ସାବତ ମା ଅମୃତା ପ୍ରଥମ ଦେଖାରେ ହିଁ ତୈମୁର ସହିତ କରିଥିଲେ ଏମିତି ବ୍ୟବହାର, ଯାହା କୌଣସି ସାବତ ମା’ ବି କରି ପାରିବନି

ଏହି କରୋନା ସମୟରେ ଯେଉଁଠି ଚାରିଆଡେ ନିରାଶା ର ଖବର ସବୁ ଆସୁଛି ତ ସେଇଠି ବଲୀଉଡ ରେ ପଟୋଦି ପରିବାର ରେ ଏବେ ଖୁସି ଛାଇ ଯାଇଛି । କଥା କଣ କି ଶେଫ ଏବଂ କରିନା ନିକଟରେ ସୂଚନା ଦେଇଛନ୍ତି କି ସେମାନେ ବହୁତ ଜଲଦି ଆଉ ଥରେ ବାପା ମା ହେବାକୁ ଯାଉଛନ୍ତି ଏବଂ ତାଙ୍କ ଘରକୁ ଏକ ଛୋଟ ଅତିଥି ଆସିବାର ଅଛି । ମାନେ ଏହା କି ଏହା ଶେଫଙ୍କର ଚତୁର୍ଥ ପିଲା ,କିନ୍ତୁ କରିନାଙ୍କର ଦ୍ଵିତୀୟ ପିଲା ।

ଶେଫଙ୍କର ପ୍ରଥମ ଦୁଇଟି ପିଲା ସାରା ଆଉ ଇବ୍ରାହିମ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ଙ୍କର ଆଉ ତୈମୁର କରିନାଙ୍କ ପୁଅ । କରିନା ତ ସାରା ଆଉ ଇବ୍ରାହିମ ଦୁଇଜଣଙ୍କୁ ସ୍ନେହ କରନ୍ତି କିନ୍ତୁ ଅମୃତା ଆଉ ତୈମୁରଙ୍କ ସମ୍ପର୍କ କେମତି ଅଟେ ।

ତୈମୁର ସହିତ ଏମିତି ଥିଲା ଅମୃତାଙ୍କର ସାକ୍ଷାତ

ଜଣାଇଦେଉଛୁ ଯେ ସେଫ ସର୍ବ ପ୍ରଥମେ ଅମୃତା ସିଂହଙ୍କ ସହ ବିବାହ କରିଥିଲେ । ଅମୃତା ତାଙ୍କଠାରୁ ବୟସରେ 12 ବର୍ଷ ବଡ ଥିଲେ , ତଥାପି ସେମାନେ ବିବାହ କରିଥିଲେ । ଏହି ବାହାଘରରୁ ସେଫ ଓ ଅମୃତାଙ୍କର ଦୁଇଟି ପିଲା ହେଲେ ସାରା ଓ ଇବ୍ରାହିମ । ସେଇ ସାରା ଯିଏ କି ଏବେ ବଲିଉଡ ଅଭିନେତ୍ରୀ ହେଇସାରିଛନ୍ତି । ସେଫ ଆଉ ଅମୃତାଙ୍କ ବିବାହ ବେଶିଦିନ ପର୍ଯ୍ୟନ୍ତ ଚାଲିଲା ନାହିଂ ଏବଂ ସେମାନେ ଛାଡପତ୍ର ନେଲେ ଏବଂ ସେଫ କରୀନାଙ୍କ ସହ ବିବାହ କରିନେଲେ ।

କରୀନା ଓ ସେଫଙ୍କ ପୁଅ ତୈମୁର ବହୁତ ସୁନ୍ଦର ଏବଂ ତାଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି । ତୈମୁର ର ନିଜ ପିତାଙ୍କର ପ୍ରଥମ ସ୍ତ୍ରୀ ଅମୃତାଙ୍କ ସହ ଦେଖା ହୋଇ ସାରିଲେଣି । ଆପଣ ମାନଙ୍କୁ ଜଣେଇ ଦେଉଛୁ କି ଅମୃତାଙ୍କର ତୈମୁର ସହ ସାକ୍ଷାତ ସେତେବେଳେ ହେଲା ଯେତେବେଳେ କରୀନା କୌଣସି ଏକ ଫିଲ୍ମ ର ସୁଟିଂରେ ବ୍ୟସ୍ତ ଥିଲେ । ସେତେବେଳେ ଅମୃତା ତୈମୁର ଙ୍କୁ ଉପହାର ମଧ୍ୟ ଦେଇଥିଲେ । ତାଙ୍କୁ ତୈମୁର ବହୁତ ସୁନ୍ଦର ଲାଗିଥିଲେ ।

ସଉତୁଣୀର ପିଲାଙ୍କୁ ବି ବହୁତ ଭଲ ପାଆନ୍ତି ମା’ ମାନେ

ପ୍ରାୟ ସାବତ ମା’ ର ନାମ ଶୁଣି ଲୋକ ଏମିତି ଭାବନ୍ତି ଯେ ସେମାନଙ୍କ ଛୁଆ ଙ୍କ ଭିତରେ ଭଲ ସମ୍ପର୍କ ନଥିବ ବୋଲି, କିନ୍ତୁ ଏମିତି ନୁହେଁ । କରୀନା ଏକ ସାବତ ମା’ ହୋଇ ମଧ୍ୟ ଯେତେ ଧ୍ୟାନ ସାରା ଆଉ ଇବ୍ରାହିମଙ୍କର ରଖନ୍ତି ସେମିତି ଅମୃତା ବି ନିଜର ଛୋଟ ପୁଅ ତୈମୁର କୁ ଭଲ ପାନ୍ତି । ଅମୃତାଙ୍କର ସମ୍ପର୍କ ସେଫ ଙ୍କ ସାଥିରେ ଭଲ ନଥିଲେ ବି ପିଲାମାନଙ୍କ ମାମଲାରେ କେବେ ଘୃଣା କରନ୍ତି ନାହିଂ ଏବଂ ନିଜ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ।

ଅନ୍ୟପଟେ ସାରା ଏବଂ ଇବ୍ରାହିମ ଆଉ ଥରେ ପୁଣି ଭାଇ ଭଉଣୀ ହେବା ପାଇଁ ଏକ୍ସାଇଟେଡ ଅଛନ୍ତି । ଜଣାଇଦେଉଛୁ ଯେ କରୀନା ଙ୍କର ଦ୍ଵିତୀୟ ଗର୍ଭ ବିଷୟରେ ଜାଣି ଇବ୍ରାହିମ ଖୁସି ଜଣେଇଥିଲେ । ସାରା ମଧ୍ୟ ନିଜ ପିତା ଓ କାରୀନାଙ୍କ ପାଇଁ ବହୁତ ଖୁସି । ଜଣେଇଦେଉଛୁ ଯେ ସାରା ଏବଂ ଇବ୍ରାହିମ ନିଜ ମା’ ଅମୃତା ଙ୍କ ସହ ଅଲଗା ଆପାର୍ଟମେନ୍ଟରେ ରୁହନ୍ତି କିନ୍ତୁ ତାଙ୍କ ପିତାଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ ।

ଗୁରୁତ୍ବପୂର୍ଣ କଥା ଏହି ଯେ ସେଫ ଓ କରୀନା ଙ୍କ ବିବାହ ସମୟରେ ବି ସାରା ଓ ଇବ୍ରାହିମ ବହୁତ ଖୁସି ଥିଲେ । ସାରା ଏକ ସାକ୍ଷତାକାରରେ କହିଥିଲେ କି ଯେତେବେଳେ ବାପା ଓ କରୀନା ଙ୍କ ବାହାଘର ହୋଇଥିଲା ମୋର ମନେ ଅଛି ସେତେବେଳେ ମା’ ସବୁ ଗହଣା ମୋ ସାମନାରେ ରଖି ଦେଇଥିଲେ । ସେ ମୋତେ କହିଥିଲେ କି କୁହ ତମକୁ କେଉଁ ଝୁମୁକା ପିନ୍ଧିବାର ଅଛି । ସେ ଏହି ବିଷୟରେ ବାପା ଓ ସନ୍ଦୀପ ଖୋସଲା ଙ୍କୁ ବି କଲ କରିଥିଲେ । ଜଣେଇଦେଉଛୁ ଯେ ସେଫ ଓ କରୀନାଙ୍କ ବିବାହ 2012 ରେ ହୋଇଥିଲା । ତାଙ୍କ ବିବାହ କେବଳ ବହୁତ ନିକଟ ବନ୍ଧୁ ଓ ପରିବାର ଲୋକ ମାନଙ୍କ ଭିତରେ ହୋଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *