ମିଡିଆ ଠାରୁ ରୁହନ୍ତି ଦୂରରେ, କିନ୍ତୁ କୌଣସି Bollywood ହିରୋଇନଙ୍କ ଠାରୁ କମ ନୁହଁନ୍ତି ଏହି 5 ଜଣ ହୀରୋଙ୍କ ପତ୍ନୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତା ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ପତ୍ନୀ ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି । ଏହି ବଲିଉଡ ଅଭିନେତ୍ରୀଙ୍କ ପତ୍ନୀ ମାନେ ପ୍ରାୟତଃ ମିଡିଆ ଠାରୁ ଦୂରରେ ରୁହନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ପତ୍ନୀ ମାନଙ୍କ ବିଷୟରେ ।

ଇରଫାନ ଖାନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଷ୍ଟାର ଇରଫାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କିଛି ମାସ ପୂର୍ବରୁ ଇରଫାନ ଖାନଙ୍କ ମୃତ୍ୟୁ ହୋଇଥିଲା, ଯାହା ଫଳରେ ସମଗ୍ର ଭରତବାସୀ ବହୁତ ଦୁଃଖ ଅନୁଭବ କରିଥିଲେ । ବନ୍ଧୁଗଣ ଇରଫାନ ଖାନଙ୍କ ପତ୍ନୀଙ୍କ ନାମ ହେଉଛି ସୁଦାପା ସିଗଦାର । ସୁଦାପାଙ୍କ ସହ ଇରଫାନ ୧୯୯୫ ମସିହାରେ ବିବାହ କରିଥିଲେ । ସୁଦାପା ନିଜେ ଏକ ଲେଖକ ଓ ଆକ୍ଟର ରହିସାରିଛନ୍ତି ।

ଜନ ଆବ୍ରାହିମ

ବଲିଉଡ ଅଭିନେତା ଜନ ଆବ୍ରାହିମ ନିଜେ ଯେତିକି ଫେମସ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟା ରୁଞ୍ଜାଲ ମଧ୍ୟ ସେତିକି ଫେମସ ଅଛନ୍ତି । ଜନ ଆବ୍ରାହିମ ବିପାଶା ବାସୁଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ହେଲେ ଜନ ଚୁପ ଚାପ ପ୍ରିୟାଙ୍କ ସହ ବିବାହ କରିଥିଲେ । ବିବାହର ବହୁତ ଦିନପରେ ଏହି କଥାର ଖୁଲାସା ସାମ୍ନାକୁ ଆସିଥିଲା ।

ଇମରାନ ହାସମୀ

ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ଇମରାନ ହାସମୀଙ୍କୁ ନିଶ୍ଚୟ ଜାଣିଥିବେ । ଇମରାନ ଅଧିକାଂଶ ନିଜର କିସିଙ୍ଗ ସିନ ଓ ବୋଲ୍ଟ ସିନ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଇମରାନ ହାସମୀଙ୍କ ଅସଲ ପତ୍ନୀ ହେଉଛନ୍ତି ପରବୀନ ସାହାନୀ । ପରବୀନଙ୍କ ସହ ଇମରାନ ୨୦୦୬ ରେ ବିବାହ କରିଥିଲେ, ପରବୀନ ଇମରାନଙ୍କୁ ନିଜ କ୍ୟାରିୟର ପାଇଁ ବହୁତ ସପୋର୍ଟ ଦେଇଛନ୍ତି ।

ବିବେକ ଓବରଏ

ବଲିଉଡର ଲୋକପ୍ରିୟ ଅଭିନେତା ବିବେକ ଓବରଏଙ୍କ ପତ୍ନୀଙ୍କର ନାମ ହେଉଛି ପ୍ରିୟଙ୍କା ଆଲବା । ବିବେକ ଗୋଟେ ସମୟରେ ଐଶ୍ଵର୍ଯ୍ୟ ରାୟ ବଚନଙ୍କ ସହ ରିଲେସନସିପରେ ଥିଲେ । ହେଲେ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ, ଏହି ଭୁଲ ପାଇଁ ସଲମାନ ଖାନ ବିବେକଙ୍କର କାରିୟରକୁ ବରବାଦ କରି ଦେଇଥିଲେ । ହେଲେ ଏହା ପରେ ସେ ପ୍ରିୟଙ୍କାଙ୍କୁ ପ୍ରେମ କରିଥିଲେ,ଦେଖାଯିବା ପାଇଁ ପ୍ରିୟଙ୍କା କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ଆଜି ବିବେକ ଓବରଏଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ।

ସରମନ ଜୋଶୀ

ବଲିଉଡ ଇଣ୍ଡଷ୍ଟ୍ରିରେ ଏକ କମେଡି ଆକ୍ଟର ରୂପେ ପରିଚିତ ନାମ ହେଉଛି ସରମୋନ ଜୋଶୀ । ସରମନ ବଲିଉଡକୁ ଏମିତି ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସରମନଙ୍କ ପତ୍ନୀ ହେଉଛନ୍ତି ପ୍ରେରଣା ଚୋପଡା । ପ୍ରେରଣା ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ପ୍ରେମ ଚୋପଡାଙ୍କ ଝିଅ । ହେଲେ ପ୍ରେରଣାଙ୍କୁ ଅଧିକ ଲାଇମ ଲାଇଟରେ ରହିବା ପାଇଁ ପସନ୍ଦ ଆସିନଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *