ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ଅଶୁଭ ଓ ଛାୟାଗ୍ରହର ମାନ୍ୟତା ଦିଆଯାଇଛି । ସେଥିପାଇଁ ରାହୁ ଗ୍ରହକୁ ସମସ୍ତ ଲୋକ ଭୟ କରିଥାନ୍ତି । ଯଦି କୌଣସି ରାଶି ଉପରେ ରାହୁର ଖରାପ ପ୍ରଭାବ ପଡିଥାଏ ତା ହେଲେ ସେହି ରାଶିର ଲୋକ ମାନଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ କିଛିଟା ଜାତକ ମାନଙ୍କ ପାଇଁ ବହୁତ ଶୁଭ ମଧ୍ୟ ହୋଇଥାଏ, ଯାହାଫଳରେ ସେହି ରାଶିର ଲୋକମାନଙ୍କୁ ବହୁତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାହୁ ଗ୍ରହର ସ୍ଥିତି ବିଷୟରେ ବିସ୍ତାରରେ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଯଦି କୁଣ୍ଡଳୀର ୧୧ତମ ସ୍ଥାନରେ ରାହୁ ଥିବ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ରାହୁ କୌଣସି ଜାତକର କୁଣ୍ଡଳୀରେ ୧୧ତମ ସ୍ଥାନରେ ଥିବ ତା ହେଲେ ଏହା ସେହି ଜାତକ ପାଇଁ ଶୁଭ ସ୍ଥିତି ହୋଇଥାଏ । ଏହି ଜାତକ ମାନଙ୍କୁ ପ୍ରଚୁର ମାତ୍ରାରେ ଧନଲାଭ ହୋଇଥାଏ ଓ ଆୟ ବୃଦ୍ଧି ହେବାର ନୂଆ ନୂଆ ରାସ୍ତା ଦେଖାଯାଇଥାଏ ।

୧୧ତମ ସ୍ଥାନରେ ରାହୁ ରହିଲେ ଜାତକର ସମାଜରେ ମାନ ସମ୍ମାନ ମଧ୍ୟ ବଢିଥାଏ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ପ୍ରଚୁର ଲାଭ ମିଳିଥାଏ । ଏହା ସହିତ ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରି ଯାଇଥାଏ ।
୨. ଏହି ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସିଦ୍ଧ ହୋଇଥାଏ ରାହୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କର ଜନ୍ମ ମକର ଳଘ୍ନରେ ହୋଇଛି ସେମାନଙ୍କ ପାଇଁ ରାହୁ ବହୁତ ଲାଭକାରୀ ହୋଇଥାଏ । ଏହା ବ୍ଯତୀତ ଯଦି ସେହି ଜାତକରେ ବୃହଷ୍ପତି ୧୨ଶ ସ୍ଥାନରେ ଥିବେ ତା ହେଲେ ସେହି ଜାତକର ଭାଗ୍ୟ ବଦଳିଯିବ । ହେଲେ ଅନ୍ୟ ରାଶି ମାନଙ୍କ ପାଇଁ ବୃହସ୍ପତିଙ୍କର ଏହି ସ୍ଥିତି ନକରାତ୍ମକ ହୋଇଥାଏ ।
୩. ଯଦି କୁଣ୍ଡଳୀର ତୃତୀୟ ଭାଗରେ ଥିବ

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କର କୁଣ୍ଡଳୀର ତୃତୀୟ ଭାଗରେ ରାହୁ ଥିବ ସେହି ଲୋକମାନେ ଅତ୍ୟନ୍ତ ପ୍ରଭାବଶାଳି ହୋଇଥାନ୍ତି । ଏହି ଲୋକମାନଙ୍କୁ ସଫଳତା ବହୁତ ସହଜରେ ମିଳିଯାଇଥାଏ । ଏହି ଲୋକମାନଙ୍କୁ କେବେହେଲେ ଧନର ଅଭାବ ହୋଇନଥାଏ । ଏମାନଙ୍କୁ ଜୀବନର ସମସ୍ତ ପ୍ରକାରର ଖୁସି ମିଳିଥାଏ । ଯେଉଁ ଲୋକମାନଙ୍କର ତୃତୀୟ ଭାଗରେ ରାହୁ ରହିଥାଏ ସେମାନେ ଲଗାତାର ଉନ୍ନତି କରି ଚାଲନ୍ତି ।
୪. ଯଦି କୁଣ୍ଡଳୀର ୬ଷ୍ଠ ଭାଗରେ ରାହୁ ରହିଥାଏ, ତେବେ ଏହି ଫଳ ମିଳିଥାଏ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଜାତକ ମାନଙ୍କ କୁଣ୍ଡଳୀରେ ରାହୁ ଷଷ୍ଠ ସ୍ଥାନରେ ରହିଥାଏ ସେମାନଙ୍କୁ ବହୁତ ଶୁଭ ଫଳ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକମାନେ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହୋଇନଥାନ୍ତି । ଯଦି କୌଣସି ଲୋକଙ୍କର ଜୀବନରେ କଠିନ ପରିସ୍ଥିତି ଆସିଥାଏ ତେବେ ତାହା ବହୁତ ଶୀଘ୍ର ବଦଳି ଯାଇଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

