ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ମହିଳା, ଅଳ୍ପକେ ବର୍ତ୍ତିଗଲା ଜୀବନ, ଦେଖନ୍ତୁ ହୃଦୟ ଥରେଇ ଦେବା ଭଳି ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ସାଧାରଣତଃ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଘଟିଥାଏ । ଟ୍ରେନରୁ ଯାତ୍ରୀ ଓଲହାଇବା ସମୟରେ ଓ ଚଢିବା ସମୟରେ କିଛି ଭୁଲ କରିଥାନ୍ତି ଯେଉଁଥି ପାଇଁ ସେମାନଙ୍କୁ ଦୁର୍ଘଟଣା ଗ୍ରସ୍ତ ହେବାକୁ ପଡିଥାଏ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସୁଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଗୋଟେ ଚଳନ୍ତା ଟ୍ରେନରୁ ଦୁଇ ଜଣ ମହିଳା ଡେଇଁ ପଡିବାର ନଜର ଆସୁଛନ୍ତି ।

ଏହି ଦୁଇଟି ମହିଳାଙ୍କ ମଧ୍ୟରୁ ଗୋଟେ ମହିଳା ଟ୍ରେନ ଠାରୁ ଟିକେ ଦୂରରେ ପଡିବା ବେଳେ ଅନ୍ୟ ଏକ ମହିଳା ଟ୍ରେନକୁ ଲାଗି ଯାଇ ପଡିଛନ୍ତି । ସେହି ସମୟରେ ଅନ୍ୟ ଲୋକଙ୍କ ସହ ଜଣେ ପୋଲିସ କର୍ମୀ ତାଙ୍କୁ ଆସି ବଞ୍ଚାଉ ଛନ୍ତି । ଯଦି ଆଉ ସାମାନ୍ୟ ବିଳମ୍ବ ହୋଇଥାନ୍ତା ତେବେ ସେହି ମହିଳା ଜଣକ ଟ୍ରେନ ଟ୍ରାକ ମଧ୍ୟରେ ଫସି ଯାଇଥାନ୍ତେ । ଅଳ୍ପକେ ମହିଳାଙ୍କ ଜୀବନ ବଞ୍ଚି ଯାଇଛି ।

ଏହି ଭିଡିଓଟିକୁ ଦକ୍ଷିଣପୂର୍ବ ରେଳବାହୀର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି । ବନ୍ଧୁଗଣ ଏହି ଘଟଣାଟି ଘଟିଛି ପଶ୍ଚିମ ବଙ୍ଗ ପୁରୁଳିଆ ରେଳ ଷ୍ଟେସନରେ ।ବନ୍ଧୁଗଣ ଏହି ରେଳ ଷ୍ଟେସନରେ ଦୁଇଟି ମହିଳା କୌଣସି କାରଣ ବଶତଃ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ । ଜଣେ ମହିଳା ଅବଶ୍ୟ ଟ୍ରେନରୁ କିଛି ଦୂରତାରେ ପଡିବା ବେଳେ ଅନ୍ୟ ମହିଳା ଟ୍ରେନ ଟ୍ରାକ ସାଇଡରେ ପଡିଗଲେ । ମହିଳାଙ୍କ ଭାଗ୍ୟ ଭଲ ଥିଲା ସେଥିପାଇଁ ସେ ବଞ୍ଚି ଗଲେ ।

ମହିଳା ଟ୍ରେନରୁ ଡେଇଁବାର କିଛି ସମୟ ମଧ୍ୟରେ ସେହି ସ୍ଥାନରେ ଥିବା ଲୋକେ ଓ ଜଣେ ପୋଲିସ ଅଧିକାରୀ ମହିଳାଙ୍କୁ ଉଧାର କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *