କେନ୍ଦ୍ର ର ବଡ ନିଷ୍ପତ୍ତି, ଏଣିକି ସବୁ କର୍ମଚାରୀଙ୍କର କମିବ ଦରମା, ଜାଣନ୍ତୁ କାହିଁକି ଓ କେବେ ଠାରୁ ଲାଗୁ ହେବ ଏହି ନିୟମ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ଦେଶ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି । ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରନା ଭଳି ମହାମାରୀ ସମୟ ରେ ଦେଶ ର ଅର୍ଥ କୋଷ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯାଇଥିଲା । ସେହି ଅର୍ଥ କୋଷ କୁ ପୂରଣ କରିବା ପାଇଁ ବର୍ତ୍ତମାନ ସରକାର ଅନେକ ଜିନିଷ ର । ଦରଦାମ ବଢ଼ାଇ ଚାଲିଛନ୍ତି ।

ଏହି ସବୁ ର ପ୍ରଭାବ ସାଧରଣ ଜନତା ମାନଙ୍କ ଉପରେ ବହୁତ ଭାବରେ ପଡୁଛି । କେନ୍ଦ୍ର ସରକାର ଅନେକ ସମୟ ରେ ବିଭିନ୍ନ ପ୍ରକାର ଜିନିଷ ରେ ପରିବର୍ତ୍ତନ ଆଣିଥାନ୍ତି । ଯାହା କି ଲୋକ ମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଠିକ ସେହିଭଳି ବର୍ତ୍ତମାନ ସମୟ ରେ ସରକାର ଦେଶ ରେ ଅନେକ ଗୁଡିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି । ତେବେ କଣ ସେହି ପରିବର୍ତ୍ତନ ଗୁଡିକ ଆସନ୍ତୁ ଜାଣିବା ।

ବନ୍ଧୁଗଣ କରନା ମହାମାରୀ କାରଣ ଦେଶ ରେ ବହୁତ କିଛି ବଦଳିବାକୁ ଲାଗିଛି । ଦୀର୍ଘ ଦିନ ଧରି ଦେଶ ରେ ସଟ ଡାଉନ ଓ ଲକ ଡାଉନ ଲାଗି ରହିବା କାରଣ ରୁ ଅନେକ ଲୋକ ଙ୍କ ର ଚାକିରୀ ଚାଲିଗଲା । ଅନେକ ଲୋକ କିଛି ଖାଇବାକୁ ମଧ୍ୟ ପାଇଲେ ନାହିଁ । ସବୁ ଲୋକ ଗୃହ ମଧ୍ୟରେ ବନ୍ଦୀ ହୋଇ ରହିଯାଇଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଅବସ୍ଥା ଧୀରେ ଧୀରେ ସ୍ବଭାବିକ ହେବାକୁ ଲାଗିଛି । ବର୍ତ୍ତମାନ ପୁଣି ସମସ୍ତ କାର୍ଯ୍ୟଳୟ ଖୋଲିଲାଣି ଲୋକେ ପୁଣି କାମ କରିବାକୁ କର୍ମ କ୍ଷେତ୍ର ରେ ଯୋଗ ଦେଇଛନ୍ତି ।

ଖାଲି ପଡିଥିବା ପଦବୀ ଗୁଡିକ ରେ ପୁଣି ଥରେ ପୂରଣ କରିବା ଆରମ୍ଭ କରାଗଲାଣି । କିନ୍ତୁ ଏହି ସମୟ ରେ କେନ୍ଦ୍ର ସରକାର ଦରମା କୁ ନେଇ କିଛି ଏଭଳି ଘୋଷଣା କରିଛନ୍ତି ଯାହା ଦ୍ୱାରା ସମସ୍ତ କର୍ମଚାରୀ ବହୁତ ଚିନ୍ତିତ ଅଛନ୍ତି । ଚଳିତ ବର୍ଷ ଏପ୍ରିଲ ୧ ତାରିଖ ରୁ ଆପଣଙ୍କ ପିପିଏଫ ଗ୍ରାଚୁଟି ଓ ଦରମା ରେ ଏକ ବଡ଼ ଅଦଳ ବଦଳ ଦେଖା ଯାଇପାରେ । ସୂଚନା ଅନୁସାରେ ଏହି ବର୍ଷ ଏପ୍ରିଲ ୧ ତାରିଖ ରୁ ଆପଣଙ୍କ ର ଗ୍ରାଚୁଟି ଓ ପିପିଏଫ ବଢି ଯାଇପାରେ ଓ ଆପଣଙ୍କ ହାତ କୁ କମ ଦରମା ଆସିପାରେ ।

ଏହା କେବଳ ସରକାରୀ ନୁହେଁ ବରଂ ବେସରକାରୀ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇପାରେ । ଏହି ପରିବର୍ତ୍ତନ ଦ୍ଵାରା କମ୍ପାନୀ ଗୁଡ଼ିକ ର ବାଲାନ୍ସ ସିଟ ରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇ ପାରେ । ଏହାର କାରଣ ହେଉଛି ସଂସଦ ରେ ପାରିତ ହୋଇଥିବା ଶ୍ରମ ବିଲ । ଏହି ବିଲ ର ନିୟମ ଅନୁସାରେ ଦରମା ରେ ଏକ ବଡ଼ ଧରଣ ର ପରିବର୍ତ୍ତନ ହେବ । ଦୀର୍ଘ ଅନେକ ବର୍ଷ ପରେ ଶ୍ରମ ଆଇନ କୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ସଂଶୋଧନ ଦ୍ୱାରା ଭତା ଟଙ୍କା ବୃଦ୍ଧି କରାଯାଇ ବେତନ ଟଙ୍କା କୁ ହ୍ରାସ କରଯାଇଛି ।

ଏହି ଆଇନ ଲାଗୁ ହେବା ଦ୍ଵାରା କର୍ମଚାରୀ ମାନଙ୍କୁ ବହୁତ ଲାଭ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର । ନୂତନ ନିୟମ ଅନୁସାରେ ମୂଳ ବେତନ ସମୁଦାୟ ବେତନ ର ୫୦ ପ୍ରତିଶତ ହେବ କିମ୍ବା ତାହା ଠାରୁ ଅଧିକ ହେବ । ଯାହା ଫଳରେ ସମସ୍ତ କର୍ମଚାରୀ ଙ୍କ ଦରମା ରେ ଏକ ବଡ଼ ପରିବର୍ତ୍ତନ ହେବ ଓ ପିପିଏଫ ବଢିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *