“ବହୁତ ଘଟଣା ଓ ଦୁର୍ଘଟଣା ଏ ରାଣୀ ପଣ୍ଡା ଜୀବନରେ ଘଟିଛି…ସେଇ ଦୁଃଖ ଓ ଲୁହକୁ ନେଇ ସଂଘର୍ଷ କରୁଛି, ହେଲେ ମୁଁ…” ଦେଖନ୍ତୁ କଣ କହିଲେ Rani Panda

ନମସ୍କାର ବନ୍ଧୁଗଣ ତେବେ ପୁଣି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜଲଓ୍ଵା । ତେବେ ରାଣୀ ଆସିବେ ନୂଆ ରୂପରେ । ହଟ୍‌ ପ୍ୟାଣ୍ଟ କି ଜିନସ୍‌ରେ ନୁହେଁ ଖାଣ୍ଟି ଓଡିଆଣୀ ବେଶରେ ଦର୍ଶକଙ୍କ ଆଗକୁ ଆସିବେ । ପୁଣି ଖୋଦ ନିଜ ଆତ୍ମଜୀବନୀକୁ ନେଇ ନାଟକରେ ଅଭିନୟ କରିବେ । ନିଜ ଚରିତ୍ରରେ ଅଭିନୟ କରି ତାଙ୍କ ସଂଘର୍ଷମୟ ଜୀବନର କାହାଣୀକୁ ଦର୍ଶକଙ୍କୁ ଭେଟି ଦେବେ । ଚଳିତ ସିଜିନରେ ସେ ସ୍ୱର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟିରେ ନଜର ଆସିବେ ।

ତେବେ ଯାଜପୁର ବିଂଝାରପୁର ବ୍ଲକ ସିଂହପୁର ଆଖଡା ପୂଜା କାର୍ଯ୍ଯକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଣୀ । ପ୍ରଯୋଜକ ମୁକ୍ତିକାନ୍ତ ସାମଲ ରାଣୀଙ୍କ ଜୀବନୀକୁ ନେଇ ଯାତ୍ରା କରିବେ । ଯାହାର ନାଁ ‘ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା’ । ତାଙ୍କୁ ଏହି ଅଫର ଦେବା ପରେ ସେ ରାଜି ହୋଇଛନ୍ତି । ସବୁବେଳେ ଅଶ୍ଳୀଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାଙ୍କୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ବର୍ତ୍ତମାନ ରାଣୀ ପଣ୍ଡା ନିଜର ବାଇଟ ରେ ନିଜର ଲୁକ ନିଜର ନାଟକ ବିଷୟ ରେ ବହୁତ କିଛି କହିଛନ୍ତି । ତେବେ ଏହି ନାଟକ ଟି ବହୁତ ସୁନ୍ଦର ହୋଇଛି । ସମ୍ପୂର୍ଣ୍ଣ ନିଛକ କାହାଣୀ ରାନୀ ପଣ୍ଡା ଙ୍କ ଜୀବନ କାହାଣୀ ଉପରେ ଆଧାରିତ ନାଟକ ହୋଇଛି । ଏହି ନାଟକ ତିଆରି ନିମନ୍ତେ ସେ ପ୍ରଯୋଜକ ମୁକ୍ତିକାନ୍ତ ସାମଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ଏହି ନାଟକ କୁ ଦେଖିବା ନିମନ୍ତେ ସେ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଆସନ୍ତୁ ଏହି ନାଟକ କୁ ଦେଖନ୍ତୁ ଏବଂ ଏହାକୁ ଉପଭୋଗ କରନ୍ତୁ । ତେବେ ଏହି ନାଟକ ରେ ସେ ଯେଉଁ ଚରିତ୍ର ପାଇଛନ୍ତି ସେଥିରେ ସେ ପ୍ରଥମେ ରାନୀ ପଣ୍ଡା ଙ୍କୁ ଆଣି ମାଳିସାହି ରେ ବିକି ଦେଇଛନ୍ତି । ଗାଁ ରେ ହିରୋଇନ କରିବାର ପ୍ରତିଶୃତି ଦେଇ ଭୁବନେଶ୍ୱର କୁ ଆଣି ତାଙ୍କୁ ମାଳିସାହି ରେ ବିକ୍ରି କରି ଦେଇଛନ୍ତି ।

ଏହା ଏକ ଆକର୍ଷଣୀୟ ପାର୍ଟ ଅଟେ ଯାତ୍ରା ର ଯାହା ଦର୍ଶକ ନ ନିଶ୍ଚିତ ଭାବରେ ପସନ୍ଦ ଆସିବ ବୋଲି ସେ କହିଛନ୍ତି । ତେବେ ସେ ଅଭିନୀତ ସବୁ ନାଟକ ଗୁଡ଼ିକ ମଧ୍ୟ ରୁ ଏହି ନାଟକ ଟି ଅଧିକ ଆଦୃତ ଲାଭ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ନାଟକ ଦେଖିବା ନିମନ୍ତେ ଦର୍ଶକ ହାଉସଫୁଲ ହୋଇ ଯାଇଛନ୍ତି । ଏହା ଛଡା ସେ କହିଛନ୍ତି କି ସମସ୍ତଙ୍କ ମନରେ ରାଣୀ ପଣ୍ଡା ର ବିଷୟରେ ମନରେ ଯେଉଁ ଧାରଣା ରହିଛି ତାକୁ ବଦଳେଇବା ପାଇଁ ଏହି ନାଟକ ର ଉଦେଶ୍ୟ ।

ତେବେ ସବୁବେଳେ ଅଶ୍ମିଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାକୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି, ଏବଂ ଆପଣଙ୍କ ଭଲ ପାଇବା ନିହାତି ମୋ ପାଇଁ ଦରକାର ଏବଂ ସେ କହିଛନ୍ତି କି ଏଥର ଯଦି ଯାତ୍ରାରେ ମୋର ଅଶିଳତା ଦେଖନ୍ତି ତେବେ ମୁଁ ଜୋତା ମାଡ ପାଇଁ ବି ରାଜି ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *