TV ସିରିଏଲ ‘ସାତ ଫେରେ’ ରେ କାଳୀ ଓ ଅସୁନ୍ଦର ନଜର ଆସୁଥିବା ଏହି Actress ରିଅଲ ଲାଇଫରେ ଅଟନ୍ତି ବହୁତ ସୁନ୍ଦର ଆଉ ଗ୍ଲାମରସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଟିଭିର ଫେମସ ସୋ ‘ସାତ ଫେରେ’ର ଫେମସ ଅଭିନେତ୍ରୀ ରାଜଶ୍ରୀ ଠାକୁରଙ୍କ ବିଷୟରେ କହିବାକୁ ଯାଉଛୁ । ରାଜଶ୍ରୀ ନିଜ ରିଅଲ ଲାଇଫରେ ମଧ୍ୟ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି । ଏହି ସିରିଏଲରେ କାମ କରି ରାଜଶ୍ରୀ ଘରେ ଘରେ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜଶ୍ରୀ ଠାକୁରଙ୍କର ଜୀବନ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଟିଭି ଆକ୍ଟ୍ରେସ ରାଜଶ୍ରୀ ଠାକୁର ନିଜ ଅସଲ ଜୀବନରେ ଦେଖାଯିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ହେଲେ ତାଙ୍କୁ ଡେସ୍କିବ୍ୟୁଟି ଶୁଣିବା ଜମାରୁ ପସନ୍ଦ ନାହିଁ । କାରଣ ତାଙ୍କ ମତରେ ଯଦି ଆପଣଙ୍କୁ ଲାଗୁଛି ଆପଣ ସୁନ୍ଦର ଅଛନ୍ତି ତା ହେଲେ ତାହା ଉପରେ ଡାର୍କ ଲଗାଇବାର କୌଣସି ଆବଶ୍ୟକତା ନାହିଁ ।

ରାଜଶ୍ରୀ ନିଜକୁ ବହୁତ ଭାଗ୍ୟଶାଳୀ ମାନି ଥାନ୍ତି କାରଣ ତାଙ୍କୁ ଏହି ରଙ୍ଗ ମିଳିଛି । ତାଙ୍କୁ ନିଜ ରଙ୍ଗ ପାଇଁ କେବେ ହେଲେ କୌଣସି ଅସୁବିଧା ହୋଇ ନାହିଁ । ତାଙ୍କ ମତରେ ଆମ ଦେଶର ବହୁତ ଶ୍ୟାମଳ ଝିଅ ମାନଙ୍କୁ ନିଜ ରଙ୍ଗ ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ରାଜଶ୍ରୀ ଉପର ସୁନ୍ଦରତା ବ୍ଯତୀତ ଅଧିକ ମନର ସୁନ୍ଦରତା ଉପରେ ବିଶ୍ଵାସ ରଖିଥାନ୍ତି । ଅଭିନେତ୍ରୀ ରାଜଶ୍ରୀଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୨ ମସିହାରେ ମୁମ୍ବାଇ ମହାରାଷ୍ଟ୍ରରେ ହୋଇଥିଲା । ବର୍ତ୍ତମାନ ରାଜଶ୍ରୀ ୩୮ ବର୍ଷର ହୋଇ ସାରିଛନ୍ତି । ୩୮ ବର୍ଷ ବୟସରେ ମଧ୍ୟ ରାଜଶ୍ରୀ ବହୁତ ସୁନ୍ଦର ନଜର ଆସୁଛନ୍ତି । ରାଜଶ୍ରୀଙ୍କର ପାଠ ପଢା ଇତ୍ୟାଦି ମୁମ୍ବାଇରେ ହୋଇଛି ।


ମାରାଠି ପରିବାରରେ ଜନ୍ମ ହୋଇଥିବା ରାଜଶ୍ରୀ ନିଜ ସଂସ୍କୃତି ଏବଂ ପରମ୍ପରାକୁ ବହୁତ ମାନିଥାନ୍ତି । ରାଜଶ୍ରୀ ନିଜ କ୍ୟାରିୟରର ଆରମ୍ଭ ରେଡିଓ ଷ୍ଟେସନରେ ନ୍ୟୁଜ ରିପୋର୍ଟର ଭାବେ କରିଥିଲେ । ଏହା ପରେ ସେ ବିଭିନ୍ନ କମ୍ପାନୀ ପାଇଁ ଆଡ୍ସ ମଧ୍ୟ କରିଥିଲେ । ଏହା ପରେ ସେ ଏକ ଫିଲ୍ମ ‘ହବା ଆନେ ଦେ’ରେ ନିଜର ଡେବ୍ୟୁ କରିଥିଲେ ।

ଏହା ପରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ‘ସାଥ ଫେରେ’ ସିରିଏଲରେ ସଲୋନୀର ଭୂମିକା ପଦର୍ଶନ କରିବାର ମଉକା ମିଳିଥିଲା । ଏହି ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରିଥିଲେ । ଯାହା ଫଳରେ ତାଙ୍କର ଲୋକପ୍ରିୟତା ବହୁତ ବଢିଯାଇଥିଲା । ଏହା ପରେ ତାଙ୍କୁ ୨୦୦୬ ର ଫେସର ଅଫ ଦି ଆୱାର୍ଡ ମଧ୍ୟ ମିଳିଥିଲା ।


ଏହା ବ୍ୟତୀତ ରାଜଶ୍ରୀ କସମ ସେ, କହୋ ନା ପ୍ୟାର ହେ, ସପନା ବାବୁଲ କା ବିଦାଇ ଏବଂ ମହାରଣା ପ୍ରତାପ ସିରିଏଲରେ କାମ କରିଥିଲେ । ଏହି ସବୁ ସିରିଏଲ କରି ରାଜଶ୍ରୀ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ହିନ୍ଦୀ ଟେଲିଭିଜନ ଦୁନିଆରେ ସେ ନିଜର ପରିଚୟ ଦେଇସାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *