ଭାରତର ବଡ଼ ଧମାକା ! ଚିନ୍ତାରେ America, ଋଷ କେବେ ବି ଭୁଲିବନି ଭାରତର ଏହି ଉପକାର…

ନମସ୍କାର ବନ୍ଧୁଗଣ ତେବେ ରୁଷ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ସହ ପଶ୍ଚାତ୍ୟ ଦେଶଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହିତ ବ୍ୟବସାୟିକ ସମ୍ପର୍କ ଜାରି ରହିରଖିବା ନେଇ କହିଛି ଭାରତ । ବର୍ତ୍ତମାନ ସମୟରେ ରୁଷିଆ ଠାରୁ ଭାରତ କୋଇଲା ଆମଦାନୀ ଦ୍ବିଗୁଣିତ କରିବ ବୋଲି ଘୋଷଣା କରିଛି ।


ଏନେଇ ରବିବାର ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୁଷ ଠାରୁ କୋଇଲା ଆମଦାନୀ କରିବାକୁ ଭାରତ ଯୋଜନା କରୁଛି । ରୁଷ ଠାରୁ ୪.୫ ମିଲିୟନ ଟନ୍‌ କୋଇଲା ଭାରତ ଆମଦାନୀ କରିଛି । ଏହି ​‌କୋଇଲା ବିଦ୍ୟୁତ୍‌ ଉତ୍ପାଦନ ସହ ଇସ୍ପାତ ଉତ୍ପାନ କରିବାରେ ସହାଯ୍ୟ ହୋଇଥାଏ । ପୂର୍ବରୁ ଆମେରିକା ରୁଷ ସହ ବ୍ୟବସାୟୀକ ସମ୍ପର୍କ ନରଖିବାକୁ ଭାରତକୁ ପରାମର୍ଶ ଦେଇଥିଲା ।

ହେଲେ ଭାରତ ପୁରୁଣା ବ୍ୟବସାୟିକ ସମ୍ପର୍କ ନଛାଡ଼ିକୁ ସ୍ଥିର କରିଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁ​‌ହେଁ ରୁଷ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ମଧ୍ୟ ଯୋଗାଇବାକୁ କହିଛି । ତେବେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ବର୍ତ୍ତମାନସୁଦ୍ଧା ନିରପେକ୍ଷ ନୀତି ଆପଣାଇଛି । ଉଭୟ ଦେଶକୁ ଭାରତ ସରକାର କେବଳ ଶାନ୍ତି ଅପିଲ କରୁଛନ୍ତି । ଜାତିସଂଘ ଭୋଟିଂରୁ ମଧ୍ୟ ଭାରତ ନିଜକୁ ଦୂରେଇ ରଖୁଛି ।


ଭାରତର ଏଭଳି ନୀତିକୁ ଆମେରିକା ଦୃଢ଼ ନିନ୍ଦା କରିଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଭାରତ ଖୋଲାଖୋଲି ଭାବେ ରୁଷ ଆକ୍ରମଣର ନିନ୍ଦା କରୁ । ଭାରତ ରୁଷ ଏବଂ ଚୀନ୍‌ରୁ ତେଲ ଆମଦାନୀ କରିବା ମଧ୍ୟ ବନ୍ଦ କରୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚୀନ୍‌ ଭାରତ ଉପରେ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ଭାରତ ସାଥୀରେ ଥିଲା, ଏଭଳି ପରିସ୍ଥିତିରେ ରୁଷ ଭାରତର ସାଥ୍‌ ଦେଇନଥିଲା ।

ଏଣୁ ଭାରତ କାହା ସପକ୍ଷରେ ରହିବ ଏକଥା ପୁଣିଥରେ ବିଚାର କରୁ । ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣିବା ବନ୍ଦ କରି ଆମେରିକାଠାରୁ ଅସ୍ତ୍ର କିଣିବା ଆରମ୍ଭ କରୁ । ରୁଷ ବିରୋଧରେ ସ୍ୱରକୁ ସୁଦୃଢ଼ କରିବାକୁ ଆମେରିକାକୁ ଭାରତର ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *