Russia-Ukraine ମଧ୍ୟରେ କାହିଁକି ଲାଗିଲା ଯୁଦ୍ଧ ! କଣ ରହିଛି ଏହାର କାରଣ ?

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପୁନ୍ନଛେତ ହେବା ପରେ ଏବେ ସାମ୍ନା ସାମ୍ନି ହେଲେ ଦୁଇ ଦେଶ ।

ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ଅଛନ୍ତି ୟୁରୋପର ଅନେକ ଦେଶ ଏବଂ ଆମେରିକା । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗିବାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଋଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ କାରଣ ହେଉଛି କ୍ରିମିଆ ପ୍ରାଏ ଦ୍ଵିପ ଯାହା ପୂର୍ବରୁ ୟୁକ୍ରେନର ଅଂଶ ଥିଲା ।

୨୦୧୪ ମସିହାରେ ୟୁକ୍ରେନରୁ କ୍ରିମିଆ ପ୍ରାଏ ଦ୍ଵିପକୁ ଅଲଗା କରିଦେଇଥିଲା ରୁଷିଆ । ଆଉ ସେବେ ଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଥିଲା । ୟୁକ୍ରେନ ଏହି ଅଞ୍ଚଳକୁ ଫେରି ପାଇବାକୁ ଚାହୁଁ ଥିବା ବେଳେ ଋଷିଆ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟି ଥିଲା । ଏହି ପ୍ରସଙ୍ଗରେ ଆମେରିକା ଏବଂ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନ ସହ ଥିବା ବେଳେ ଋଷିଆ ଏକା ଲଢିବାକୁ ମନସ୍ଥ କରିଛି ।

ଏହି ବିବାଦର ଦ୍ଵିତୀୟ କାରଣ ହେଲା ବର୍ତ୍ତମାନ ନାର୍ଟ୍ସ ଟିମ ଟୁଫ ପାଇପଲାଇନ ମଧ୍ୟ ତିଆରି ହୋଇଯାଇଛି । ଆଉ ଏହି ପାଇପଲାଇନ ମଧ୍ୟରେ ଋଷିଆ ବର୍ତ୍ତମାନ ଜର୍ମାନୀ ସମେତ ୟୁରୋପର ଅନ୍ୟ ଦେଶକୁ ସିଧା ସଳଖ ତେଲ ଏବଂ ଗ୍ୟାସ ଯୋଗାଇବାରେ ସକ୍ଷମ ହେବ । ହେଲେ ଏହି କାରଣରୁ ୟୁକ୍ରେନ ଏକ ବୃହତ ଆର୍ଥିକ କ୍ଷତି ସାହିବ । କାରଣ ଏ ପର୍ଯ୍ୟନ୍ତ ୟୁକ୍ରେନର ରାସ୍ତା ଦେଇ ୟୁରୋପକୁ ଯାଉଥିଲା ପାଇପଲାଇନ ।

ଆଉ ଏଥିରୁ ତାକୁ ବହୁତ ରୋଜଗାର ବି ମିଳୁଥିଲା ।  ସେପଟେ ଜର୍ମାନୀ ନାର୍ଟ୍ସଟିମକୁ ଅନୁମୋଦନ କରୁ ବୋଲି ଚାହେନାହିଁ ଆମେରିକା ଏହାଦ୍ବାରା ୟୁରୋପ ଋଷ ଉପରେ ଅଧିକ ନିର୍ଭରଶୀଳ ହୋଇପଡିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଏହି ଦୁଇ ଦେଶ ମଧ୍ୟରେ ବିବାଦ କ୍ରିମିଆ ଓ ନାର୍ଟ୍ସଟିମ ୨ ପାଇଁ ରହିଛି । ତେବେ ଏଥିପାଇଁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ।

Leave a Reply

Your email address will not be published. Required fields are marked *