Vastu Tips- ରୋଷେଇ ଘରେ ଏହି ସବୁ ଭୁଲ ହୋଇଥାଏ ଦାରିଦ୍ର୍ୟତାର କାରଣ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ଆମର ଭାରତୀୟ ଘରେ ମହିଳା ମାନେ ନିଜର ଅଧିକାଂଶ ସମୟ ରୋଷେଇ ଘରେ ଅତିବାହିତ କରିଥାନ୍ତି । ଯେଉଁପରି ଭାବରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନିଜ ଘରକୁ ସଫା ସୁତୁରା ରଖିଥାନ୍ତି, ସେହି ପରି ମା ଅନ୍ନପୂର୍ଣାଙ୍କୁ ପ୍ରସନ୍ନ କରିବା ପାଇଁ ରୋଷେଇ ଘରର ଖାସ ଧ୍ୟାନ ରଖିବାକୁ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତ ରୋଷେଇ ଘର ନିଜ ଘରର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ ।

ସେଥିପାଇଁ ଆପଣଙ୍କୁ କିଛି ଖାସ କଥାର ଧ୍ୟାନ ନିଶ୍ଚୟ ରଖିବାକୁ ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ରୋଷେଇ ଘର ସହ ଜଡିତ କିଛି ଖାସ କଥା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ସ୍ତ୍ରୀ ମାନେ ବର୍ତ୍ତମାନ ସମୟରେ ବିନା ସ୍ନାନରେ ରୋଷେଇ ଘର ମଧ୍ୟରେ ପ୍ରବେଶ କରୁଛନ୍ତି । ହେଲେ ଏହା ବହୁତ ଅଶୁଭ ଅଟେ, କାରଣ ଏହା ଦ୍ଵାରା ଧନହାନୀ ହୋଇଥାଏ । ରୋଷେଇ ଘରେ ଖାଦ୍ଯ ତିଆରି କରିବାର ଅନ୍ୟ ଏକ ଅର୍ଥ ହେଉଛି ଆପଣ ଭଗବାନଙ୍କୁ ରୋଷେଇ ଘର ମଧ୍ୟରେ ଭୋଗ ଚଢାଉଛନ୍ତି । ତେଣୁ ଆପଣଙ୍କୁ ସଫା ସୁତୁରା ରହି ରୋଷେଇ ଘରେ ପ୍ରବେଶ କରିବା ନିହାତି ଆବଶ୍ୟକ ।

ଆପଣ ନିଜ ରୋଷେଇ ଘରେ କେବେ ହେଲେ ଝାଡୁ, ପୋଛା କିମ୍ବା ଜୋତା ଇତ୍ୟାଦିକୁ ଭୁଲ ସେ ମଧ୍ୟ ରଖନ୍ତୁ ନାହିଁ । ଝାଡୁ ଓ ଜୋତା ଆଦି ଜିନିଷରେ ନକରାତ୍ମକ ଊର୍ଜା ରହିଥାଏ, ଯାହା ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କ ଘରର ନଳରେ ଧ୍ୟାନ ରଖିବେ ଯେମିତି ବିନା କିଛି କାରଣରେ ପାଣି ନଝରୁ । ଏହା ଦ୍ଵାରା ଆପଣଙ୍କ ଘରେ ବହୁତ ଅଯଥା ଖର୍ଚ ହେବାର ସମ୍ଭାବନା ରହିଛି ।

ରୋଷେଇ ଘରର ସବୁଠାରୁ ଶ୍ରେଷ୍ଠ ଦିଗ ହେଉଛି ପୂର୍ବ ଦିଗ, ତେଣୁ ଚେଷ୍ଟା କରନ୍ତୁ ଆପଣ ଯେତେବେଳେ ରୋଷେଇ କରିବେ ଆପଣଙ୍କ ମୁଖ ପୂର୍ବ ଦିଗ ଆଡକୁ ଥିବ । ଏହା ଦ୍ଵାରା ଆପଣଙ୍କ ଘର ଧନରେ ପୂର୍ଣ୍ଣ ରହିବା ସହ ଆପଣଙ୍କ ଘରର ଆର୍ଥିକ ସ୍ଥିତି ମଝବୁତ ରହିବ । କାରଣ ଏହା କରିବା ଦ୍ଵାରା ଘର ମଧ୍ୟରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଉତ୍ତର ଓ ଦକ୍ଷିଣ ଦିଗକୁ ମୁଖ କରି କେବେହେଲେ ଖାଦ୍ୟ ତିଆରି କରିବା ଉଚିତ ହୋଇନଥାଏ । କାରଣ ଏହି ଦୁଇଟି ଦିଗ ରେ ଖାଦ୍ଯ ତିଆରି କରିବା ଦ୍ଵାରା ଧନହାନୀ ହେବା ସହ ଆପଣଙ୍କ ପରିବାର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଅଧିକାଂଶ ଲୋକ ରାତ୍ରି ସମୟର ବାସନକୁ ଅଇଁଠା କରି ରାତିରେ ଛାଡି ଦିଅନ୍ତି, କିନ୍ତୁ ଏହା ବହୁତ ବଡ ଭୁଲ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ତେଣୁ ସର୍ବଦା ଆପଣ ନିଜ ରାତ୍ରି ସମୟର ବାସନକୁ ରାତିରେ ଧୋଇଦେବା ଆବଶ୍ୟକ । ତେଣୁ ବନ୍ଧୁଗଣ ରୋଷେଇ ଘର ସହ ଜଡିତ ଏହି ସବୁ ଗୁରୁତ୍ଵ ପୂର୍ଣ୍ଣ କଥାକୁ ଧ୍ୟାନରେ ରଖି ଆପଣ ଚାଲନ୍ତୁ ଦେଖିବେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ନିଶ୍ଚୟ ରହିବ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବାସ୍ତୁ ଟିପ୍ସ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *