ନୂଆ Look ରେ Ranu Mandala, ଗାଇଲେ ଭାଇରାଲ ସଙ୍ଗ ‘କାଚ୍ଚା ବାଦାମ’, ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ ଯାହା ସମସ୍ତଙ୍କୁ ଖୁସି ଦେଇଥାଏ । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆରେ ଫେମସ ହୋଇ ପାରୁଛନ୍ତି । ଆଉ ଏମିତି କି ଭାଇରାଲ ହୋଇଥିବା ଲୋକଟି କେବେ କେବେ ସେଲିବ୍ରେଟି ବି ହୋଇଯାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଆଜି ଫେମସ ହୋଇପାରିଛନ୍ତି । ଏହି ମହିଳା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାନୁ ମଣ୍ଡଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାନୁ ମଣ୍ଡଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାନୁ ପ୍ରଥମେ ରେଲୱେ ଷ୍ଟେସନରେ ଗୀତ ଗାଉଥିଲେ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

ଏହା ପରେ ରାନୁଙ୍କ ଗୀତକୁ ସମସ୍ତ ଲୋକ ବେସ ପସନ୍ଦ କରିଥିଲେ । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ହିମେଶ ରେଶମୀୟା ରାନୁଙ୍କୁ ଏକ ଆଲବମରେ ଗୀତ ଗାଇବା ପାଇଁ ମଉକା ଦେଇଥିଲେ । ରାନୁ ଓ ହିମେଶ ବଲିଉଡ ସଙ୍ଗ ‘ତେରି ମେରି କାହାନି’ ଗୀତ ଗାଇଛନ୍ତି । ଏହି ଗୀତଟି ରିଲିଜ ହେବା ପରେ ରାନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଲା ଓ ସେ ସେଲିବ୍ରେଟି ହୋଇଗଲେ ।

ବନ୍ଧୁଗଣ ଗୀତ ରିଲିଜ ହେବାର କିଛି ମାସ ପରେ ରାନୁ ଉଭାନ ହୋଇଗଲେ । ଗତ କିଛି ବର୍ଷ ଉଭାନ ରହିବା ପରେ ରାନୁ ଏବେ ନୂଆ ନୂଆ ଲୁକ୍ ରେ ଲୋକ ମାନଙ୍କ ସାମ୍ନାକୁ ଆସୁଛନ୍ତି । କୁହାଯାଉଛି ସେ ନିଜ ବାୟୋଗ୍ରାଫି ଫିଲ୍ମ କରିବା ପାଇଁ ବ୍ୟସ୍ତ ଅଛନ୍ତି । ହେଲେ ବନ୍ଧୁଗଣ ବେଳେବେଳେ ସେ କିଛି ଭିଡିଓ ସେୟାର କରି ଲୋକଲୋଚନକୁ ଆସୁଛନ୍ତି ।

ତେବେ ଗତ କିଛି ସମୟ ହେବ ରାନୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାନୁ କନ୍ୟା ଭେଶ ଭୁସାରେ ନଜର ଆସୁଛନ୍ତି । ଏହା ସହ ରାନୁ ଲୋକପ୍ରିୟ ଗୀତ ‘କାଚା ବାଦାମ’ ଏକ ନିଆରା ଢଙ୍ଗରେ ଗାଉଥିବାର ନଜର ଆସୁଛନ୍ତି । ଏବେ ଏହି ଭିଡିଓକୁ ନେଇ ରାନୁ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *