Vastu Shastra- ରୋଷେଇ ଘରେ କେବେ ବି କରିବେ ନାହିଁ ଏହି ଭୁଲ, ମାତା ଲକ୍ଷ୍ମୀ ହୋଇଥାନ୍ତି କ୍ରୋଧିତ, ଦରିଦ୍ରତା କେବେ ବି ପିଛା ଛାଡେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଭୁଲ ସମ୍ବନ୍ଧରେ କହିବୁ ଯାହା ରୋଷେଇ ଘରେ କରିବା ଦ୍ୱାରା ଆପଣ ଦାରିଦ୍ର୍ୟ ର ଶିକାର ହେବେ ଏବଂ ଜୀବନ ରେ କେବେବି ଧନୀ ହୋଇପାରିବେ ନାହିଁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଭାରତୀୟ ନାରୀ ମାନେ ନିଜର ଅଧିକାଂଶ ସମୟ ଘରର ରୋଷେଇ ଘରେ ବିତାଇଥାନ୍ତି ଏବଂ ରୋଷେଇ ଘରେ ନିଜର ପରିବାରର ସମସ୍ତ ସଦସ୍ୟ ଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ବନାଇଥାନ୍ତି। ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି।

ବନ୍ଧୁଗଣ ଯେପରି ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘରକୁ ସଫା ସୁତୁରା ରଖା ଯାଇଥାଏ ସେହିପରି ରୋଷେଇ ଘରକୁ ସଫା ସୁତୁରା ନ ରଖିଲେ ସେଠାରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ନାହିଁ ଏବଂ ଏହାର ପ୍ରଭାବ ଘର ଉପରେ ପଡ଼ିଥାଏ। ଏହା ଦ୍ୱାରା ଆପଣ ଜୀବନ ରେ କେବେବି ଉନ୍ନତି କରିପାରିବେ ନାହିଁ ଏବଂ ଘରେ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଯିବ।

ତେବେ ବନ୍ଧୁଗଣ ରୋଷେଇ ଘରକୁ ନେଇ କିଛି ଏଭଳି ନୀତି ନିୟମ ମଧ୍ୟ ରହିଛି ଯାହାର ଧ୍ୟାନ ନ ରଖିବା ଦ୍ଵାରା ଆପଣ ଦାରିଦ୍ର୍ୟତା ର ଶିକାର ମଧ୍ୟ ହୋଇଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରୋଷେଇ ଘରେ କଣ ସବୁ ଭୁଲ କରିବା ଦ୍ୱାରା ଆପଣ ଦରିଦ୍ର ହୋଇପାରନ୍ତି।

୧. ବନ୍ଧୁଗଣ କେବେବି ରୋଷେଇ ଘରେ ଦାନ୍ତ ଘଷିବା ଉଚିତ ହୋଇନଥାଏ। ସର୍ବଦା ରୋଷେଇ ଘରକୁ ସ୍ନାନ କରିବା ପରେ ହିଁ ପ୍ରବେଶ କରିବା ଉଚିତ କାରଣ ରୋଷେଇ ଘର ହେଉଛି ମାତା ଅନ୍ନପୂର୍ଣ୍ଣା ଙ୍କ ବାସ ସ୍ଥାନ। ତେଣୁ ସର୍ବଦା ରୋଷେଇ ଘରକୁ ସ୍ନାନ କରିବା ପରେ ହିଁ ପ୍ରବେଶ କରନ୍ତୁ।

୨. ରୋଷେଇ ଘରେ କେବେବି ଝାଡ଼ୁ ବା ପୋଛା ରଖନ୍ତୁ ନାହିଁ। ସବୁବେଳେ ଏହା ଧ୍ୟାନ ରଖନ୍ତୁ ଯେ ରୋଷେଇ ଘର ଯେପରି ସର୍ବଦା ସଫା ସୁତୁରା ରହିବ। ରୋଷେଇ ଘରେ ଝାଡ଼ୁ ବା ପୋଛା ରଖିବା ଦ୍ୱାରା ଏଥିରେ ଥିବା ନକରାତ୍ମକ ଉର୍ଜା ରୋଷେଇ ଘରେ ପ୍ରବେଶ କରିଥାଏ ଯାହାଦ୍ୱାରା ରୋଷେଇ ଘରର ବାତାବରଣ ଦୂଷିତ ହୋଇଥାଏ ଏବଂ ଏହା ଖାଦ୍ୟ ପଦାର୍ଥ କୁ ମଧ୍ୟ ଦୂଷିତ କରିଥାଏ। ଯାହାର ପ୍ରଭାବ ଆପଣ ଏବଂ ଆପଣଙ୍କ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।

୩. ବନ୍ଧୁଗଣ ଚେଷ୍ଟା କରନ୍ତୁ ଯେପରି କେବେବି ରୋଷେଇ ଘରର ପାଣି କଳ ଖୋଲା ନରହୁ। ଏହା ଦ୍ବାରା ଘରର ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ। ଏହା ସହିତ ଧ୍ୟାନ ରଖନ୍ତୁ ଯେ ଖାଦ୍ୟ ବନାଉଥିବା ସମୟରେ ପୂର୍ବ ଦିଗରେ ମୁହଁ କରି ବନାନ୍ତୁ। ଏହାଦ୍ବାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। କେବେବି ଉତ୍ତର ବା ଦକ୍ଷିଣ ଦିଗ ଆଡ଼େ ମୁହଁ କରି ଖାଦ୍ୟ ବନାନ୍ତୁ ନାହିଁ। ନଚେତ ଏହାଦ୍ୱାରା ଧନ ହାନୀ ହୋଇଥାଏ।

୪. ବନ୍ଧୁଗଣ କେବେ ବି ରାତିରେ ଖାଦ୍ୟ ବନାଇବା ପରେ ଅଇଁଠା ବାସନ କୁ ନଧୋଇ ଶୁଅନ୍ତୁ ନାହିଁ। ରାତି ସାରା ରୋଷେଇ ଘରେ ଅଇଁଠା ବାସନ ରହିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଯାହା ଦ୍ୱାରା କେବେବି ଆପଣଙ୍କ ଉନ୍ନତି ହୋଇନଥାଏ। ତେଣୁ ଚେଷ୍ଟା କରନ୍ତୁ ସବୁବେଳେ ରାତିରେ ହିଁ ସମସ୍ତ ଅଇଁଠା ବାସନ କୁ ଧୋଇ ରଖିବାକୁ।

୫. ବନ୍ଧୁଗଣ ରୋଷେଇ ଘରେ କ୍ଷୀର ଫୁଟୁଥିବା ସମୟରେ ଯଦି ଏହା ଉତୁରି ଯାଇ ତଳେ ପଡ଼ିଯାଏ ତେବେ ତାହାକୁ ଅଶୁଭ ବୋଲି ମାନି ନିଆଯାଇଥାଏ। ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ସର୍ବଦା ଏଥିପ୍ରତି ଧ୍ୟାନ ରଖନ୍ତୁ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *