ଓଡିଆ ଅଭିନେତ୍ରୀ Riya ଙ୍କ ମେହେନ୍ଦି ରସମ, ଦେଖନ୍ତୁ କିପରି ଖୁସିରେ ଏନଜୟ କରୁଛନ୍ତି ରିୟା

ବନ୍ଧୁଗଣ, ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ରିୟା । ରିୟାଙ୍କର ମେହେନ୍ଦି ରସମ ସରିଥିଲା, ଏହି ମେହେନ୍ଦି ରସମରେ ଓଲିଉଡର ବହୁତ ସେଲିବ୍ରେଟି ଯୋଗଦାନ କରିଥିବାର ନଜର ଆସିଥିଲେ । ଗତ କିଛି ଦିନତଳେ ଆପଣ ମାନେ ରିୟାଙ୍କର ନିର୍ବନ୍ଧ ହେବା କଥା ଜାଣିଥିଲେ । ରିଙ୍ଗ ସେରିମନି ଅଥବା ନିର୍ବନ୍ଧରେ ଓଲିଉଡରେ ବହୁତ ସାରା ସେଲିବ୍ରେଟି ଯୋଗ ଦେଇଥିଲେ ସମସ୍ତେ ଏହି ପାର୍ଟି କୁ ବହୁତ ଉପଭୋଗ କରିଥିବାର ନଜର ଆସିଥିଲେ ।

ରିଙ୍ଗ ସେରିମନି ସାରିବା ପରେ ରିୟା ଙ୍କ ମେହେନ୍ଦି ରସମ ମଧ୍ୟ ସରିଥିଲା । ଏହାପରେ ହଳଦୀ ରସମ ହୋଇଥିଲା ଏବଂ ରିୟା ଙ୍କ ବିବାହ ସମାପ୍ତ ହୋଇଥିଲା । ରିୟା ୨୦୧୨ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଯୋଗ ଦେଇଥିଲେ ଏହାପରଠାରୁ ସେ ଓଲିଉଡର ବହୁତ ସାରା ହିରୋ ମାନଙ୍କ ସହିତ ଅଭିନୟ କରିଛନ୍ତି । ପ୍ରାୟ ୫୦ ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରି ସାରା ଓଡିଶାର ଲୋକ ମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ଓଡିଆ ଅଭିନେତ୍ରୀ ରିୟା ।

ରିୟା ଗୋଟିଏ ଓଡିଆ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରାୟ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି । ରିୟାଙ୍କର ଜବରଦସ୍ତ ଅଭିନୟ କାରଣରୁ ସାରା ଓଡିଶାର ଲୋକମାନେ ତାଙ୍କୁ ବହୁତ ଅଧିକ ଭଲପାଇବା ଦେଇଛନ୍ତି । ସେ ବର୍ତ୍ତମାନ ନିଜର ରିୟଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରିୟା ।

ତାଙ୍କର ମେହେନ୍ଦି ରସମ ରେ ସମସ୍ତେ ବହୁତ ଖୁସି ଥିବାର ନଜର ଆସିଥିଲେ । ଆଗାମୀ ଦିନରେ ରିୟାଙ୍କ ବିବାହ କୁ ନେଇ ସମସ୍ତେ ବେସ ଉତ୍କଣ୍ଠା ଥିଲେ କ୍ରମଶଃ ରିୟା ଙ୍କ ବିବାହ ମଧ୍ୟ ଶେଷ ହୋଇସାରିଛି । ରିୟା ଭଲପାଉଥିଲେ ବିଜନେସମ୍ୟାନ ସୁନୀଲ ଙ୍କୁ, ଅନେକ ଦିନ ଧରି ପ୍ରେମ ସମ୍ବନ୍ଧରେ ରହିବା ପରେ ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ରିୟା ଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି । ରିୟା ଙ୍କ ବିବାହରେ କୌଣସି ପ୍ରକାର ତୃଟି ଦେଖିବାକୁ ମିଳିନଥିଲା । ସେ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲେ । ସମସ୍ତ ଫଙ୍ଗସନରେ ସେ ଏଞ୍ଜୟ କରିବା ସହିତ ନିଜେ ବାଜା ବଜାଇ ନାଚିଥିଲେ ।

ପରିବାର ବର୍ଗ ଙ୍କ ସହିତ ବନ୍ଧୁବାନ୍ଧବ ମଧ୍ୟ ନାଚଗୀତରେ ହଜିଥିବାର ଦେଖିବାକୁ ମିଳିଥିଲେ । ତେବେ ଆଶା କରୁଛୁ ରିୟା ଙ୍କ ଆଗାମୀ ବୈବାହିକ ଜୀବନ ସୁଖମୟ ହେଉ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *