ଜାଣନ୍ତୁ କଣ ରହିଛି ଲକଡାଉନ ୪.୦ରେ ଗାଇଡ ଲାଇନ

କରୋନା ଭାଇରସର ପ୍ରକୋପକୁ ଶେଷ କରିବା ପାଇଁ ଦେଶବ୍ୟାପୀ ଲକଡାଉନଜାରି ରହିଛି । କିନ୍ତୁ ବର୍ତ୍ତମାନ ଲକଡାଉନର ଚତୁର୍ଥ ଚରଣରେ ୧୨ଟି ରାଜ୍ୟରେ ୩୦ରୁ ଅଧିକ ନଗରପାଳିକା କ୍ଷେତ୍ରକୁ ଚିହ୍ନଟ କରା ଯାଇଛି । ଯେଉଁଠି ଅଧିକ ପ୍ରତିବନ୍ଧକ ଲଗା ଯାଉଛି । କାରଣ ଏହି ସମସ୍ତ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା  ଅଧିକ ଅଟେ ।

କହିବାକୁ ଗଲେ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୯୦,୦୦୦ରୁ ବି ଅଧିକ ହୋଇ ଯାଇଛି ଓ ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ବର୍ତ୍ତମାନ ଚୀନକୁ ବି ପଛରେ ଛାଡି ଦେଇଛି ଓ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ଦ୍ଵାରା ଏହା ଭାରତ ପାଇଁ ଏକ ଚିନ୍ତାର ବିଷୟ ହୋଇ ଆଇଛି । ଏମିତିରେ କେନ୍ଦ୍ର ସରକାର କିଛି କଡା ପଦକ୍ଷେପ ନେବା ପାଇଁ ଯୋଜନା କରିଛନ୍ତି ।

ଅଧିକାରୀମାନଙ୍କ ଅନୁସାରେ ଉପରୋକ୍ତ ଯୋଜନା ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ମହାରାଷ୍ଟ୍ର, ତମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତର ପ୍ରଦେଶ, ତେଲଂଗାନା, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ ଓଡିଶା ଦ୍ଵାରା ଚୟନ କରାଯାଇଥିବା ୩୦ଟି କ୍ଷେତ୍ରର ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କ ସହିତ ବୈଠକ କରା ଯାଇଛି ।

ଚୟନ କରାଯାଇଥିବା ନଗରପାଳିକା କ୍ଷେତ୍ରରେ ଗ୍ରେଟର ମୁମ୍ବାଇ, ଗ୍ରେଟର ଚେନ୍ନଈ, ଅହମଦାବାଦ, ଥାଣେ, ଦିଲ୍ଲୀ, ଇନ୍ଦୋର, ପୁଣେ, କଲିକତା, ଜୟପୁର, ନାସିକ, ଜୋଧପୁର, ଆଗ୍ରା, ତିରୁବଲ୍ଲୂର, ଔରଂଗାବାଦ, କୁଡ୍ଡଲୋର, ଗ୍ରେଟର ହୈଦରାବାଦ, ସୂରତ, ଚେଂଗଲପଟ୍ଟୂ, ଅରିୟାଲୁର, ହାୱଡ଼ା , କୁର୍ନୂଲ, ଭୋପାଲ, ଅମୃତସର, ବିଲ୍ଲୁପୁରମ, ୱଡୋଦରା, ଉଦୟପୁର, ପାଲଘର, ବେରହାମପୁର, ସୋଲାପୁର ଓ ମେରଠ ସାମିଲ ଅଛି ।

ଅଧିକାରୀ କହିଲେ କି କୌଣସି ବି ରାଜ୍ୟ ଲକଡାଉନକୁ ପୂରାପୂରି ବନ୍ଦ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ସମସ୍ତେ ଆର୍ଥିକ ଗତିବିଧିକୁ ଧୀରେ ଧୀରେ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି ।

ଲକଡାଉନ ୪.୦ ଗାଇଡଲାଇନ

୧. ଆନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିବ

୨. ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

୩. ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ରହିବ କିନ୍ତୁ ହୋମ ଡେଲିଭରି ଦେଇ ପାରିବେ । ସିନେମା ହଲ, ସପିଙ୍ଗ ମଲ, ଜିମ, ପାର୍କ, ବାର ବନ୍ଦ ରହିବ ।

୪. ସାମାଜିକ ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ ସମାବେଶ ଉପରେ କଟକଣା ।

୫. ଧର୍ମାନୁଷ୍ଠାନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ।

୬. ରାଜ୍ୟ ଭିତରେ ବସ ଚାଲି ପାରିବ । ଏହା ଉପରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

୭. କଣ୍ଟେନମେଣ୍ଟ ଜୋନ ରେ ଅତ୍ୟାବଶ୍ୟକ ଗତିବିଧି ପାଇଁ ମିଳିଛି ଅନୁମତି ।

୮. ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ ଜାରି ରହିବ ରାତ୍ରି କାଳୀନ କର୍ଫ୍ଯୁ ।

୯. ମାଲବାହୀ ଯାନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ପାରିବେ ।

୧୦. ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ କି ସବୁ ଦୋକାନ ନିର୍ଦ୍ଧିଷ୍ଟ ସମୟରେ ଖୋଲା ହେବ ଓ ବନ୍ଦ ହେବ ଓ ସେମାନେ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବେ । ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *