ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ଯାତ୍ରା ଜଗତର ପ୍ରସିଦ୍ଧ କଳାକାର ରାଇମୋହନ ସବୁଦିନ ଲାଗି ଆମ୍ଭକୁ ଏକା ଛାଡି ଚାଲିଯାଇଛନ୍ତି । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଏକ ହୋଟେଲ କୁ ପାର୍ସଲ ନେବାକୁ ଆସିଛନ୍ତି । ତେବେ ସେ କାହିଁକି ଆତ୍ମହତୟଆ କରିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତେବେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ।
ତାଙ୍କ ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ତାଙ୍କର ଗାଁ ଲୋକେ । ସୂଚନା ଅନୁଯାୟୀ ସେହିଦିନ ହିଁ ସେ ଯାଇଥାନ୍ତେ ନିଜ ଗାଁ କେନ୍ଦୁଝର ଜିଲ୍ଲା ଉଦୟପୁର କୁ । ଗାଁ ର ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଥାନ୍ତେ । ଏଥିପାଇଁ ସେ ୨୩ ତାରିଖରେ ପୂଜା ସାମଗ୍ରୀ ପଠାଇଦେଇଥିଲେ । ୨୪ ତାରିଖରେ ଗାଁ ରେ ପହଞ୍ଚିଥାନ୍ତେ । ଗାଁ ଲୋକେ ତାଙ୍କ ଯିବା ବାଟକୁ ଚାହିଁ ରହିଥିଲେ ।
କିନ୍ତୁ ସେ ଗାଁ କୁ ଯିବା ପରିବର୍ତ୍ତେ ଗାଁ ରେ ପହଞ୍ଚିଲା ତାଙ୍କ ମୃତ୍ୟୁ ର ଖବର । ଏହାକୁ ଜାଣି ଗାଁ ଲୋକେ ବହୁତ ମର୍ମାହତ ହୋଇଥିଲେ । ଏହାକୁ ସହଜରେ ବିଶ୍ଵାସ କରି ପାରୁନାହାଁନ୍ତି ରାଇମୋହନ ପରିଡା ଙ୍କୁ ଭଲ ପାଉଥିବା ଲୋକ ମାନେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ୨ ଝିଅ ଏବଂ ପତ୍ନୀ ମାନସିକ ସ୍ତରରେ ଭାଙ୍ଗିପଡିଛନ୍ତି ।
ତେବେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ନଥିଲା ତେବେ ପାରିବାରିକ ଭଳି ବିବାଦ ଯୋଗୁଁ ରାଇମୋହନ ଆତ୍ମହତୟଆ ଭଳି ପଦକ୍ଷପ ନେଇ ପାରନ୍ତି ବୋଲି ତାଙ୍କ ପଡୋଶୀ ଅନୁମାନ ଲଗାଉଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କର କୌଣସି ପ୍ରକାରର ଆର୍ଥିକ ସମସ୍ୟା ମଧ୍ୟ ନଥିଲା ସେ ସଫଳତାର ଶୀର୍ଷ ରେ ପହଞ୍ଚିଥିଲେ । ଉଭୟ ଯାତ୍ରା ଏବଂ ସିନେମା ରେ ବହୁତ ଷ୍ଟ୍ରଗଲ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ମୃତ୍ୟୁ ର କିଛି ସମୟ ପୂର୍ବ ରୁ ସେ ତାଙ୍କ ଘର ନିକଟରେ ଥିବା ହୋଟେଲ କୁ ପାର୍ସଲ ନେବାକୁ ଯାଇଥିଲେ । ଏହା ହୋଟେଲ ର ସିସିଟିଭି କ୍ୟାମେରା ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟ କୁ ଦେଖି ତାଙ୍କ ପ୍ରିୟ ଦର୍ଶକେ ବିଶ୍ଵାସ କରି ପାରୁ ନାହାଁନ୍ତି ଯେ ଆତ୍ମହତୟଆ ଭଳି ଉଦ୍ୟମ ସେ କରିଥିବେ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।