ଦେଖନ୍ତୁ ଭିଡିଓ: ନିଜ ବାହାଘରରେ ନିଜେ ‘ସାଜନ ଜି ଘର ଆୟେ…’ ଗୀତରେ ଜମେଇ କି ନାଚିଲେ ହିରୋଇନ Riya Dey…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଅଭିନେତ୍ରୀ ରିୟା ଦେ’ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବର୍ତ୍ତମାନ ଶାଶୁଘରେ ପହଞ୍ଚିଛନ୍ତି ଅଭିନେତ୍ରୀ ରିୟା । ରିୟାଙ୍କର ଜନ୍ମ ହୋଇଥିଲା ବାଲେଶ୍ଵର ଜିଲ୍ଲାରେ ଓ ସେ ବିବାହ ପରେ ନିଜ ଶାଶୁଘରକୁ ଯାଇଛନ୍ତି । ଦୀର୍ଘ ଦିନ ଧରି ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି ରିୟା । ସେ ଅନେକ ସୁପରହିଟ ଚଳଚିତ୍ର ମାନ ମଧ୍ୟ ଦେଇଛନ୍ତି । ତାଙ୍କ ଚଳଚିତ୍ର କୁ ଦେଖିବାକୁ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ବସିଥାନ୍ତି ।

ତେବେ ଖବର ଅନୁଯାୟୀ ରିୟା ଅନେକ ଦିନ ଧରି ଶିଳ୍ପପତି ସୁନୀଲଙ୍କୁ ଭଲପାଇ ଆସୁଥିଲେ । ଏହାପରେ ସେ ନିସ୍ପତି ନେଲେ ବିବାହ କରିବା ନିମନ୍ତେ ବର୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି । ମୁଖ୍ୟତଃ ସମସ୍ତ ଝିଅ ର ସ୍ଵପ୍ନ ରହିଥାଏ ଯେ ତାଙ୍କର ମନର ମଣିଷ କୁ ବିବାହ କରିବା ଏବଂ ସେହି ସ୍ଵପ୍ନ ଯେତେବେଳେ ସତ ହେବାକୁ ଲାଗିଥାଏ ତେବେ ତାଙ୍କୁ ଦୁନିଆର ସବୁ ସୁଖ ଏକା ସହିତ ମିଳିଗଲା ବୋଲି ମନେ ହୋଇଥାଏ ।

ରିୟା ବର୍ତ୍ତମାନ ନିଜ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ଅଭିନେତ୍ରୀ ରିୟା ଙ୍କ ବିବାହରେ ଅନେକ ବଡ ବଡ ଓଡିଆ ଷ୍ଟାର ମାନଙ୍କର ସମାଗମ ହୋଇଥିଲା । ଅନ୍ୟାନ୍ୟ ଓଡିଆ ଅଭିନେତ୍ରୀ ମାନେ ରିୟା ଙ୍କ ସହିତ ଖୁବ ମଜାମସ୍ତି କରିଥିବାର ନଜର ଆସିଥିଲେ । ସମସ୍ତ ଫିଲ୍ମ ତାରକା ମଧ୍ୟରେ ରିୟା ଙ୍କ ଖୁସି କହିଲେ ନ ସରେ ।

ମେହେନ୍ଦି ରସମ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଫଙ୍ଗସନରେ ରିୟା ମନଭରି ଡ୍ୟାନ୍ସ କରିଥିଲେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ସୁଖର ଦିନ ଥିଲା । ରିୟା ତାଙ୍କ ବିବାହ କୁ ନେଇ ବହୁତ ଉତ୍କଣ୍ଠା ଥିଲେ । ସୁନୀଲ ମଧ୍ୟ ବିବାଭାରେ ବହୁତ ଖୁସି ଥିବାର ନଜର ଆସିଥିଲେ । ଉଭୟଙ୍କ ପରିବାର ରିୟା ଏବଂ ସୁନୀଲ ଙ୍କୁ ଆଶୀର୍ବାଦ କରି ଏକ ଉତ୍ତମ ଦାମ୍ପତ୍ୟ ଜୀବନ ର କାମନା କରିଥିଲେ ।

ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ତାଙ୍କୁ ଶୁଭେଛା ଜଣାଇଛନ୍ତି । ରିୟା ତାଙ୍କର ପ୍ରଥମ ଓଡିଆ ଚଳଚିତ୍ର ବାବୁସାନ ଙ୍କ ସହିତ ଆରମ୍ଭ କରିଥିଲେ । ତେବେ ବିବାହ ପରେ ରିୟା ସାଜନ ଘରକୁ ଯାଇ ଆଗକୁ ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର କମାଲ ଦେଖାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *