ବନ୍ଧୁଗଣ ଗତ କିଛି ମାସ ପୂର୍ବରୁ ଦେଶର ସ୍ଥିତି ବହୁତ ଜଟିଳ ଥିଲା । କରୋନା ସଂକ୍ରମଣ ହାର ଅଧିକ ବଢି ଯାଇଥିବାରୁ କେତେକ ରାଜ୍ୟରେ ଲକଡାଉନ କରଯାଇଥିଲା । ହେଲେ ବର୍ତ୍ତମାନ ଦେଶର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି ।
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଅନଲକ୍କପ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାରେ ଲାଗିଛି । ଏହା ମଧ୍ୟରେ ଆଉ ଏକ ବଡ ଘୋଷଣା ସାମ୍ନାକୁ ଆସିଛି । ଏହି ବଡ ଘୋଷଣାଟି କରିଛନ୍ତି ମଧ୍ୟପ୍ରଦେଶ ସରକାର । ରାଜ୍ୟରେ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ରାଜ୍ୟରେ କରୋନା କଟକଣାକୁ କୋହଳ କରଛନ୍ତି ମଧ୍ୟପ୍ରଦେଶ ସରକାର ଶିବରାଜ ସିଂହ ଚୌହାନ ।
ତା ହେଲେ ବନ୍ଧୁଗଣ ମଧ୍ୟପ୍ରଦେଶରେ କଣ ସବୁ ଖୋଲାଯାଇଛି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତକାଲି ତଥା ମଙ୍ଗଳବାର ଦିନ ଠାରୁ ମଧ୍ୟପ୍ରଦେଶରେ କଟକଣା କୋହଳ କରାଯାଇଛି ।
ନୂଆ ଗାଇଡଲାଇନ ଅନୁଯାଇ ବିବାହ ସମାରୋହରେ ୧୦୦ ଜଣ ଯୋଗ ରହିପାରିବେ । ଅନ୍ତିମ ସଂସ୍କାରରେ ୫୦ ଜଣ ସାମିଲ ହୋଇପାରିବେ । ଏହା ସହିତ ରାଜ୍ୟରେ ଥିବା ସିନେମା ହଲଗୁଡିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ରେଷ୍ଟୁରାଣ୍ଟ ଶତ ପ୍ରତିଶତ କ୍ଷମତା ସହିତ ସଞ୍ଚାଳିତ ହୋଇପାରିବ । ସାରା ରାଜ୍ୟରେ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବା ନେଇ ନୂଆ ଗାଇଡଲାଇନ୍ରେ ଉଲ୍ଲେଖ ରହିଛି ।
ମଧ୍ୟ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ଭୋପାଳରୁ ୮ ଜଣ, ଇନ୍ଦୋରରୁ ୩ ଜଣ, ଜବଲପୁର ୨, ନୀମଚ, ସାଗର, ଶିବପୁରୀ ଏବଂ ସିଙ୍ଗରୋଲୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୪୪ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ‘ତୃତୀୟ ଲହର ଆସିବା ଆପାତତ୍ ସ୍ପଷ୍ଟ ହୋଇସାରିଛି । ବିଶେଷଜ୍ଞମାନେ ଏ ନେଇ ସ୍ପଷ୍ଟ କରିସାରିଛନ୍ତି । ତେଣୁ କରୋନା ପ୍ରୋଟୋକଲ ପାଳନ କରିବା ପାଇଁ ଲୋକମାନଙ୍କୁ ଅପିଲ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଭୋପାଳ ଏବଂ ଇନ୍ଦୋର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ବନ୍ଧୁଗଣ ଆମ ଓଡିଶା ରାଜ୍ୟରେ ଲକଡାଉନ କଟକଣା କୋହଳ କରାଯିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ଜଣାନ୍ତୁ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।