Bollywood ର ଲୋକପ୍ରିୟ ଆକ୍ଟ୍ରେସ୍ Rani Mukerji ଏହି 4 Actor ଙ୍କୁ କାହିଁକି କରନ୍ତି ଏତେ ଘୃଣା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାନୀ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ରାନୀ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ରାନୀ ବଲିଉଡର କିଛି ଦିଗଜ କଳାକାର ମାନଙ୍କୁ ଘୃଣା କରନ୍ତି ।

ଆଜିଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ରାନୀ ପସନ୍ଦ କରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । ଗୋବିନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଗୋବିନ୍ଦା । ଗୋଟେ ସମୟରେ ରାନୀ ଓ ଗୋବିନ୍ଦା ଲଭ ରିଲେସନରେ ଥିଲେ ।

ଫିଲ୍ମ ‘ହଦ କରଦି ଆପନେ’ର ସୁଟିଙ୍ଗ ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । କିଛି ବର୍ଷ ରିଲେସନରେ ରହିବା ପରେ ରାନୀ ଗୋବିନ୍ଦାଙ୍କୁ ବିବାହ କରିବା ପାଇଁ କହିଥିଲେ । ହେଲେ ଗୋବିନ୍ଦା ବିବାହ କରିବାକୁ ମନା କରିଦେଲେ କାରଣ ଗୋବିନ୍ଦା ପୂର୍ବରୁ ହିଁ ବିବାହିତ ଥିଲେ । ସେଥିପାଇଁ ରାନୀ ଗୋବିନ୍ଦାଙ୍କୁ ଘୃଣା କରନ୍ତି ।

ଆମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆମିର ଖାନ । ଆମିର ଓ ରାନୀ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଆମିର ଆଗାମୀ ସମୟରେ ଫିଲ୍ମ ‘ଲାଲ ସିଂହ ଚଢା’ରେ ନଜର ଆସିବେ । ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପେ କରିନା କପୁର ନଜର ଆସିବେ । ହେଲେ ବନ୍ଧୁଗଣ କରିନାଙ୍କ ପୂର୍ବରୁ ଏହି ଭୂମିକା ପାଇଁ ରାନୀଙ୍କୁ ଅଫର କରାଯାଇଥାନ୍ତା । ହେଲେ ସେହି ସମୟରେ ଆମିର ଏହି ଫିଲ୍ମ ପାଇଁ କରିନାଙ୍କ ନାମ ସଜେଷ୍ଟ କରିଥିଲେ । ଏହି କାରଣ ପାଇଁ ରାନୀ ଆମିରଙ୍କୁ ପସନ୍ଦ କରନ୍ତି ନାହିଁ ।

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲ । ରାନୀ ନିଜ ଭଉଣୀ କାଜୋଲଙ୍କୁ ମଧ୍ୟ ଘୃଣା କରନ୍ତି । ଏହାର କାରଣ ହେଉଛି ଯେତେବେଳେ ରାନୀ ବଲିଉଡରେ ଏଣ୍ଟ୍ରି କରିଥିଲେ ସେତେବେଳେ କାଜୋଲଙ୍କ ପାଇଁ କେତେକ ସୁପର ହିଟ ଫିଲ୍ମ ତାଙ୍କ ହାତରୁ ଚାଲି ଯାଇଥିଲା । ଯାହାଫଳରେ ରାନୀଙ୍କୁ ବଲିଉଡରେ ସଫଳତା ପାଇବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥିଲା ।

ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ । ବନ୍ଧୁଗଣ ରାନୀ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନଙ୍କୁ ମଧ୍ୟ ଘୃଣା କରନ୍ତି । କାରଣ ଗତ ୨୦ ବର୍ଷ ପୂର୍ବେ ରାନୀ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଭଲ ପାଇଥିଲେ । ହେଲେ ଏହି ଦୁଇଜଣ ପରସ୍ପର ସହ ବିବାହ କରି ପାରିନଥିଲେ । ଏହାପରେ ଅଭିଷେକଙ୍କ ଜୀବନକୁ ଐଶ୍ଵର୍ଯ୍ୟ ଆସିଥିଲେ ଓ ବିବାହ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *