Special Report- ରଥଯାତ୍ରା ରେ ପୁରୀର ଗଜପତିଙ୍କୁ କାହିଁକି ହୋଇଥାଏ ଫାଇନ, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ନମସ୍କାର ବନ୍ଧୁଗଣ ମହାପ୍ରଭୁଙ୍କ ପ୍ରଧାନ ସେବକ ସେ । ସେ ଆଦ୍ୟ ଏବଂ ଉଦାର । ତାଙ୍କ ହାତରେ ସେବା ପାଆନ୍ତି ଶ୍ରୀଜୀଉ । ଶ୍ରେକ୍ଷେତ୍ର ଙ୍କ ସାଆନ୍ତ ଙ୍କ ସେବାରେ ସେ ସର୍ଵଦା ନିୟୋଜିତ । ସେଥିପାଇଁ ତ ପ୍ରଭୁ ଯେତେବେଳେ ଭାଇ ଭଉଣୀ ଙ୍କୁ ଧରି ମାଉସୀ ମାଆ ଙ୍କ ଘରକୁ ବାହାରି ଥାଆନ୍ତି,

ସେତେବେଳେ ପ୍ରଥମେ ଗଜପତି ମହାରାଜା ହିଁ ତାଙ୍କୁ ପାଛୋଟି ନେଇଥାନ୍ତି । ଭକ୍ତ ଏବଂ ଭଗବାନ ଙ୍କ ଭିତରେ ସମନ୍ୱୟ ରଖନ୍ତି । କିନ୍ତୁ ଦିନେ ଭକ୍ତ କୁ ଭଗବାନ ଙ୍କୁ ଦେଖାଇବା ପାଇଁ ଅର୍ଥାତ ରଥଯାତ୍ରା କରିବା ପାଇଁ ଭୋଗିବାକୁ ପଡିଥିଲା ଦଣ୍ଡ । ତେବେ ଆସନ୍ତୁ ଏହି ସମ୍ପୂର୍ଣ୍ଣ କଥା ବିଷୟରେ ଜାଣିନେବା । ଇଂରେଜ ଙ୍କ ସମୟରେ ଶ୍ରୀ ମନ୍ଦିରର ପରିଚାଳନା ସୁରୁଖୁରୁରେ ହୋଇ ପାରିଥିଲା । ସେମାନେ ଶ୍ରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନା ସହ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ ।

ଏହି କ୍ରମ ରେ ଗଜପତି ମହାରାଜା ରାଜସ୍ବତ ଲୋପ କରାଯାଇ ଥିଲେ ମଧ୍ୟ ତାଙ୍କୁ ଶ୍ରୀ ମନ୍ଦିରର ଦାୟିତ୍ୱ ରେ ରଖା ଯାଇ ସୁପ୍ରିଡେଣ୍ଟ କ୍ଷମତା ଦିଆଯାଇଥିଲା । ଏହି କ୍ଷମତା କିନ୍ତୁ ନିରୁଙ୍କୁଶ ନଥିଲା । ଆବଶ୍ୟକ ସ୍ଥଳରେ ତାଙ୍କ ଉପରେ ଜୋରିମାନା ଲଗା ଯାଉଥିଲା । ଏପରିକି ଶ୍ରୀ ମନ୍ଦିର ପରିଚାଳନା ର ରୀତିନୀତି ରେ କୌଣସି ଭୁଲ ହେଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡୁଥିଲା ।

ଇଂରେଜ ମାନେ ପ୍ରଥମେ ପ୍ରଥମେ ବିଶାଳ କାୟ ରଥ କୁ ଦେଖି ଚକିତ ହୋଇ ଯାଇଥିଲେ ଏବଂ ଅଗଣିତ ସଂଖ୍ୟା ର ଲୋକଙ୍କ ସମାଗମ ହେତୁ ଅଘଟଣ ଘଟିବାର ଆଶଙ୍କା ରେ ସେଠାକାର ଗଭର୍ଣ୍ଣର ବ୍ରିଟିଶ ସରକାର ଙ୍କୁ ଚିଠି ଲେଖିଥିଲେ । ଏହା ୧୮୭୩ ମସିହାର ପ୍ରାରମ୍ଭ ର କଥା । ବିଷୟ ଥିଲା ରଥଯାତ୍ରା ରେ ସଂସ୍କାର ଆଣିବା କିନ୍ତୁ ଏହି ପୁରାତନ ପରମ୍ପରା ଭିତରେ ବ୍ୟାଘାତ ଆଣିବା ଲକ୍ଷ ନିହତ ଥିଲା ।

ରଥଯାତ୍ରା ସମୟରେ ବଡ଼ ବଡ଼ ରଥ କୁ ଟାଣିବା ପାଇଁ ବହୁତ ଲୋକ ଙ୍କ ଆବଶ୍ୟକତା ରହିଥିଲା ଏବଂ ଏତେ ଲୋକ ସେତେବେଳେ ପୁରୀ ରେ ନଥିଲେ ତେଣୁ ଛୋଟ ଛୋଟ ରଥ ପ୍ରସ୍ତୁତ କରିବା ଦ୍ୱାରା ଲୋକ ମାନଙ୍କ ଭିଡ଼ ମଧ୍ୟ କମିବ ଏବଂ କୌଣସି ଅଘଟଣ ମଧ୍ୟ ଘଟିବ ନାହିଁ ବୋଲି ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଶ୍ରୀ ମନ୍ଦିର ଏବଂ ଲୋକ ମାନଙ୍କ ଭାବ ପ୍ରବଣ ଏବଂ ଭକ୍ତି ଉପରେ କୌଣସି ଆଞ୍ଚ ନ ଆଣିବା ପାଇଁ ଏହି ପ୍ରସ୍ତାବ କୁ ଅସ୍ବୀକାର କରିଥିଲେ ଲର୍ଡ଼ ନଟ ବ୍ରୋକ ।

ତାଙ୍କ ଅନୁସାରେ ଏତେ ବର୍ଷ ରେ କୌଣସି ଅଘଟଣ ଘଟି ନାହିଁ ଏବଂ ଯଦି ବି ଘଟେ ତେବେ ପୋଲିସ ଏବଂ ମାଜିଷ୍ଟ୍ରେଟ ଏହାକୁ ଏଡାଇ ପାରିବେ । ତେବେ କିଛି ଇଂରେଜ କର୍ମଚାରୀ ଙ୍କ ଚକ୍ରାନ୍ତ କାଟ ଖାଇଗଲା । ଲୋକଙ୍କ ଭାବପ୍ରବଣତା କଥା ଉଠିବାରୁ ଗଜପତି ଙ୍କ ଉପରେ ଦାଉ ସାଧିଲେ କିଛି ଅଧିକାରୀ ।

ପୁରୀ ଦାୟିତ୍ୱ ରେ ଥିବା ଅଧିକାରୀ ତଥା କଲେକ୍ଟର ଶ୍ରୀ ମନ୍ଦିର ପରିଚାଳନା କୁ ଅଧିକ ଗୁରୁତର ଦେଲେ । ଶ୍ରୀ ମନ୍ଦିର ପ୍ରଶାସନ ର ସୁପରିଡେଣ୍ଟ ଭାବେ ରାଜା ଙ୍କୁ ସରକାର ଙ୍କ ପାଖରେ ଉତ୍ତରଦାୟୀ ବୋଲି ବିଚାର କଲେ । ତାଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଗଲା । ଯଦି ଶ୍ରୀ ମନ୍ଦିର ର ପରିଚାଳନା ଠିକ ଭାବରେ ନ ହେବ ତେବେ ଏଥିପାଇଁ ରାଜା ଦାୟୀ ରହିବେ ବୋଲି କଥା ରହିଲା ।

ଏହା ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ରୀତିନୀତି ରେ ଅନେକ ବାଧା ସୃଷ୍ଟି ହୋଇଛି । ୧୮୭୩ ମସିହାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ବେଳେ ହୋଇଥିବା ଅଘଟଣ ଯୋଗୁଁ ରାଜା ଙ୍କୁ ୧୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥିଲା ଏବଂ ଏହା କୁହାଯାଇ ଥିଲା କି ଯଦି ଏହା ପରେ କୌଣସି ତ୍ରୁଟି ରହିବ ତେବେ ରାଜା ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ । ରାଜାଙ୍କ କାର୍ଯ୍ୟ ର ସମୀକ୍ଷା ପାଇଁ ଦୁଇଜଣ ଇଂରେଜ କର୍ମଚାରୀ ଙ୍କୁ ମଧ୍ୟ ନିୟୋଜିତ କରାଯାଇ ଥିଲା ।

ତେବେ ୧୮୭୩ ରେ ହୋଇଥିବା ରଥଯାତ୍ରା ବେଶ ସୁରୁଖୁରୁରେ ହୋଇଥିଲା । ପାଖାପାଖି ଏକ ଲକ୍ଷ ଲୋକ ନବ ଯୌବନ ଦର୍ଶନ କରିଥିଲେ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିଲା ଏବଂ ଶ୍ରୀଜୀଉ ମଧ୍ୟ ରଥରେ ବିରାଜମାନ ହୋଇ ଯାଇଥିଲେ କିନ୍ତୁ ଠିକ ସମୟରେ ରଥ ର ଦଉଡି ଯୋଗାଇ ପାରି ନଥିଲେ ରାଜା ତେଣୁ ରଥ ଟଣା ବିଳମ୍ବ ରେ ହୋଇଥିଲା ଚତୁର୍ଥ ସନ୍ଧ୍ୟା ରେ ଗୁଣ୍ଡିଚା ମନ୍ଦିର ରେ ଠାକୁର ବିଜେ ହୋଇଥିଲେ ।

ହେଲେ ଏହା ପରେ ଫୁଣି ସବୁ ଅଧିକାରୀ ରାଜାଙ୍କ କର୍ମଚାରୀ ଉପରେ ଅମନ ଯୋଗ ହେଲେ ଫଳ ରେ ନିର୍ଦ୍ଧାରିତ ଦିନ ରେ ରଥ ମୋଡ଼ ହୋଇ ପାରିଲା ନାହିଁ ଯଦ୍ବାରା ବାହୁଡା ଦିନ ମଧ୍ୟ ରଥଟଣା ହୋଇ ପାରିଲା ନାହିଁ ।

Leave a Reply

Your email address will not be published. Required fields are marked *