ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି ।
ତେଣୁ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ସୂଚନା ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ହର ରଥ ଏକ ବଡ ବୟାନ ଦେଇଛନ୍ତି ।
ତେବେ ଅଭିନେତା ହର ରଥ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏବେ ମୁଁ ଏହି ଖବର ପାଇଲି ଆଉ ନିହାତି ଭାବରେ ଏହା ଏକ ଦୁଃଖତ ଘଟଣା । ତାର ନାଁ ବି ମୁଁ ଏଥିରୁ ଜାଣିଲି ଯେ ତାର ପ୍ରକୃତ ନାଁ ରଶ୍ମିରେଖା ଓଝା । ମୁଁ ତାକୁ ଯେତିକି ଦିନ ଦେଖିଛି ସେ ସବୁବେଳେ ହସ ମୁହଁରେ ରୁହେ । ମୁଁ କେବେ ବି ତାର ମୁଡ ଅଫ ଦେଖିନି ସେ ଭଲ ପିଲା ଭାରି ଶରଳ ପିଲା ।
ମୁଁ ତାର ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କିଛି ଜାଣିନି ହେଲେ ଯେତିକି ଜାଣିଛି ସେ ଟାଟୁ କରିଛି କାହା ନାଁରେ । ତେବେ ସେ ହଠାତ ସୁଟିଙ୍ଗକୁ ଆଉ ଆସିଲାନି ତା ନିଜ ଆଡୁ ତା ପରେ ମୁଁ ଶୁଣିବାକୁ ପାଇଲି ତାର ବାହାଘର ହେଇଯାଇଛି । ମୁଁ ଶୁଣିଥିଲି ସେ ଗୋଟେ ଅଭିନେତା ସହ ବାହା ହେଇଛି । ହେଲେ ସେ ମୋତେ ବଡ ଭାଇ ଭଳିଆ ମାନୁ ଥିଲା କଣ ସେ ତାର ବିବାହ କଥା ମୋତେ କହିପାରିଲାନି ।
ହେଲେ ମୁଁ ପାରେ ଜାଣିଲି ସେ ସନ୍ତୋଷ ପାତ୍ର ନାମକ ପୁଅ ସହ ବାହା ହେଇଛି । କିନ୍ତୁ ମୋତେ ଲାଗୁନି ସେ ଆତ୍ମହତୟଆ କରିଥିବ । ତେବେ ବର୍ତ୍ତମାନ ଦେଖନ୍ତୁ ଗୋଟେ ପିଲା ଆତ୍ମହତୟଆ କରିଲା ଖାଲି ଟାରେ କାହିଁକି କରିବ । କିଏ ଆତ୍ମହତୟଆ କରିବା ପଛରେ କିଏ ଗୋଟେ ସେହି ଭଳି ମାନସିକ ପରିସ୍ଥିତି ଆଣିଥିବ ।
ଆଉ ସୁସାଇଡ ନୋଟ ଜଣେ ଯିଏ ବାଧ୍ୟ ବାଧ୍ୟତାରେ ଲେଖେଇ ଥିବ । କଣ ହେଇଥାଇ ପାରେ ଆମେ ତ କାହାକୁ ଏମିତି ଦୋଷ ଦେଇ ପାରିବା ନାହିଁ । ହେଲେ ଆଶା କରିବା ସତ୍ୟ ସାମ୍ନାକୁ ଆସୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।