ନିଜ ବାହାଘରରେ ନିଜେ ବାଜା ବଜେଇ ନାଚିଲେ ollywood ଅଭିନେତ୍ରୀ Riya Dey…

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ରିୟା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ରିୟା ଓଡିଆ ଇଣ୍ଡଷ୍ଟ୍ରୀକୁ ଅନେକ ଗୁଡିଏ ଚଳଚିତ୍ର ଦେଇ ଆସିଛନ୍ତି । ରିୟା କରିଥିବା ଅନେକ ଗୁଡିଏ ଚଳଚିତ୍ର ସୁପରହିଟ ମଧ୍ୟ ହୋଇଛି । ତାଙ୍କ ଅଭିନୟରେ ଅନେକ ଦର୍ଶକ ହଜିଯାଇଥାନ୍ତି । ଅନେକ ଫ୍ୟାନ୍ସ ତାଙ୍କୁ ଟିଭି ପରଦାରେ ଦେଖିବାକୁ ଭଲପାଇଥାନ୍ତି । ତେବେ ନିକଟରେ ରିୟା ଙ୍କ ବିବାହ ସମାପ୍ତ ହୋଇଛି ।

ସେ ନିଜ ବାହାଘରରେ କିଭଳି ଭାବରେ ମଜାମସ୍ତି କରିଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ଜାଣିନେବା । ରିୟା ଙ୍କ ଜନ୍ମସ୍ଥାନ ହେଉଛି ବାଲେଶ୍ଵର । ବାଲେଶ୍ବରରେ ପଢାପଢୀ ସାଙ୍ଗକୁ ସେ ନିଜ ଫିଲ୍ମ ଲାଇନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ରିୟା ଙ୍କ ବିବାହ ବହୁତ ଧୂମ ଧାମରେ ଆୟୋଜନ କରାଯାଇଥିଲା । ଏହା ସାଙ୍ଗକୁ ଓଲିଉଡର ନାମିଦାମୀ କଳାକାର ମାନେ ଏଠାରେ ଏକାଠି ହୋଇଥିଲେ ।

ରିୟା ଙ୍କ ବାହାଘରରେ ସେମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଏକ ଘରୋଇ ହୋଟେଲ ରେ ରିୟା ଙ୍କର ସମସ୍ତ ଫଙ୍ଗସନ ଆୟୋଜିତ ହୋଇଥିଲା । ଏଠାରେ ବିଭିନ୍ନ ଓଲିଉଡ ତଥା ବଲିଉଡ ଗୀତରେ ସମସ୍ତେ ନିଜର ଡ୍ୟାନ୍ସ ତଥା ଠୁମୁକା ଦେଖାଇଥିଲେ । ରିୟା ଏହି ମୂହୁର୍ତ୍ତରେ ବେସ ଖୁସିରେ ଥିବାର ନଜର ଆସିଥିଲେ । ସେ ନିଜ ପରିବାର ସହିତ ଆସି ସମସ୍ତଙ୍କ ସହିତ ଡ୍ୟାନ୍ସ କରି ସମସ୍ତଙ୍କୁ ମତୁଆଲା କରିଥିଲେ ।

ବାଜା ଭାଇମାନେ କାନ୍ଧରେ ପକାଇ ବାଜା ବଜାଉଥିବା ସମୟରେ ରିୟା ସେମାନଙ୍କ ଠାରୁ ବାଜା ମାଗି ଆଣି ନିଜ କାନ୍ଧରେ ପକାଇ ଖୁସିରେ ବାଜା ବଜାଇ ନାଚିବାକୁ ଲାଗିଲେ । ରିୟା ଙ୍କ ସହିତ ଥିବା ଅନ୍ୟ ଅଭିନେତ୍ରୀ ତଥା ଅଭିନେତା ମାନେ ମଧ୍ୟ ନାଚିଥିବାର ନଜର ଆସିଥିଲେ । ରିୟା ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ ଏବଂ ବର୍ତ୍ତମାନ ସେ ନିଜର ମନର ମଣିଷ କୁ ସବୁଦିନ ଲାଗି ନିଜ ଜୀବନ ସାଥି କରିଲେ ।

ବିବାହ ସବୁ ଝିଅ ଙ୍କ ପାଇଁ ସ୍ଵପ୍ନ ଥାଏ । ପ୍ରେମ କରୁଥିବା ମନର ମଣିଷ ଙ୍କୁ ନିଜ ଜୀବନ ସାଥି ରୂପେ ପାଇବା ସବୁ ଝିଅଙ୍କ ସ୍ଵପ୍ନ ଥାଏ । ଏଣୁ ସେ ସୁନୀଲ ଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି । ତେବେ ସୁନିଲ ଜଣେ ବ୍ୟବସାୟୀ ସାଙ୍ଗକୁ A1 କଣ୍ଟ୍ରାକ୍ଟର ଅଟନ୍ତି ବୋଲି ସୂଚନା ମିଳିଛି । ତେବେ ଭଗବାନ ଙ୍କ ପାଖରେ ପ୍ରାର୍ଥନା ଯେ ଅଭିନେତ୍ରୀ ରିୟା ଙ୍କର ଆଗାମୀ ଦାମ୍ପତ୍ୟ ଜୀବନ ସୁଖମୟ ହେଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *