ରକ୍ତନେଲା ବେଳେ କଣ ଜାତି ଦେଖୁଛ ? ତେଣୁ ଜାତିପ୍ରଥା ଫିଲ୍ମରେ ଦେଖାଇବା ଉଚିତ୍ ନୁହେଁ, ଏଭଳି କହିଛନ୍ତି ସମାଜସେବୀ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ଆଜି କାଲି ବ୍ରାହ୍ମଣ ଘର ପୁଅ ଝିଅ ବି ତଳ ଜାତିରେ ବାହାହେଲେଣି ,ତେଣୁ ଜାତିପ୍ରଥା ଫିଲ୍ମରେ ଦେଖେଇବା ଉଚିତ ନଥିଲା ” ଏଭକି କିଛି କହିଲେ ସମାଜସେବୀ ମହିଳା ଜଣକ । ଚଳିତ ବର୍ଷ ଜୁନ ମାସରେ ରିଲିସ୍ସ ହୋଇଥିବା ସିନେମା ” ପ୍ରିୟେ ତୁ ମୋ ସିଏ ” ଚଳଚ୍ଚିତ୍ରକୁ ନେଇ କେତେକ ଦଳିତ ବିରୋଧ କରିଛନ୍ତି ଏବଂ ଏହାକୁ ଶୀଘ୍ର ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

କାରଣ  ଏହି ସିନେମାରେ ବ୍ୟବହାର ହୋଇଥିବା ହରିଜନ ଶବ୍ଦ ଜଣସାଧାରଣଙ୍କ ମଧ୍ୟରେ ଜାତି ଭେଦଭାବ କୁ ସୃଷ୍ଟି କରିଛି । ଯାହାକୁ ନେଇ ଏହି ମହିଳାଜଣଙ୍କ ନିଜ ମତ ପ୍ରଦାନ କରିଛନ୍ତି । ମହିଳାଙ୍କ କହିବ ଅନୁସାରେ ଆଜିର ସମାଜ  ବହୁତ ଆଗକୁ ବଢିଯାଇଛି । ଭଗବାନ ସମସ୍ତକୁ ଏକାଭଳି ସୃଷ୍ଟି କରିଛନ୍ତି ସମସ୍ତଙ୍କ ଦେହରେ ରକ୍ତ,ମାଂସ ପ୍ରବାହିତ ହୁଏ ।

ତେଣୁ ଯଦି କାହାର ପରିସ୍ଥିତି ଅତି ଖରାପ ହୋଇଥାଏ  ଏବଂ ନିକଟରେ ଥିବା ବ୍ୟକ୍ତିଙ୍କ ଜାତି ଅଲଗା ଥାଏ କିନ୍ତୁ ଉଭୟଙ୍କ ରକ୍ତ ସମାନ ରହିଥାଏ । ତେବେ ଏହିଭଳି ପରିସ୍ଥିତିରେ ଆପଣ କଣ ଜାତି ଅଲଗା ବୋଲି ରକ୍ତ ନେବାକୁ ମନା କରିବେ ? କଦାପି ନାହିଁ କାରଣ ସେହି ପରିସ୍ଥିତିରେ ଆମେ ଜାତି ଦେଖି ନ ଥାଉ । ଇଶ୍ଵର ଜାତିକୁ ସୃଷ୍ଟି କରିନାହାଁନ୍ତି ତାହା କର୍ମ ଦ୍ଵାରା ଜାତ ହୋଇଛି ।

ମାତ୍ର ଆଜି କାଲି ବ୍ରାହ୍ମଣ ଘର ପୁଅ ତଳ ଜାତିର ଝିଅକୁ ବାହା ହେଲାଣି ଏବଂ ଆମ ଦେଶର ଝିଅମାନେ ବାହାର ରହି ଚାକିରୀ କରି ସହକର୍ମୀକୁ ପ୍ରେମ ବିବାହ କରୁଛନ୍ତି । ଏହିଭଳି ସିନେମାକୁ ସେନସର ବୋର୍ଡ ଅନୁମତି ଦେବା ଅତ୍ୟନ୍ତ ଦୁଃଖଦାୟକ ବିଷୟ ଅଟେ । ତେଣୁ ଯଦି ଆପଣଙ୍କର ଭୁଲ ରହିଛି ତେବେ କ୍ଷମା ମାଗି ତାହାକୁ ସଂଶୋଧନ କରିବା ଉଚିତ୍ ।

ଆପଣ ଦେଖିଥିବେ ଆଦିପୁରୁଷ ଚଳଚ୍ଚିତ୍ର ଲୋକମାନଙ୍କୁ ପସନ୍ଦ ହୋଇନଥିଲେ ତେଣୁ ତାହାର ନିର୍ଦେଶକ ତାହା ପରିବର୍ତ୍ତନ କରିଥିଲେ । କାରଣ ସିନେମାକୁ ଆଜିର ପିଢି ଅନୁକରଣ କରିଥାନ୍ତି ଭୁଲ ବିଷୟ ଅନୁକରଣ କରିବା ଅନୁଚିତ୍ । ତେଣୁ ଏହି ସିନେମାରେ ଜାତିଭେଦଭାବକୁ ଉଠାଇବା ଦେବା ଉଚିତ୍ ବୋଲି ମହିଳା କହିଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *