କରିନା ଙ୍କ ପରି Glowing ଓ ଗୁଲାବି ଚେହେରା ପାଇବା ପାଇଁ ପ୍ରତିଦିନ କେବଳ କରନ୍ତୁ ଏହି 1 କାମ- Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଚେହେରା ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଉଭୟ ଝିଅ ଓ ପୁଅ ମାନଙ୍କର ଚେହେରାରେ ଦାଗ, ବ୍ରଣ ଏବଂ କଳାପଣ ଆଦି ସମସ୍ୟା ହେଉଛି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ବଜାରରୁ ମିଳୁଥିବା ଅନେକ ଫେସକ୍ରିମ ଓ ଫେସୱାସର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସବୁ ଫେସ କ୍ରିମ ଓ ଫେସୱାସରେ ବହୁତ ମାତ୍ରାରେ କେମିକାଲ ମିଶି ରହିଥାଏ ଯାହା ଆମ ଚେହେରାକୁ ଡ୍ୟାମେଜ କରିଥାଏ ।

ଯଦି ଆପଣ ମାନଙ୍କର ଏହି ସବୁ ଚେହେରା ଜନିତ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣଙ୍କ ଚେହେରା ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ପରି ଗ୍ଲୋଇଙ୍ଗ ଓ ଗୋଲାପି ହୋଇଯିବ ।

ବନ୍ଧୁଗଣ ଏହି ଉପଚାରକୁ ଉଭୟ ପୁଅ ଓ ଝିଅ ମାନେ କରିପାରିବେ । ଏହା ସହିତ ଏହି ଉପଚାର ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ତିଆରି କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ କିଛି ଗୋଲାପ ପାଖୁଡା ନିଅନ୍ତୁ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ଚେଷ୍ଟା କରନ୍ତୁ ଫ୍ରେସ ଗୋଲାପ ପାଖୁଡା ନେବା ପାଇଁ ।

ବନ୍ଧୁଗଣ ଗୋଲାପ ପାଖୁଡା ଆମ ସ୍କିନକୁ ଗୋଲାପି କରିଥାଏ ଓ ଆମ ସ୍କିନରେ ଥିବା ଦାଗକୁ ଦୂର କରିଥାଏ । ବନ୍ଧୁଗଣ ଆପଣ ଏକ କପ ଗୋଲାପ ପାଖୁଡାରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ ଓ ଏହି ଦୁଇଟି ସାମଗ୍ରୀକୁ ଗ୍ରାଇଣ୍ଡର ସାହାର୍ଯ୍ୟରେ ପେଶୀ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ଛାଣି ଦିଅନ୍ତୁ । ଛାଣିବା ପରେ ଆପଣ ସେହି ମିଶ୍ରଣରେ ଅଧା ଚାମଚ ଅଲିଭ ଅଏଲ ପକାଇ ଦିଅନ୍ତୁ ।

ଯଦି ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଅଲିଭ ଅଏଲ ନାହିଁ ତା ହେଲେ ଆପଣ ଏଥିରେ ଅଧା ଚାମଚ ବାଦାମ ଅଏଲ ମଧ୍ୟ ପକାଇ ପାରିବେ । ବନ୍ଧୁଗଣ ଏହି ଉପଚାରରେ ପ୍ରୟୋଗ ହୋଇ ଥିବା ସମସ୍ତ ଜିନିଷରେ ପ୍ରଚୁର ମାତ୍ରାରେ ଭିଟାମିନ E ରହିଥାଏ ଯାହା ଆମ ସ୍କିନକୁ ଗୋଲାପି ଓ ଗୋରା କରିଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଅଧା ଚାମଚ ଆଲୋବେରା ଜେଲ ମିଶାଇ ଦିଅନ୍ତୁ । ଏହା ଆମ ସ୍କିନକୁ ସଫା କରିବା ସହିତ ଆମ ଚେହେରାରେ ଥିବା ସମସ୍ତ ଦଗକୁ ଦୂର କରିବାରେ ସହାୟକ ହୋଇଥାଏ ।

ଏହାପରେ ବନ୍ଧୁଗଣ ଆପଣ ଏହି ସମସ୍ତ ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ଆମର ମିଶ୍ରଣ ପ୍ରସ୍ତୁତ ହୋଇଯିବ । ଆପଣ ସବୁଦିନ ସଖାଳ ସମୟରେ ନିଜ ଫେସକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ନିଜ ଫେସରେ ଏହି ମିଶ୍ରଣକୁ ଲଗାଇ ଭଲ ଭାବରେ ମସାଜ କରନ୍ତୁ । ଆପଣ ଏହି ଉପାୟ ରାତିରେ ମଧ୍ୟ କରିପାରିବେ । ୧୦ ମିନିଟ ରଖିବା ପରେ ଆପଣ ନିଜ ଫେସକୁ ପାଣିରେ ଧୋଇ ଦିଅନ୍ତୁ । ବନ୍ଧୁଗଣ କେବଳ ୮ ଦିନ ଏହି ଉପଚାର କରି ଦେଖନ୍ତୁ ଆପଣଙ୍କ ସ୍କିନ ସଂପୂର୍ଣ୍ଣ ଗ୍ଲୋଇଙ୍ଗ ଓ ଗୋଲାପି ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *