ତାରା ତାରିଣୀ ସିରିଏଲକୁ ପୁରିଲା ୧୦୦୦ ଅଧାୟ, ସବୁଦିନ ପାଇଁ ବିଦାୟ ନେଲେ ତାରା ତାରିଣୀ ଟୀମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ କେତେକ ଧାରାବାହିକ ବହୁତ ଲୋକପ୍ରିୟତା ହାସଲ କରିଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଧାରାବାହିକ ଅଛି ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରିନଥାନ୍ତି । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଧାରାବାହିକ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ବନ୍ଧୁଗଣ ଏହି ଧାରାବାହିକର ନାମ ହେଉଛି ‘ତାରାତାରିଣୀ’ ।

ଆପଣ ମାନେ ସମସ୍ତେ ଏହି ‘ତାରାତାରିଣୀ’ ଧାରାବାହିକକୁ ତରଙ୍ଗ ଚ୍ୟାନେଲରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି ଓ ଏହି ଧାରାବାହିକକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହାର କାରଣ ହେଉଛି ଏହି ଧାରାବାହିକର କାହାଣୀ ବହୁତ ଭଲ ରହିବା ସହିତ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ଏହି କିଛି ଦିନ ହେବ ଏକ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଖବରଟି ହେଉଛି ‘ତାରାତାରିଣୀ’ ଧାରାବାହିକଟି ବନ୍ଦ ହେବାକୁ ଯାଉଛି । ବନ୍ଧୁଗଣ ଏହି ଖବରଟି ସଂପୂର୍ଣ୍ଣ ସତ ଅଟେ । କାରଣ ‘ତାରାତାରିଣୀ’ ଧାରାବାହିକ ବନ୍ଦ ହେବାର କିଛି ପ୍ରମାଣ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ‘ତାରାତାରିଣୀ’ ଧାରାବାହିକର ୧୦୦୦ ଅଧ୍ୟାୟ ବର୍ତ୍ତମାନ ପୂରଣ ହୋଇଯାଇଛି । ଏହି ୧୦୦୦ ଅଧ୍ୟାୟ ପୂରଣ ହେବା ଖୁସିରେ ‘ତାରାତାରିଣୀ’ ଧାରାବାହିକର ସମସ୍ତ ଟିମ ମେମ୍ବର ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଫଟୋରେ ‘ତାରାତାରିଣୀ’ ଧାରାବାହିକରେ ଅଭିନୟ କରୁଥିବା ସମସ୍ତ କଳାକାର ଓ ଅନ୍ୟାନ୍ୟ ଟିମ ସଦସ୍ୟ ମାନେ ମିଶି କେକ କାଟୁଥିବାର ଓ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

‘ତାରାତାରିଣୀ’ ଧାରାବାହିକର ୧୦୦୦ ଅଧ୍ୟାୟ ପୂରଣ ହେବା କାରଣରୁ ସମସ୍ତ ମେମ୍ବର ବହୁତ ଖୁସି ନଜର ଆସୁଛନ୍ତି । କିନ୍ତୁ ବନ୍ଧୁଗଣ ଏହି ଧାରାବାହିକଟି ବନ୍ଦ ହେବା ପରେ ‘ତାରିଣୀ ଆଖିରେ ଲୁହ’ ନାମକ ଏକ ଧାରାବାହିକ ତରଙ୍ଗରେ ପ୍ରସାରିତ ହେବାକୁ ଯାଉଛି । କୁହାଯାଉଛି ଯେ, ଏହି ‘ତାରିଣୀ ଆଖିରେ ଲୁହ’ ଧାରାବାହିକଟି ‘ତାରାତାରିଣୀ’ ଧାରାବାହିକର ଦୁତୀୟ ପାର୍ଟ । ତେଣୁ ଆପଣ ମାନେ ଆସୁଥିବା ୧୯ ତାରିଖ ଦିନ ରାତି ୯ଟାରେ ‘ତାରାତାରିଣୀ’ ଧାରାବାହିକକୁ ଏକ ନୂତନ ରୂପରେ ‘ତାରିଣୀ ଆଖିରେ ଲୁହ’ ଧାରାବାହିକ ଦ୍ଵାରା ଦେଖିପାରିବେ ।


ବନ୍ଧୁଗଣ ଏହି ଧାରାବାହିକରେ ‘ତାରାତାରିଣୀ’ର ଭୂମିକା କରିଥିବା ଶିଶୁ କଳାକାର ମାନେ ବଡ ହୋଇଯାଇଛନ୍ତି । ସେହି ଶିଶୁ କଳାକାରଙ୍କ ବଦଳରେ ଆପଣ ମାନେ ଅଭିନେତ୍ରୀ ସୁମନ ପଣ୍ଡା ଓ ଅସୀମା ପାତ୍ରକୁ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ତାରାତାରିଣୀ’ ଧାରାବାହିକଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *