‘ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି…ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ, ତମେ ମୋତେ ଆଉ ଚିହ୍ନି ପାରିବନି…’ Rai Mohan ଏମିତି କାହିଁକି ଲେଖିଥିଲେ ପତ୍ନୀଙ୍କୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ରୟମୋହନ ଙ୍କ ପ୍ରେମ ବହୁତ ନିଆରା ଥିଲା । ତେବେ ଆସନ୍ତୁ ଜାଣିନେବା କିଛି ଅଭୂଲା ସ୍ମୃତି ସମ୍ବନ୍ଧରେ । ରାଇମୋହନ ନିଜ ମନର କଥା ଚିଠିରେ ଲେଖିଥିଲେ ଯେ “ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି । ସମସ୍ତେ କୁହନ୍ତି ଯେ ତୁମକୁ ଗୁଣି କରିଦେଲେ, ତମେ କୁଆଡେ ମତେ ଚିହ୍ନି ପାରିବ ନାହିଁ । ସତରେ ରଞ୍ଜୁ ସେମିତି କରିବ ନାହିଁ । ସେମିତି କରିଲେ ମୁଁ ମରିଯିବି” । ଆଜ୍ଞା ହଁ ଖଳ ନାୟକ ଙ୍କ ପ୍ରେମ କାହାଣୀ ଥିଲା କିଛି ନିଆରା ।

ପରଦାରେ ସିନା ସେ କ୍ରୂର ଖଳନାୟକ କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ଏକଦମ ରୋମାଣ୍ଟିକ ଥିଲେ । ରଞ୍ଜିତା ଙ୍କ ସହିତ ୯ ବର୍ଷ ର ପ୍ରେମ କାହାଣୀ । ପ୍ରେମିକା ସାଜିଥିଲେ ତାଙ୍କ ଧରମପତ୍ନୀ ରଞ୍ଜିତା । ସେତେବେଳେ ଫୋନ କି ୱାଟସଆପ ନଥିଲା ଚିଠି ରେ ମନର ଭାବକୁ ଆଦାନ ପ୍ରଦାନ କରାଯାଉଥିଲା । ଆଉ ସେ ପ୍ରେମ କାହାଣୀ ରେ ରାଈ ରଞ୍ଜିତା ଉଡି ବୁଲୁଥିଲେ ।

ଦିବଙ୍ଗତ ଅଭିନେତା ରାଇମୋହନ ପରିଡା ଙ୍କ ଜୀବନକୁ ସହଜ ଏବଂ ସରଳ କରିଥିଲେ ତାଙ୍କ ସ୍ତ୍ରୀ ରଞ୍ଜିତା ପରିଡା । ଉଭୟ ଏକାଠି ସାଥି ହୋଇ ଚାଲିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା । ଅଧାରେ ପତ୍ନୀ ଙ୍କୁ ଛାଡି ଚାଲିଯାଇଛନ୍ତି ରାଇ । ଆଉବ ଏବେ ବହୁନୀ କାନ୍ଦୁଛି ପରିବାର ଏବଂ ରଞ୍ଜିତା ହରାଇଛନ୍ତି ନିଜର ସବୁକିଛି ।

ତେବେ ୧୯୯୨ ମସିହାରେ ରଞ୍ଜିତା ଙ୍କୁ ପ୍ରେମ ବିବାହ କରିଥିଲେ ରାଇମୋହନ ପରିଡା । କିନ୍ତୁ ୧୯୯୧ ରେ ରାଇମୋହନ ରଞ୍ଜିତା ଙ୍କୁ ବିବାହ କରିବା ନିମନ୍ତେ ଭିଲିଆନ ଷ୍ଟାଇଲ ରେ ନିବେଦନ କରିଥିଲେ । ଏହାକୁ ଏବେ ଭାବି ଗୁମୁରି ଗୁମୁରି କାନ୍ଦୁଛନ୍ତି ରଞ୍ଜିତା । ୧୯୯୧ ମସିହାରେ ସେ ଯେଉଁ ଚିଠି ଲେଖିଥିଲେ ମଧ୍ୟ ତାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଭାଇରାଲ ହେଉଅଛି ଏହି ୩ ଟି ଚିଠି ରେ ଅନେକ କିଛି ସ୍ମୃତି ।

ଆଉ ଏକ ଚିଠିରେ ଉଲ୍ଲେଖ ରହିଛି ଯେ “ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି । ସମସ୍ତେ କହୁଛନ୍ତି ଯେ ତୁମକୁ କୁଆଡେ ଗୁଣି କରିଦେଲେ ତମେ କୁଆଡେ ଆଉ ଚିହ୍ନି ପାରିବନି, ସତରେ ରଞ୍ଜୁ ସେମିତି କରିବନି ସେମିତି କରିଲେ ମୁଁ ମରିଜିବି” । ତେବେ ଏହିଭଳି ନିଆରା ପ୍ରେମ ଥିଲା ଖଳନାୟକ ରାଇମୋହନ ପରିଡା ଙ୍କର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *