Sidhanta ଓ Rachana କାହିଁକି ବିବାହ କଲେ ନାହିଁ ? କଣ ପାଇଁ ଅଲଗା ହୋଇଗଲେ ? (Sidhanta Rachana breakup story)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ସିନେ ଜଗତର ସବୁଠାରୁ ଚର୍ଚିତ ଯୋଡି ହେଉଛନ୍ତି ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ରଚନା ବାନାର୍ଜୀ । ତେବେ ବହୁ କିଛି ବର୍ଷ ତଳେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କର ଅଭିନୀତ ବହୁ ଗୁଡିଏ ହିଟ୍ ଫିଲ୍ମ ସେମାନେ ଓଡିଶାବାସୀ ନିକଟରେ ପହଞ୍ଚାଇ ଆସିଛନ୍ତି । ତେବେ ଯେଉଁ ଫିଲ୍ମ ଗୁଡିକ ସେ ସମୟରେ ସୁପରଡୁପର ହିଟ୍ ହେବା ସହ ଏବେ ପର୍ଯ୍ୟନ୍ତ ସେହି ଫିଲ୍ମ ଗୁଡିକର ପ୍ରଶଂଷା ବହୁ ସିନେ ପ୍ରେମୀଙ୍କ ମୁହଁରେ ଶୁଣିବାକୁ ମିଳିଛି ।

ତେବେ ଚାଲନ୍ତୁ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କର ପ୍ରେମ ସମ୍ପର୍କରେ କଣ ପାଇଁ ଫାଟ ଆସିଥିଲା ସେହି ସମ୍ବଧୀୟ କିଛି ଆଲୋଚନା କରିବା । ତେବେ ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ବ୍ରାହ୍ମଣ ଓ ସେ ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଛନ୍ତି । ରଚନା ବାନାର୍ଜୀ ହେଉଛନ୍ତି ବଙ୍ଗୀୟ ସମ୍ପ୍ରଦାୟ ଓ ସେ କଲିକତାରେ ଜନ୍ମ ଗ୍ରହଣ କରିଛନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ର ଓଡିଶାବାସୀଙ୍କୁ ବହୁତ ଗୁଡିଏ ନିଜର ଅଭିନୀତ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ।

ତେବେ କେବଳ ଓଡିଆ ଫିଲ୍ମ ଜଗତରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ ସୀମିତ ରହିଥିଲା । ହେଲେ ରଚନା ବାନାର୍ଜୀ କେବଳ ଓଡିଆ ନୁହେଁ ଓଡିଆ ସମେତ ବହୁ ଭାଷାଭାଷୀ ଫିଲ୍ମରେ ଅଭିନୟ କରିବାର ରଚନା ବାନାର୍ଜୀଙ୍କୁ ଦେଖିବାକୁ ମିଳିଛି । ତେବେ ୧୯୯୪ ମସିହାରେ ପ୍ରଥମ କରି ଓଡିଆ ସିନେମା ଜଗତରେ ରଚନା ବାନାର୍ଜୀ ପାଦ ଥାପିଥିଲେ । ତାପରେ ପରେ ସେ ଓଡିଶାବାସୀଙ୍କର ଏତେ ମାତ୍ରାରେ ନିଜ ଫିଲ୍ମ ପାଇଁ ଭଲ ପାଇବା ପାଇଥିଲେ ।

ଯେ ଅନ୍ୟ କୌଣସି ଫିଲ୍ମରେ ସେ କାମ କରିପାରିନଥିଲେ । ତେବେ ଏହାରି ମଧ୍ୟରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଫିଲ୍ମ କରି କରୁ ଉଭୟ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କର ମଧ୍ୟରେ ଗଢିଉଥିଲା ପ୍ରେମ ସମ୍ପର୍କ ! ତେବେ ଉଭୟ ମଧ୍ୟ କିଛି ଦିନ ସାଥି ହୋଇ ରହିବା ପରେ ବାହାଘର ପାଇଁ ନିଷ୍ପତ୍ତି ମଧ୍ୟ ନେଇଯାଇଥିଲେ । ତେବେ ୨୦୦୪ ମସିହାରେ ଯେତେବେଳେ ସିଦ୍ଧାନ୍ତ ମହାପାତ୍ର ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀଙ୍କୁ ବାହାଘର ପ୍ରସ୍ତାବ ଦେଇଥିଲେ ।

ତେବେ ରଚନା ବାନାର୍ଜୀ ନିଜର କ୍ଯାରିଅର ପାଇଁ ବିବାଘର ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଥିଲେ । କାରଣ ସେ ଓଡିଆ ଫିଲ୍ମ ସହିତ ଅନ୍ୟ ଭାଷା  ଯେପରି ହିନ୍ଦୀ, କନ୍ନଡରେ ଫିଲ୍ମ କରି ସାରା ଭାରତରେ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ। ହେଲେ ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ଓଡିଶାରେ ହିଁ ରହି କାମ କରିବାକୁ କହିଥିଲେ ।

ତେବେ ଏପରି କିଛି ମନ ମାଳିନ୍ୟ କାରଣରୁ ଉଭୟଙ୍କର କଳହ ଲାଗିଥିଲା । ତାପରେ ଉଭୟ ଅଲଗା ହୋଇଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *