ସୁଟିଙ୍ଗ ସେଟରେ Raimohan Parida ଙ୍କ ଶେଷ ଭିଡିଓ, କହୁଥିଲେ କିଛି ଏମିତି କଥା, ଦେଖିଲେ କାନ୍ଦି ପକେଇବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତୟଆ କରିଛନ୍ତି । ଆଜି ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତୟଆ କରିଛନ୍ତି । ତେବେ ସେ କାହିଁକି ଆତ୍ମହତୟଆ କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ? ଏନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତୟଆ କରିଥାଇ ପାରନ୍ତି ।

ପରେ କଣ ପାରିବାରିକ କଳହ ଥିଲା ସେନେଇ ତଦନ୍ତ ଚାଲିଛି । ଆତ୍ମହତୟଆ କରିବା ପୂର୍ବରୁ ରାଇମୋହନ ତାଙ୍କ ଫ୍ୟାମିଲ ଗ୍ରୁପରେ ଗୂଡ଼ ବାଏ ବୋଲି ମେସେଜ ଦେଇଥିଲେ । ପରେ ତାଙ୍କ ଝିଅ ମେସେଜର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତା’ପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା ।

ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛି ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତୟଆ କରିଛନ୍ତି । ସେ ଏହାପରେ ରାଇମୋହନଙ୍କ ବଡ଼ ଝିଅକୁ କଲ କରିଥିଲେ ଏବଂ ପୋଲିସ କୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନଙ୍କୁ ଓହ୍ଲାଇ ଦେଇଛନ୍ତି ।

ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ତେବେଆତ୍ମହତୟଆ ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତୟଆ କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତୟଆ କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ ।

ତାଙ୍କ ଆତ୍ମହତୟଆ ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି । ତେବେ ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ରେକର୍ଡ ହୋଇଥିଲା ସୁଟିଂ ସେଟ ରୁ ତେବେ ତାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ସେହି ଭିଡିଓ ରେ ରାଇମୋହନ ବହୁତ ଖୁସି ଥିବାର ନଜର ଆସିଛନ୍ତି ।

ତେବେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଉଛି କି ଆପଣ ଏତେ ସିନେମା ଏତେ ଅଭିନୟ କରିଛନ୍ତି ତେବେ ଆପଣଙ୍କ ର ସବୁଠାରୁ ପ୍ରିୟ ଡାଇଲଗ କଣ ତେବେ ସେ ଉତ୍ତର ଦେଇଛନ୍ତି କି ମୋର ସବୁ ଡାଇଲଗ ପ୍ରିୟ କିନ୍ତୁ ଓଡ଼ିଶାର ଲୋକଙ୍କ ର ସବୁଠାରୁ ଲୋକପ୍ରିୟ ଡାଇଲଗ ହେଉଛି .. ଏଇ ଅନାନୀ ହିନ୍ଦୀ ମାଷ୍ଟ୍ରାରାଣୀ.. ତେବେ ଏହାକୁ ନେଇ ପିଲାମାନେ ମିମିକ୍ରି କରୁଛନ୍ତି ବ୍ୟଙ୍ଗ କରୁଛନ୍ତି ମୋତେ ବହୁତ ଭଲ ଲାଗୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *