ମୃତ୍ୟୁ ପରେ Ollywood ଅଭିନେତା Raimohan Parida ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ଓଡିଆ ଫିଲ୍ମ ଜଗତର ସବୁଠାରୁ ଶ୍ରେଷ୍ଠ ଖଳନାୟକ କହିଲେ ରାଇମୋହନ ପରିଡା ଙ୍କ ନାମ ସବୁଠାରୁ ପ୍ରଥମେ ଆସେ । ତେବେ ଆଜି ଆମ୍ଭେ ସେହି ଖଳନାୟକଙ୍କ କିଛି ଅଜଣା ତଥ୍ୟ ସମ୍ବନ୍ଧରେ ଜାଣିବା । ତାଙ୍କର ସ୍ତ୍ରୀ କିଏ ? ତାଙ୍କର ଝିଅ କିଏ ? ସେ ବର୍ତ୍ତମାନ କେଉଁଠି ରହୁଛନ୍ତି ? ତାଙ୍କର ଘର ପରିବାର ଜୀବନୀ ତଥା ଏହା ଛଡା ତାଙ୍କର ମୋଟ ସମ୍ପତ୍ତି କେତେ ଏହି ସମସ୍ତ ବିବରଣୀ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ।

ଓଡିଆ ଇଣ୍ଡଷ୍ଟ୍ରୀ ର ଏହି ବିଶିଷ୍ଟ କଳାକାର ରାଇମୋହନ ଜନ୍ମଲାଭ କରିଥିଲେ ୧୦ ଜୁଲାଇ ୧୯୬୩ ରେ କେନ୍ଦୁଝର ର ଉଦୟପୁର ଅଞ୍ଚଳରେ । ୫୭ ବୟସ ହୋଇଥିବା ବେଳେ ସେ ନିଜ ଜୀବନ ହରାଇଛନ୍ତି । ସ୍କୁଲ ପାଠପଢା ଉଦୟପୁର ରେ ହିଁ ଶେଷ କରିଥିଲେ ଏହାପରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ରେ ଶିକ୍ଷାନୁଷ୍ଠାନ ରେ ବିଦ୍ୟା ଅର୍ଜନ କରିଥିଲେ ।

ରାଇମୋହନ ପରିଡା ଙ୍କ ସ୍ତ୍ରୀ ହେଉଛନ୍ତି ରଞ୍ଜିତା ପରିଡା । ୧୯୮୬ ମସିହାରେ ଉଭୟଙ୍କ ର ପ୍ରେମ ବିବାହ ହୋଇଥିଲା । ରାଇମୋହନ ପରିଡା ଓଡିଆ ଇଣ୍ଡଷ୍ଟ୍ରୀ କୁ ଆସିବା ପୂର୍ବରୁ ଅସ୍ରୁମୋଚନ ଙ୍କ ସହିତ ମିଶି ତାରିଣୀ ଗଣନାଟ୍ୟ ରେ କାମ କରୁଥିଲେ । ସେଥିରେ ସେ ଖଳନାୟକ ରେ କାମ କରୁଥିଲେ ଏବଂ ଏହାପରେ ସେ ୧୯୮୪ ମସିହା ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ଆଉ ପ୍ରଥମ ଓଡିଆ ଚଳଚିତ୍ର ଟି ଥିଲା ଗଙ୍ଗଶିଉଳି ।

ଯାହାକି ଆଜିକୁ ପ୍ରାୟ ୩୫ ବର୍ଷ ତଳେ ତିଆରି କରାଯାଇଥିଲା । ଏହାପରେ ସେ ପ୍ରାଏ ୭୦ ଟି ଓଡିଆ ଚଳଚିତ୍ର ରେ ଖଳନାୟକ ଭାବରେ ଅଭିନୟ କରି ଆସିଛନ୍ତି । ରାଇମୋହନଙ୍କ ଦୁଇଟି ଝିଅ ଅଛନ୍ତି । ବଡ ଝିଅ ଙ୍କ ନାମ ଶଈଫାଳିପରିଡା ଏବଂ ସାନ ଝିଅ ଉଦିତା ପରିଡା । ରାଇମୋହନ ପରିଡା ୮ ମ ଶ୍ରେଣୀରୁ ଗାଁ ନାଟକ ରେ ଅଭିନୟ କରି ଆସୁଥିଲେ ।

ବର୍ତ୍ତମାନ ସେ ଏତେବଡ ଖଳନାୟକ ଭାବରେ ପରିଚିତ ଥିଲେ । ତାଙ୍କ ଅଭିନୟ ପାଇଁ ତାଙ୍କୁ ବହୁତ ଲୋକେ ପସନ୍ଦ କରନ୍ତି । ରାଇମୋହନ ପରିଡା ଗୋଟିଏ ଓଡିଆ ଫିଲ୍ମ କରିବାକୁ ପ୍ରାଏ ୪ ଲକ୍ଷ ରୁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ତାଙ୍କର ଦୁଇଟି ବାଇକ ଗୋଟିଏ କାର । ଏବଂ ଭୁବନେଶ୍ଵରରେ ତାଙ୍କର ବିରାଟ ଘର ଅଛି ଯାହାର ନାମ ଉଦୟପୁର ଏବଂ ସମୁଦାୟ ସମ୍ପତ୍ତି ତାଙ୍କର ପ୍ରାୟ ୬୦ ରୁ ୭୦ ଲକ୍ଷ ଟଙ୍କା ହେବ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *