ପିରିୟଡ୍ସ ବେଳେ ଯନ୍ତ୍ରଣା ହେଲେ ପେନ୍ କିଲର ଖାଇବା କଣ ଠିକ ? ଜାଣନ୍ତୁ କଣ କୁହନ୍ତି Dr Alkata Das

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମହିଳାଙ୍କ ପିରିୟଡ୍ସ ହୋଇଥାଏ । ପିରିୟଡ୍ସ ବେଳେ ଯନ୍ତ୍ରଣା ହେବା ଏକ ସାଧାରଣ କଥା । ଏହାର କାରଣ ହେଉଛି ମହିଳାଙ୍କ ଯୁଟ୍ରେସ ଭିତରେ ଥିବା ଏଲଡୋବେଟରିୟମ ପ୍ରତି ମାସରେ ଚେଞ୍ଜ ହୋଇଥାଏ । ପିରିୟଡ୍ସ ସମୟରେ ଯୁଟ୍ରେସ ଟିକେ କ୍ରାମ୍ପ ବା ମୋଡି ହୋଇଥାଏ ସେଥିପାଇଁ ତଳି ପେଟରେ ଯନ୍ତ୍ରଣା ବା ଦରଜ ହୋଇଥାଏ ।

ପିରିୟଡ୍ସ ବେଳେ ପ୍ରତ୍ୟକ ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ହୋଇଥାଏ ହେଲେ କିଛି ମହିଳାଙ୍କ କମ ଯନ୍ତ୍ରଣା ହୋଇଥାଏ ତ କିଛି ମହିଳାଙ୍କ ଅଧିକ ଯନ୍ତ୍ରଣା ହୋଇଥାଏ । ପିରିୟଡ୍ସ ବେଳେ ହେଉଥିବା ଯନ୍ତ୍ରଣା ଦୁଇ ପ୍ରକାରର ଅଛି । ପ୍ରଥମଟି ହେଉଛି ପ୍ରାଇମେରୀ ତଥା କୌଣସି କାରଣ ନଥାଇ । ଯେଉଁ ମାନେ ଅବିବାହିତ ବା ଯେଉଁ ମାନଙ୍କର ପିଲା ଛୁଆ ହୋଇ ନାହିଁ ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ ।

ଦ୍ଵିତୀୟଟି ହେଉଛି ସେକେଣ୍ଡରୀ ଡିଶମେନୋରିଆ । ଏଥିରେ ବିଭିନ୍ନ ପ୍ରକାରର କାରଣ ରହିଛି ଯେଉଁଥି ପାଇଁ ଅଧିକ ଯନ୍ତ୍ରଣା ହୋଇଥାଏ । ଯଦି ଆପଣଙ୍କ ଗର୍ଭରେ କୌଣସି ଟ୍ଵିମର ଅଛି, ଯଦି ଆପଣଙ୍କ ରକ୍ତ ବାହାରି ପାରୁନି ତା ହେଲେ ଏହି ସବୁ କାରଣ ପାଇଁ ଆପଣଙ୍କ ଯନ୍ତ୍ରଣା ବହୁତ ଅଧିକ ହୁଏ । ତେଣୁ ଯଦି ଆପଣଙ୍କର ଅଧିକ ଯନ୍ତ୍ରଣା ହେଉଛି ତା ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଆପଣ ମାନେ ଚାହିଁଲେ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ । ଯଦି ଆପଣଙ୍କ ପେଟରେ ଅଧିକ ଯନ୍ତ୍ରଣା ହେଉଛି ତା ହେଲେ ଆପଣ ଗରମ ପାଣି ସେକ ନେଇପାରିବେ । ଏହା ସହିତ ଆପଣ ଜୀରା ଓ ପୋଦିନା ପାଣିର ସେବନ ମଧ୍ୟ କରିପାରିବେ । ଅନ୍ୟ ପକ୍ଷରେ ଅଧିକାଂଶ ମହିଳା ପେନ୍ କିଲର ଖାଇଥାନ୍ତି । ବନ୍ଧୁଗଣ ପେନ୍ କିଲର ଖାଇଲେ କୌଣସି ପ୍ରକାରର କ୍ଷତି ନାହିଁ ।

ସାଧାରଣତଃ ଛୋଟ ଛୁଆ ମାନଙ୍କର ପିରିୟଡ୍ସ ହେଲେ ସେମାନେ ଯନ୍ତ୍ରଣା ସହ୍ୟ କରିପାରୁ ନାହାନ୍ତି ତେଣୁ ସେହି ସମୟରେ ସେମାନେ ପେନ୍ କିଲରର ସେବନ କରନ୍ତି । ପିରିୟଡ୍ସ ବେଳେ ଦୁଇ ଦିନ ପେନ୍ କିଲର ଖାଇଲେ କୌଣସି ଅସୁବିଧା ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *