Riya ଙ୍କ ରିସେପ୍ସନରେ ପହଞ୍ଚିଲେ ଓଲିଉଡର ଷ୍ଟାର କପଲ Sabyasachi ଓ Archita, ଦେଖନ୍ତୁ ଅର୍ଚିତା ଦେଲେ କଣ ଦେଲେ ଗିଫ୍ଟ ?

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ କିଛି ଦିନ ହେବ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରିୟା ଦେ’ ତାଙ୍କର ମନର ମଣିଷ ସୁନିଲ ଙ୍କୁ ବିବାହ କରିଛନ୍ତି । ତେବେ ରିୟା ନିଜ ବିବାହ କୁ ନେଇ ବହୁତ ଖୁସି ଥିବାର ନଜର ଆସିଥିଲେ । ଓଡିଆ ଚଳଚିତ୍ର ଜଗତକୁ ଅଭିନେତ୍ରୀ ରିୟା ଅନେକ ସୁପର ଡୁପର ହିଟ ସିନେମା ଦେଇଛନ୍ତି । ତାଙ୍କ ଅଭିନୟ ରେ ଲକ୍ଷାଧିକ ଫ୍ୟାନ୍ସ ଦିୱାନା ହୋଇଥିବାର ନଜର ଆସିଛନ୍ତି ।

ରିୟା ଅନେକ ଦିନ ଧରି ଶିଳ୍ପପତି ସୁନୀଲ ଙ୍କୁ ଭଲ ପାଇ ଆସିଥିଲେ । ତେବେ ଏହି ପ୍ରେମ ସମ୍ପର୍କ କୁ ଉଭୟ ମିଶି ବିବାହ ସମ୍ପର୍କରେ ପରିଣତ କରିବେ ବୋଲି ନିଷ୍ପତ୍ତି ନେଲେ ଏବଂ ଉଭୟ ବିବାହ କରିବା ପାଇଁ ନିଜ ନିଜ ପରିବାରରେ ଜଣାଇଲେ । ପରିବାର ଲୋକେ ମିଶି ବିବାହ ସ୍ଥିର କରିଲେ । ତେବେ ବିବାହ ପୂର୍ବରୁ ରିୟାଙ୍କର ନିର୍ବନ୍ଧ ହୋଇଥିଲା ଏଥିରେ ଅନେକ ଫିଲ୍ମୀ ସେଲିବ୍ରେଟି ଯୋଗ ଦେଇଥିଲେ ।

ନିର୍ବନ୍ଧ ରେ ରିୟା ଖୁବ ଖୁସି ନଜର ଆସିଥିଲେ । ଏହାପରେ କ୍ରମଶ ରିୟାଙ୍କର ମେହେନ୍ଦି ରସମ ତଥା ହଳଦୀ ରସମ ଅନୁଷ୍ଠିତ ହୋଇଥିଲା । ଏଥିରେ ରିୟା ନିଜ ସାଙ୍ଗ ମାନଙ୍କ ସହିତ ଖୁବ ମଜାମସ୍ତି କରିଥିବାର ନଜର ଆସିଥିଲେ । ପରିବାର ଲୋକେ ମଧ୍ୟ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରିୟା ଙ୍କ ବିବାହ ସରିଛି ଏବଂ ତାଙ୍କ ଶାଶୁଘରେ ତାଙ୍କର ରିସେପ୍ସନପାର୍ଟି ହୋଇଛି ।

ଏଥିରେ ବହୁ ବଡ ବଡ ଓଲିଉଡ କଳାକାର ଯୋଗ ଦେଇଥିଲେ । ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ରିସେପ୍ସନରେ ରିୟା ଏବଂ ସୁନୀଲ ଙ୍କୁ ଉପହାର ଦେଇ ଶୁଭେଛା ଜଣାଇଥିଲେ । ଏହାପରେ ଷ୍ଟେଜରେ ଉଭୟଙ୍କ ପାଖରେ ଫଟୋ ଉଠାଇଥିଲେ । ରିୟାଙ୍କ ରିସେପ୍ସନରେ ଓଲିଉଡ ସେଲିବ୍ରେଟି ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ତେବେ ଆପଣ ମାନେ ଜାଣିଥିବେ ନିକଟରେ କିଛି ବର୍ଷ ପୂର୍ବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କର ମଧ୍ୟ ବିବାହ ହୋଇଥିଲା ତେବେ ସେମାନେ ମଧ୍ୟ ନିଜ ଜୀବନରେ ବେସ ଖୁସ ଥିବାର ନଜର ଆସିଛନ୍ତି । ବିବାହ ପରେ ରିୟା ଓଡିଆ ସିନେମା ଜଗତରେ ଅଭିନୟ କରିବେ କି ନା ତାହା ସମୟ ହିଁ କହିବ । ବର୍ତ୍ତମାନ ସେ ନିଜର ବୈବାହିକ ଜୀବନ ବେସ ଆନନ୍ଦ ଭାବରେ ବିତେଇବେ ବୋଲି ସମସ୍ତଙ୍କର ଶୁଭକାମନା ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *