ବନ୍ଧୁଗଣ, ଆପଣ ମାନେ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ ସେ ଘରେ ଘରେ ଅସହାୟ ଲୋକଙ୍କ ଆଶାର ଆଲୋକ ହୋଇପାରିଛନ୍ତି । ଅନେକ ଝିଅ ବୋହୁ ମାନଙ୍କୁ ନ୍ୟାୟ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଏହାକୁ ନେଇ ସେ ଅନେକ ଥର ବିବାଦ ଘେରାରେ ମଧ୍ୟ ଆସିଛନ୍ତି । କିନ୍ତୁ କିଛି ମଧ୍ୟ ଖାତିର ନ କରି ସେ ସମସ୍ତଙ୍କ ପାଇଁ ସଦା ସର୍ବଦା ଛିଡା ହୋଇ ଆସିଛନ୍ତି ।
ନିକଟରେ କିଛି ମାସ ତଳେ ତପସ୍ଵିନୀ ଏବଂ ଦୀପିକା ଙ୍କୁ ନ୍ୟାୟ ମିଳିବା ଦାବୀରେ ସେମାନଙ୍କ ସହିତ ଧାରଣାରେ ବସିଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ । ଖରା ହେଉ ବର୍ଷା ହେଉ କିଅବା ଶୀତ ହେଉ ସବୁବେଳେ ସେମାନଙ୍କ ସହିତ ଛିଡା ହୋଇଥିଲେ ପ୍ରମିଳା ମା’ । ଆଜିଭଳି ଦିନରେ ପ୍ରେମ ବଦଳରେ ପ୍ରତାରଣା ଏବଂ ଧୋକା ଏଭଳି ଭାବରେ ବଢିବାରେ ଲାଗିଛି ଯେ ସାଧାରଣ ଝିଅ ବୋହୂ ମାନେ ବର୍ତମାନ ରାସ୍ତାରେ ଧାରଣାରେ ବସିବାକୁ ବାଧ୍ୟ ହେଉଛନ୍ତି ।
ତେବେ ନିକଟରେ ଏହିଭଳି ଆଉ ଏକ ଘଟଣା ଘଟିଥିବାର ପ୍ରମିଳା ମା’ ଙ୍କୁ ଖବର ମିଳିଥିଲା । ଏଠାରେ ମଧ୍ୟ ସମାନ ସ୍ଥିତି ପୁଅ ଜଣକ ପ୍ରେମିକା କୁ ଧୋକା ଦେଇ ଲୁଚି ରହିଥିଲା । ପ୍ରମିଳା ତ୍ରିପାଠୀ ଏ ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚି ଉଭୟ ପ୍ରେମିକ ପ୍ରେମିକା ଙ୍କ ବିବାହ କରାଇଥିଲେ । ମାତ୍ର ଏହି ବିବାହ କାର୍ଯ୍ୟ ସଂପୂର୍ଣ୍ଣ ଭାବରେ ନୂଆ ଭାବରେ ଦେଖିବାକୁ ମିଳିଥିଲା ତାହା ହେଉଛି ପ୍ରମିଳା ତ୍ରିପାଠୀ ଉଭୟ ପ୍ରେମିଯୁଗଳ ଙ୍କ ବିବାହ ଗାଁ ର ରାସ୍ତା ମଝିରେ କରାଇଥିଲେ । ଏଠାରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ସମସ୍ତଙ୍କ ଉପସ୍ଥିତି ରେ ସମାଜସେବୀ ପୁଅ ଏନକେ ହାତରେ ଶଙ୍ଖା ସିନ୍ଦୁର ଦେଇ କହିଲେ ନିଜ ପ୍ରେମିକା କୁ ପିନ୍ଧାଇବା ପାଇଁ । ପ୍ରେମିକା ମଧ୍ୟ ଲାଲ ରଙ୍ଗର ଶାଢୀ ପିନ୍ଧି ପ୍ରେମିକ ସମ୍ମୁଖରେ ମୁଣ୍ଡ ତଳକୁ କରି ଛିଡା ହୋଇଥାଏ । ଏହା ପରେ ସମସ୍ତଙ୍କ ସାମ୍ନାରେ ଯୁବକ ଜଣଙ୍କ ନିଜ ପ୍ରେମିକା ଙ୍କୁ ସିନ୍ଦୁର ପିନ୍ଧାଇଥିଲେ ଏବଂ ହାତରେ ଶଙ୍ଖା ପିନ୍ଧାଇଥିଲେ ।
ସେଠାରେ ଗ୍ରାମବାସୀ ଏବଂ ପରିବାର ଲୋକ ସମେତ ମି-ଡି-ଆ ଭାଇମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରେମିକ ଜଣଙ୍କ ଏହି ବିବାହାରୁ ଖୁସି ନଥିଲେ ମଧ୍ୟ ବିବାହ କରିବାକୁ ବାଧ୍ୟ ହୋଇଥିଲା କାରଣ ଦୀର୍ଘ ଦିନ ଧରି ପ୍ରେମିକା ଙ୍କୁ ପ୍ରେମ ଜାଲରେ ଫସାଇ ଭୁଆଁ ବୁଲାଇ ଆସୁଥିଲା । ତେବେ ଆଜି ବିଚ ରାସ୍ତାରେ ବିବାହ କରିଛି ଏବଂ ଗ୍ରାମବାସୀ ତଥା ସମାଜସେବୀ ପ୍ରମିଳା ତ୍ରିପାଠୀ ଏହି ବିବାହକାର୍ଯ୍ୟ ସମାପନ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।