କେବଳ ଏହି ଗୋଟେ କାରଣ ପାଇଁ ବାପା ହୋଇ ପାରିଲେ ନାହିଁ Dilip Kumar, ଶେଷ ସମୟରେ ବି କହୁଥିଲେ “ଯଦି ଆମର ନିଜର ପିଲା ଥାଆନ୍ତା ତ ବହୁତ ଭଲ ହେଇଥାନ୍ତା, କିନ୍ତୁ …”

ନମସ୍କାର ବନ୍ଧୁଗଣ ଟ୍ରେଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ କାଲି ମୃ-ତ୍ୟୁ ହୋଇଥିଲା । ତେବେ ଏହା ବଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ଦିଲ୍ଲୀପ କୁମାର ଙ୍କୁ ଯେତେବେଳେ ବି ତାଙ୍କ ପରିବାର ସ୍ତ୍ରୀ ଏବଂ ପିଲା ଙ୍କ ବିଷୟରେ କିଛି ପ୍ରଶ୍ନ କରାଯାଏ ସେତେବେଳେ ସେ କୌଣସି ଉତ୍ତର ଦେଇ ନଥାନ୍ତି ।

ଏହା ସେ ନିଜ ବାୟୋଗ୍ରାଫି ରେ ଦର୍ଶେଇ ଛନ୍ତି । ଦିଲ୍ଲୀପ କୁମାର ନିଜର ବ୍ୟକ୍ତିଗତ ସମ୍ବନ୍ଧରେ ମିଡ଼ିଆ କିମ୍ବା କାହା ଆଗରେ କିଛି ବି ପ୍ରକାଶ କରିବା ଭଲ ପାଆନ୍ତି ନାହିଁ । ତାଙ୍କୁ ହଜାର ଥର ତାଙ୍କ ପରିବାର ବିଷୟରେ ପଚରା ଗଲେ ମଧ୍ୟ ସେ ଉତ୍ତର ରେ କିଛି ବି କୁହନ୍ତି ନାହିଁ । ଅନେକ ଥର ଏହି ଖବର ମଧ୍ୟ ଛପା ଯାଇଥିଲା କି ସାୟରା ବାନୋ କେବେବି ମାଆ ହୋଇ ପାରିବେ ନାହିଁ । କିନ୍ତୁ ଦିଲ୍ଲୀପ କୁମାର ନିଜ ବାୟୋଗ୍ରାଫି ରେ ଲେଖିଛନ୍ତି ଏହା ସବୁ ସମ୍ପୂର୍ଣ୍ଣ ଭୁଲ ଏବଂ ମିଥ୍ୟା ।

ସେ ଲେଖିଥିଲେ କି ୧୯୭୨ ରେ ସାୟରା ଗ-ର୍ଭ-ବ-ତୀ ଥିଲେ କିନ୍ତୁ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ଆଠ ମାସ ରେ ଗ-ର୍ଭ-ପା-ତ ହୋଇ ଯାଇଥିଲା । ପରେ ଜଣା ପଡ଼ିଥିଲା କି ସେ ଛୁଆ ଟି ପୁଅ ଥିଲା । ତାଙ୍କୁ ଯେତେବେଳେ ପ୍ରଶ୍ନ କରା ଯାଇଥିଲା କି କଣ ତାଙ୍କର ଛୁଆ ନାହଁ ବୋଲି ସେ ମନ ଦୁଃଖ କରନ୍ତି କିମ୍ବା ଖୁସି ନାହାନ୍ତି । ତେବେ ସେ ଉତ୍ତର ରେ କୁହନ୍ତି କି ଯଦି ଆମ ପିଲା ଥାଆନ୍ତା ତେବେ ଭଲ ହୋଇ ଥାନ୍ତା । କିନ୍ତୁ ଏଥିପାଇଁ ଆମେ ମନ ଦୁଃଖ କିମ୍ବା ଅବଶୋଷ କରିବାର କିଛି କଥା ନାହିଁ ।

ଭଗବାନ ଆମ ଘରେ ଅନେକ ପିଲା ଦେଇଛନ୍ତି । ଯେତେବେଳେ ଆମେ ୟଙ୍ଗ ଥିଲୁ ସେତେବେଳେ ଆମ ଭଉଣୀ ର ପିଲା ଆମ ଘରକୁ ଆସନ୍ତି ଏବଂ ଆମେ ତାଙ୍କ ସହ ବହୁତ ଭଲ ସମୟ ବିତାଇ ଥାଉ । ତାଙ୍କ ସହ ରହି ଆମକୁ କେବେ ଏଭଳି ଲାଗିନାହିଁ କି ଆମର ଛୁଆ ନାହିଁ ବୋଲି । ସେମାନେ ପ୍ରାୟତଃ ତାଙ୍କ ଘରେ ରୁହନ୍ତି ଏବଂ ବ୍ୟାଡ ମିଣ୍ଟନ ଏବଂ ବହୁତ ଖେଳ ମଜା କରନ୍ତି କିନ୍ତୁ ବଡ଼ ହେବା ପରେ ସମସ୍ତେ ନିଜ ନିଜ ସ୍ୱପ୍ନ ପୁରା କରିବା ପାଇଁ ଚାଲିଗଲେ ବର୍ତ୍ତମାନ ବେଳେବେଳେ ତାଙ୍କ ସହ ଦେଖା ହୁଏ ।

ସେ ଏହା ମଧ୍ୟ ଲେଖିଛନ୍ତି କି ଆମର ଯଦି ପିଲା ଥାନ୍ତା ତେବେ ସେ ମଧ୍ୟ ବଡ଼ ହୋଇ ନିଜ ସ୍ୱପ୍ନ ପୁରା କରିବା ପାଇଁ ବାହାରକୁ ଯାଇଥାନ୍ତେ ଏବଂ ବର୍ଷକୁ ଥରେ ଦୁଇ ଥର ଦେଖା ହୋଇଥାନ୍ତା । ତେଣୁ ସେଥିପାଇଁ ତାଙ୍କର କୌଣସି ଅବଶୋଷ ନାହିଁ । କିମ୍ବା ସେମାନେ କେବେ ମନ ଦୁଃଖ ମଧ୍ୟ କରନ୍ତି ନାହିଁ ।

ଦିଲ୍ଲୀପ କୁମାର କୁହନ୍ତି କି ସେ ବହୁତ ଛୋଟ ବୟସ ରୁ ହିଁ ନିଜ ଛୋଟ ଭାଇ ଭଉଣୀ ଙ୍କ ଦେଖା ଶୁଣା ଆରମ୍ଭ କରି ଦେଇଥିଲେ । ଏହା ବହୁତ ବଡ଼ ଦାୟିତ୍ୱ ଅଟେ । ତାଙ୍କର ୬ ଭଉଣୀ ଏବଂ ୫ ଭାଇ ଥିଲେ । ସେ ନିଜର ପରିବାର କୁ ସୁରକ୍ଷା ଦେବା ଏବଂ ସମସ୍ତ କଥା ବୁଝିବା ତାଙ୍କର ଦାୟିତ୍ୱ ଅଟେ ।

ଇଣ୍ଟରଭିଉ ରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇ ଥିଲା କି ତାଙ୍କ ଲେଗେସି କୁ କିଏ ଆଗକୁ ବଢ଼ାଇବ । ତେବେ ସେ କହିଥିଲେ ମୁଁ ନିଜ ସମୟରେ ଯାହା ବି କାମ କରିଥିଲି ତାକୁ ଅନେକ ଅଭିନେତା ମନେ ଆଗକୁ ନେଇଛନ୍ତି ଯେତେବେଳେ କୌଣସି ଅଭିନେତା ଆସି କୁହେ କି ମୁଁ ଆପଣଙ୍କ ରାସ୍ତା ରେ ଏବଂ ଆପଣ ଙ୍କୁ ହିଁ ମାଗ ଦର୍ଶକ ଭାବେ ବାଛିଛି ତେବେ ମୋତେ ବହୁତ ଖୁସି ଲାଗେ ।

ଦିଲ୍ଲୀପ କୁମାର ଏବଂ ସାୟାରା ବାନୋ ସହାରୁଖ ଖାନ ଙ୍କୁ ନିଜର ଧର୍ମ ପୁଅ ବୋଲି କୁହନ୍ତି ଏବଂ ସେ ଇଣ୍ଟରଭିଉ ରେ କହିଥିଲେ କି ଯଦି ମୋର କୌଣସି ପୁଅ ଥାଆନ୍ତା ତେବେ ସେ ସାହରୁଖ ଭଳି ହୋଇ ଥାନ୍ତା । ତେବେ ଦିଲ୍ଲୀପ କୁମାର ଆମ ହୃଦୟ ରେ ଚିରଦିନ ଅମର ହୋଇ ରହିବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *