଟର ଉଷୁମ ପାଣି ପିଇବା ଆବଶ୍ୟକ। ବନ୍ଧୁଗଣ ପ୍ରତିଦିନ ମାତ୍ର ୨ ଗ୍ଲାସ ଉଷୁମ ପାଣି ପିଇବା ଦ୍ୱାରା ଶରୀର କୁ ବହୁତ ଲାଭ ହୋଇଥାଏ। ପ୍ରଥମ ଗ୍ଲାସ ଉଷୁମ ପାଣି ସକାଳେ ଉଠିବା ପରେ ପିଇବା ଆବଶ୍ୟକ ଏବଂ ଦ୍ଵିତୀୟ ଗ୍ଲାସ ଉଷୁମ ପାଣି ଦିନର ଯେକୌଣସି ସମୟରେ ପିଇଲେ ମଧ୍ୟ ଚଳିବ । ଏହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ କରିଥାଏ ଏବଂ ସ୍ୱାସ୍ଥ୍ୟ ସଠିକ ରହିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଉଷୁମ ପାଣି ପିଇବା ଦ୍ୱାରା ଆମ ଶରୀରକୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ।

୧. ବନ୍ଧୁଗଣ ଉଷୁମ ପାଣି ପିଇବା ଦ୍ୱାରା ଏହା ଆମ ପାଚନ ତନ୍ତ୍ର କୁ ସୁସ୍ଥ ରଖିଥାଏ ଏବଂ ଉଷୁମ ପାଣି ପିଇବା ଦ୍ୱାରା ଆମ ପାଚନ କ୍ରିୟା ମଧ୍ୟ ସଠିକ ଭାବରେ ହୋଇଥାଏ କାରଣ ଏହା ପାକସ୍ଥଳୀ ରେ ଥିବା ଖାଦ୍ୟ ପଦାର୍ଥ କୁ ହଜମ କରିବାରେ ସହାୟକ ହୋଇଥାଏ। ବନ୍ଧୁଗଣ ଥଣ୍ଡା ପାଣି ପିଇବା ଦ୍ୱାରା ପାକସ୍ଥଳୀ ରେ ଖାଦ୍ୟ ସଠିକ ଭାବରେ ହଜମ ହୋଇପାରି ନଥାଏ ଏବଂ ଖାଦ୍ୟରେ ଥିବା ତେଲ ପଦାର୍ଥ ଯୋଗୁଁ ଆମ ଶରୀର ରେ ଚର୍ବି ଜମାଟ ବାନ୍ଧିଥାଏ। ତେଣୁ ପାଚନ କ୍ରିୟାକୁ ସଠିକ କରିବା ନିମନ୍ତେ ଉଷୁମ ପାଣି ପିଇବା ନିହାତି ଆବଶ୍ୟକ।

୨. ବନ୍ଧୁଗଣ ଆପଣ ଯଦି କୋଷ୍ଠକାଠିନ୍ୟ ସମସ୍ୟା ରୁ ବ୍ୟସ୍ତ ଅଛନ୍ତି ତେବେ ଆପଣ ପ୍ରତିଦିନ ଉଷୁମ ପାଣିର ସେବନ କରନ୍ତୁ। ଏହାଦ୍ବାରା ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ। ମୂଖ୍ୟତଃ କୋଷ୍ଠକାଠିନ୍ୟ ସମସ୍ୟା ପାଣିର ଅଭାବ ଯୋଗୁଁ ହୋଇଥାଏ।ତେଣୁ ଉଷୁମ ପାଣି ପିଇବା ଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଉଷୁମ ପାଣି ର ସେବନ ତଳି ପେଟ ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ଦେଇଥାଏ। ବନ୍ଧୁଗଣ ଯଦି ଉଷୁମ ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତି ତେବେ ଏହା କୋଷ୍ଠକାଠିନ୍ୟ ପାଇଁ ଅତ୍ୟଧିକ ଲାଭପ୍ରଦ ହୋଇଥାଏ।

୩. ବନ୍ଧୁଗଣ ଉଷୁମ ପାଣିର ସେବନ ଦ୍ୱାରା ଥଣ୍ଡା, କାଶ ଆଦି ରୋଗରୁ ମୁକ୍ତି ମିଳିଥାଏ ଏବଂ ଏହାସହିତ ଉଷୁମ ପାଣି ପିଇବା ଦ୍ୱାରା ଏହା କଫକୁ ତରଳାଇ ଦେଇଥାଏ।ଯାହା ଫଳରେ ଗଳା ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ମିଳିଥାଏ।

୪. ବନ୍ଧୁଗଣ ମୋଟାପଣ କମାଇବା ନିମନ୍ତେ ଉଷୁମ ପାଣି ଅତ୍ୟନ୍ତ ସହାୟକ ହୋଇଥାଏ। ବନ୍ଧୁଗଣ ଆପଣ ଯଦି ନିଜର ମୋଟାପଣ ପାଇଁ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ। ଏହାଦ୍ବାରା ଶରୀରରେ ଥିବା ଚର୍ବି ର ମାତ୍ରା କମିଥାଏ ଏବଂ ଓଜନ ହ୍ରାସ ହୋଇଥାଏ।

୫. ଉଷୁମ ପାଣି ପିଇବା ଦ୍ୱାରା ଏହା ଶରୀରକୁ ଗରମ ରଖିଥାଏ ଯାହାଫଳରେ ଶରୀର ରୁ ଝାଳ ବାହାରିଥାଏ ଏବଂ ଏହାଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନିଷ୍କାସିତ ହୋଇଥାଏ। ଏହାସହିତ ଭୋକ ନଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ଏବଂ ପେଟ ଭାରି ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

୬. ବନ୍ଧୁଗଣ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣା ରୁ ଉଷୁମ ପାଣି ମୁକ୍ତି ଦେଇଥାଏ ଏବଂ ଏହାସହିତ ଉଷୁମ ପାଣିର ସେବନ ଦ୍ୱାରା ଆମ ତ୍ୱଚା ମଧ୍ୟ ଗ୍ଲୋ କରିଥାଏ ଏବଂ ତ୍ୱଚା ରେ କୌଣସି ପ୍ରକାର ର ସମସ୍ୟା ଦେଖାଯାଇ ନଥାଏ। ତେବେ ବନ୍ଧୁଗଣ ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଏହି ସବୁ ଲାଭ ପ୍ରାପ୍ତ ହୋଇଥାଏ। ତେଣୁ ପ୍ରତିଦିନ ଉଷୁମ ପାଣିର ସେବନ ନିଶ୍ଚିତ ଭାବରେ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *