”ମୁଁ ଜମା ବିଶ୍ଵାସ କରେନି କି “ଦମନ” ଫିଲ୍ମ ଆସିଲା ବୋଲି ଓଡିଆ ଇଣ୍ଡଷ୍ଟ୍ରୀ ବଞ୍ଚିଗଲା କାହିଁକି ନା ଏହି ଫିଲ୍ମ ଟି ଗୋଟେ…’ Siddhanta Mohapatra

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ବର୍ଷ ହେବ ଓଡିଆ ଇଣ୍ଡଷ୍ଟ୍ରୀରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଆପଣ ମାନେ ନିଶ୍ଚିତ ଜାଣିଥିବେ । ବର୍ତ୍ତମାନ ବାବୁସାନ ଙ୍କର ଏକ ଚଳଚ୍ଚିତ୍ର “ଦମନ”, ଯାହାକି ଏଭଳି ଭାବରେ ସଫଳତା ହାସଲ କରିଛି ସାରା ଭାରତର ରେ ଏହି ଚଳଚିତ୍ର ର ପ୍ରଶଂସା ହେବାକୁ ଲାଗିଛି । ତେବେ ଏହାକୁ ନେଇ ସିଦ୍ଧାନ୍ତ ମହାପାତ୍ର କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି, ଆସନ୍ତୁ ଜାଣିନେବା ସେ ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ।

ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଭଲ ଚଳଚିତ୍ର ଟିଏ ତିଆରି କରିବା ତଥା ଲୋକଙ୍କ ହୃଦୟକୁ ଛୁଇଁଲାଭଳି ଯଦି ଆମ୍ଭେ ଚେଷ୍ଟା କରୁଛେ ଅଥବା ଛୁଇଁ ପାରିବା ତେବେ ଚଳଚିତ୍ର ଜଗତ ଯେଉଁ ଅଛି ଅଥବା ଇଣ୍ଡଷ୍ଟ୍ରୀ ଅଛି ତାକୁ କେହି ମଧ୍ୟ କେବେ କହିବେ ନାହିଁ ତାହା ବୁଡିଯାଇଥିଲା ଅଥବା ବୁଡିଗଲା ବୋଲି କେବେ କେହି କହିବା ଉଚିତ ନୁହେଁ ।

ଦମନ ଯେଉଁଭଳି ଭାବରେ ସୁନ୍ଦର କାହାଣୀଟିଏ ତିଆରି କରିଲେ, ସେହିଭଳି ପ୍ରତୀକ୍ଷା ମଧ୍ୟ ଗୋଟିଏ ଛୋଟିଆ ଜିନିଷ କୁ ନେଇ ସୁନ୍ଦର କାହାଣୀଟିଏ ତାହା ମଧ୍ୟରେ ବହୁତ ଇମୋଶନ ମଧ୍ୟ ରହିଛି । ତେବେ ସିନେମା ପାଇଁ ଯଦି କଷ୍ଟ କରିଥିବେ ତେବେ ନିଶ୍ଚିତ ଭାବରେ କୃଷ୍ଣ ମଧ୍ୟ ମିଳିବେ । ଉତ୍ତମ ସିନେମା ପାଇଁ ଯଦି ଚେଷ୍ଟା କରିବେ ତେବେ ନିଶ୍ଚିତ ଭାବରେ ସଫଳ ହେବେ ।

ଏହା ସହିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ “ଦମନ” ଆସିଲା ଓଡିଆ ଇଣ୍ଡଷ୍ଟ୍ରୀ ବୁଡିଯାଉଥିଲା ତାହା ବର୍ତ୍ତମାନ ସଳଖି ହୋଇଗଲା ସେହି କଥା କୁ ସେ ଆଦୌ ବିଶ୍ଵାସ କରିବେ ନାହିଁ । ଏଣୁ ଏହି ପ୍ରକାରର ଚଳଚିତ୍ର ଗୋଟିଏ ଜିନିଷ ଆମ୍ଭକୁ ଶିଖାଇଲା ଯଦି ଆମ୍ଭେ ଭଲ ଚଳଚିତ୍ର ଟିଏ ତିଆରି କରିବା ତେବେ ଚଳଚିତ୍ର ଜଗତ ସେହିଭଳି ପ୍ରଶଂସା ର ମୁଖପାତ୍ର ହୋଇ ରହିବ ।

ସବୁବେଳେ ଚେଷ୍ଟା ତଥା ପ୍ରୟାସ ଚଳାଇବା ଦରକାର । ଗୋଟିଏ ସିନେମା କରିବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଆବଶ୍ୟକ ଯେ ସେହି ସିନେମା ଦର୍ଶକ ମାନଙ୍କ ଦେଖିବା ଉପଯୋଗୀ ତ ? ପ୍ରତ୍ୟକ ଟି ଜିନିଷ କୁ ନିଜେ ସମୀକ୍ଷା କରି ଆଗକୁ ଆଗେଇବା ଉଚିତ ।

ଦର୍ଶକ ଙ୍କ ମନକୁ ନେଇ ତଥା ତାଙ୍କୁ କଣ ଦେଖିବାକୁ ଭଲ ଲାଗିବ ଯଦି ଏହା ଚିନ୍ତା କରି ଚଳଚିତ୍ର ନିର୍ମାଣ କରିବା ତେବେ ନିଶ୍ଚିତ ଭାବରେ ଦର୍ଶକଙ୍କୁ ଏହା ପସନ୍ଦ ଆସିବ ବୋଲି ନିଜର ମନ୍ତବ୍ୟ ଦେଇଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *