କରୋନା ସଙ୍କଟରେ ରିଜର୍ବ ବ୍ୟାଙ୍କ କଲା ଏହି ସବୁ ଖାସ ରିଲିଫର ଘୋଷଣା, ମିଳିବ ଅନେକ ଫାଇଦା

କରୋନା ଦ୍ଵାରା କେବଳ ଲୋକମାନେ ନୁହନ୍ତି ପୁରା ଅର୍ଥ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଏମିତିରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବହୁତ ଜଲ୍ଦି ଠିକ କରିବା ପାଇଁ ରିଜର୍ବ ବ୍ୟାଙ୍କ ଗତ କାଲି କେତେକ ପ୍ରକାରର ଖାସ କଥାର ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କର ଗର୍ବନର ଶକ୍ତିକାନ୍ତ ଦାସ ବ୍ୟାଙ୍କ ଗୁଡିକରୁ ଅଧିକ ରୁ ଅଧିକ ଟଙ୍କା ଅର୍ଥବ୍ୟବସ୍ଥା ଉପରେ ଲଗାଇବା ପାଇଁ ରିଭର୍ସ ରୀପୋ ଦରକୁ କମ କରି ଦେଇଛନ୍ତି ।

ଏହା ସହିତ ମାଇକ୍ରୋ ଫାଇନ୍ୟାନ୍ସ କମ୍ପାନୀ ଓ ଏନବୀଏଫସୀକୁ ସହଜରେ ଫଣ୍ଡ ଉପଲବ୍ଧ କରିବା ପାଇଁ ଟୀଏଲଟୀଆରଓ ୨.୦ର ଘୋଷଣା କରିଛନ୍ତି । ଏହା ଛଡା ଗ୍ରାମୀଣ ଅର୍ଥବ୍ୟବସ୍ଥା ଓ ଲଘୁ ଉଦ୍ୟୋଗମାନଙ୍କୁ ସହଜରେ ଲୋନ ଉପଲବ୍ଧ କରିବା ପାଇଁ ଭିନ୍ନ ରୂପରେ ଟଙ୍କା ଦେବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ରିଜର୍ବ ବ୍ୟାଙ୍କ ବିଶେଷ ପ୍ୟାକେଜର ବି ଘୋଷଣା କରିଥିଲେ, ଯେଉଁଥିରେ ୩.୭୪ ଲକ୍ଷ କୋଟି ଟଙ୍କାର ଲିକ୍ୱିଡିଟୀ ବୂସ୍ଟ ମିଳିଥିଲା ।

Image courtesy: Google

ରିଜର୍ବ ବ୍ୟାଙ୍କ ଗବର୍ନର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ପ୍ରେସ କନଫ୍ରେଂସରେ କହିଲେ କି ଏହି ସମୟରେ କରୋନା ଭାଇରସ ସହ ଆମେ ଯେଉଁ ଯୁଧ୍ୟ କରୁଛୁ, ସେହିଭଳି ଯୁଧ୍ୟ ପୂର୍ବରୁ କେବେ ବି ଲଢି ନ ଥିଲୁ । ସେଥିପାଇଁ ଅର୍ଥବ୍ୟବସ୍ଥା ସହ ଜଡିତ ସମସ୍ୟା ପାଇଁ ସହଜରେ କରଜର ଉପଲବ୍ଧତାର ବନ୍ଦୋବସ୍ତ କରିବାକୁ ହେବ । ଯାହା ଦ୍ଵାରା ସମସ୍ତ ପ୍ରକାରର କାରୋବାରକୁ ଶକ୍ତି ମିଳିବ ।

ସେଥିପାଇଁ ସେ ଟାର୍ଗେଟେଡ ଲଙ୍ଗ ଟର୍ମ ରୀପୋ ଅପରେଶନ (ଟୀଏଲଟୀଆରଓ) ଅନୁସାରେ ଲିକ୍ୱିଡିଟୀ ମ୍ୟାନେଜମେଣ୍ଟ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ରବନ୍ଧ କରିଛନ୍ତି । ଏହା ଦ୍ଵାରା ନନ ବ୍ୟାକିଙ୍ଗ ଫାଇନ୍ୟାନ୍ସ କମ୍ପାନୀମାନଙ୍କୁ (ଏନବୀଏଫସୀ) ଓ ମାଇକ୍ରୋ ଫାଇନ୍ୟାନ୍ସ ଇଂସ୍ଟିଚ୍ୟୁସନକୁ ଫଣ୍ଡ ମିଳିବ । ଏହି ସଂସ୍ଥା ସେହି ଲୋକମାନଙ୍କୁ କରଜ ଦେଇଥାଏ ଯେଉଁମାନେ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ ।

Image courtesy: Google

ରିଜର୍ବ ବ୍ୟାଙ୍କ ନାବାର୍ଡଙ୍କ ପାଇଁ ୨୫ ହଜାର କୋଟି ଟଙ୍କା, ସିଡବୀ ପାଇଁ ୧୫ ହଜାର କୋଟି ଟଙ୍କା, ଯେତେବେଳେ କି ନ୍ୟାସନାଲ ହାଉସିଙ୍ଗ ବ୍ୟାଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ପ୍ରବନ୍ଧ କରିଛନ୍ତି । ନାବାର୍ଡକୁ ମିଳିଥିବା ରାସୀ ଦ୍ଵାରା କ୍ଷତ୍ରିୟ ଗ୍ରାମୀଣ ବ୍ୟାଙ୍କମାନଙ୍କୁ, ସରକାରୀ ବ୍ୟାଙ୍କମାନଙ୍କୁ ଓ ମାଇକ୍ରୋ ଫାଇନ୍ୟାନ୍ସ ଇଂସ୍ଟିଚ୍ୟୁସନକୁ ଅର୍ଥ ପ୍ରଦାନ କରାଯିବ ଯେତେବେଳେ କି ସିଡବୀକୁ ମିଳିଥିବା ଟଙ୍କା ଲଘୁ ଉଦ୍ୟୋଗକୁ ସହଜରେ କରଜ ମିଳି ପାରିବ ।

ନ୍ୟାସନାଲ ହାଉସିଙ୍ଗ ବ୍ୟାଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ଘୋଷଣା କରି ରିଜର୍ବ ବ୍ୟାଙ୍କ ଏହା ସଂକେତ ଦେଇଛନ୍ତି କି ଆସନ୍ତା ଦିନରେ ବ୍ୟବସାୟ କ୍ଷେତ୍ରରେ ଗତିବିଧି ବଢିବ । ରିଜର୍ବ ବ୍ୟାଙ୍କ କହିଛନ୍ତି କି ମାଇକ୍ରୋ ଫାଇନ୍ୟାନ୍ସ ଇଂସ୍ଟିଚ୍ୟୁସନ, ନାବାର୍ଡ, ସିଡବୀ ଓ ନ୍ୟାସନାଲ ହାଉସିଙ୍ଗ ବ୍ୟାଙ୍କ ପାଇଁ ଯେଉଁ ଧନରାଶିର ପ୍ରବନ୍ଧ କରିଛନ୍ତି, ତାହା ତାଙ୍କୁ ରିପୋ ରେଟ ଅର୍ଥାତ ୪ ପ୍ରତିଶତ ବାର୍ଷିକ ସୁଧ ଉପରେ ମିଳିବ ।

ଏହାର ଅର୍ଥ ଏହା ଅଟେ କି ମାଇକ୍ରୋ ଫାଇନ୍ୟାନ୍ସ କମ୍ପାନୀ ଗୁଡିକର ଛୋଟ ଛୋଟ କରଜ ନେଉଥିବା କାରୋବାରିମାନଙ୍କୁ, ସିଡବୀରୁ ଲୋନ ନେଉଥିବା ଲଘୁ ଉଦ୍ୟୋଗମାନଙ୍କୁ ଓ ହୋମ ଲୋନ ନେଉଥିବା ବ୍ୟକ୍ତିମାନଙ୍କୁ କମ ସୁଧରେ ଟଙ୍କା ମିଳିବ । ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରାନ୍ତୁ ।

Leave a Reply

Your email address will not be published. Required fields are marked *