Special Report: ରାସ୍ତା ନୁହେଁ ଏହା ସ୍ଵର୍ଗ କୁ ସଡକ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଛାତି ବି ଥରି ଉଠିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ଏଭଳି ଏକ ରାସ୍ତା ରହିଛି ଯେଉଁ ବାଟରେ ଗଲେ ଆପଣଙ୍କୁ ନିଶ୍ଚିତ ଭାବରେ ଡର ଲାଗିବ । ଯଦି ଆପଣ ଆଡ଼ଭେଁଚର୍ ପ୍ରିୟ ହୋଇଥିବେ ତେବେ ରୋଲର କୋଷ୍ଟର ରେ ତ ନିଶ୍ଚିତ ଭାବରେ ରାଇଡ଼ କରିଥିବେ ।

କିନ୍ତୁ ଯଦି ରାସ୍ତା ସେହିଭଳି ହୋଇଥିବ ତେବେ କଣ ହେବ? ଭୟ ତ ନିଶ୍ଚିତ ଭାବରେ ଲାଗିବା ସ୍ଵାଭାବିକ । ସେହିଭଳି ଏକ ରାସ୍ତା ରହିଛି ଜାପାନ ରେ । ଯେଉଁ ରାସ୍ତା ନିଜର ଭୟଙ୍କର ଡିଜାଇନ ପାଇଁ ବିଶ୍ୱ ରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏଠି ଗାଡ଼ି ଚଳାଇବାକୁ ମଧ୍ୟ ଲୋକମାନେ ଭୟ କରନ୍ତି । କିନ୍ତୁ ଏଭଳି ବ୍ରିଜ କଣ ପାଇଁ ନିର୍ମାଣ କରିବାକୁ ପଡ଼ିଲା ତାହା ପଛରେ ମଧ୍ୟ ରହିଛି ଏକ ରୋଚକ କାହାଣୀ ।

ଯଦି ଆପଣ ଆଡ଼ଭେଁଚର୍ ପ୍ରିୟ ହୋଇଥିବେ ତେବେ ଆପଣ ରୋଲର କୋଷ୍ଟର କୁ ଦେଖି ବି ଥିବେ ଏବଂ ଖେଳି ମଧ୍ୟ ଥିବେ । କିନ୍ତୁ କଣ ଆପଣ ସେଭଳି ରାସ୍ତା ରେ ଯାଇଛନ୍ତି? କାରଣ ଏଭଳି ରାସ୍ତା ରେ ଜୀବନ କୁ ପାଣି ଛଡ଼ାଇ ଯାତାୟାତ କରିବାକୁ ପଡ଼ିଥାଏ । ରୋଲର୍ କୋଷ୍ଟର ଭଳି ଏକ ରାସ୍ତା ରହିଛି ଜାପାନ ରେ ଏବଂ ସେହି ବ୍ରିଜ ର ନାମ ହେଉଛି, ଏସିମା ଓହାସି ବ୍ରିଜ । ଯାହା ଦେଖିବାକୁ ଖୁବ ଭୟଙ୍କର ଅଟେ । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଏହି ବ୍ରିଜ ର ରାସ୍ତା କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

ଏହି ବ୍ରିଜ ରେ ଗାଡ଼ି ଚଳାଇ ଯାତାୟାତ କରିବା ଆ-ତ୍ମ-ହ-ତ୍ୟା ଠାରୁ କିଛି କମ ନୁହେଁ । କୁହାଯାଏ ଯେ ଏହି ବ୍ରିଜ ଟି ଦୁନିଆ ର ତୃତୀୟ ବଡ଼ ବ୍ରିଜ । ଏହି ବ୍ରିଜ ଟି ନିର୍ମିତ ହୋଇଛି ନାକା ଓମି ଲେକ ଉପରେ । ଏଭଳି ଭୟଙ୍କର ବ୍ରିଜ ବନାଇବାର କାରଣ ମଧ୍ୟ ବଡ଼ ବିଚିତ୍ର ରହିଛି ।

ଲେକ ର ସିପ୍ ଗୁଡିକ ଯେପରି ବ୍ରିଜ ତଳ ଦେଇ ଯିବାର ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଦୁଇ ଲେନ ବିଶିଷ୍ଟ କଂକ୍ରିଟ୍ ରୋଡ଼ ଏହି ବ୍ରିଜ ୧.୭ କିମି ଲମ୍ବା ଓ ୧୧.୪ କିମି ଚଉଡ଼ା ରେ ନିର୍ମିତ ହୋଇଛି । ଏହି ବ୍ରିଜ ର କଁଷ୍ଟ୍ରକ୍ସନ୍ କାମ ୧୯୯୭ ରେ ଆରମ୍ଭ ହୋଇ ୨୦୦୦ ରେ ସମାପ୍ତ ହୋଇଥିଲା ।

ଏହି ବ୍ରିଜ ରେ ଘଣ୍ଟା ପ୍ରତି ୪୦ କିମି ବେଗରେ ହିଁ ଗାଡ଼ି ଚାଲି ପାରିବ । ଏହି ବ୍ରିଜ ର ଏଭଳି ଅଜବ ଗଜବ ଡିଜାଇନ ଯୋଗୁଁ ଏହା ରୋଲର୍ କୋଷ୍ଟର୍ ଭଳି ଦେଖାଯାଏ । ଯେଉଁ କାରଣରୁ ଏହା ସମଗ୍ର ବିଶ୍ୱ ରେ ପ୍ରସିଦ୍ଧି ଲାଭ କରିଛି । ଶୁଣିବାକୁ ମିଳେ ଯେ, ଏହି ବ୍ରିଜ ର ଏଭଳି ଭୟଙ୍କର ଡିଜାଇନ ଯୋଗୁଁ ଅଧିକାଂଶ ସମୟ ଏହି ବ୍ରିଜ ରେ ଲୋକ ମାନଙ୍କ ଯାତାୟାତ କୁ ରୋକ୍ ଲଗାଯାଇଥାଏ । ଏଥିରେ ଆପଣଙ୍କ ମତାମତ ଦେବାକୁ ବିଲକୁଲ ବି ଭୁଲିବେନି ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *