ରଚନା ଙ୍କ ସ୍ୱାମୀ କିଏ ଓ ସେ କଣ କରନ୍ତି ? ଜାଣନ୍ତୁ ହିରୋଇନ Rachna Banerjee ଙ୍କ ବିଷୟରେ କିଛି ଅଜଣା କଥା !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ତାଙ୍କ ଜନ୍ମ ୨ ଅକ୍ଟୋବର ୧୯୭୪ ରେ କୋଲକାତା ରେ ହୋଇଥିଲା । ସେ ତାଙ୍କର ଫିଲ୍ମ କ୍ୟାରିଅର ୧୯୯୩ ରେ ଏକ ବଙ୍ଗାଳି ଫିଲ୍ମ ଦାନ ପ୍ରତିଦାନ ରେ ମୂଖ୍ୟ ଭୂମିକାରେ ତାଙ୍କ କ୍ୟାରିଅରର ଆରମ୍ଭ କରିଥିଲେ । ଯେଉଁଥିରେ ସେ ବହୁତ ଭଲ ଭାବରେ ଅଭିନୟ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ବିଭିନ୍ନ ଆଡୁ ଫିଲ୍ମ ପାଇଁ ଅଫର ଆସିଲା ।

ଯାହାକୁ ସେ ସ୍ୱୀକାର କରିଥିଲେ,ଯେଉଁଥିରେ ମୋହିନୀ,ପୁତ୍ରପତିମା,ଦାନବ,ଲଷ୍ମୀପ୍ରତିମା ଭଳି ବହୁତ ବଙ୍ଗାଳି ଫିଲ୍ମ କରିଥିଲେ । ବଙ୍ଗାଳି ଫିଲ୍ମର ସଫଳତା ପରେ ସେ ତାଙ୍କ କ୍ୟାରିଅର ହିନ୍ଦୀ ଚଳଚିତ୍ର ରେ ଆରମ୍ଭ ପାଇଁ ଚିନ୍ତା କରିଥିଲେ । ସେ ଅମିତାବ ଙ୍କ ଫିଲ୍ମ ସୂର୍ୟବଂଶମ ରେ ଅଭିନୟ କରିଥିଲେ ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ,ହେଲେ ପରବର୍ତୀ ସମୟରେ ସେ ହିନ୍ଦୀ ଫିଲ୍ମ କୁ ଛାଡିବାକୁ ଭାବିଥିଲେ କାରଣ ହିନ୍ଦୀ ଫିଲ୍ମରେ ଅଭିନୟ କରିବାର ଶୈଳୀ ତାଙ୍କୁ ଭଲ ଲାଗିନଥିଲା ।

ତେବେ ରଚନା ବାନାର୍ଜୀ ହିନ୍ଦୀ,ବଙ୍ଗାଳୀ ଫିଲ୍ମ ସହ ବହୁତ ଓଡ଼ିଆ,କନ୍ନଡ଼,ତାମିଲ ଭାଷାରେ ମଧ୍ୟ ଫିଲ୍ମ କରିଛନ୍ତି । ତେବେ ଏହା ଭିତରେ ରଚନା ବାନାର୍ଜୀ ଓ ସିଧ୍ୟାନ୍ତ ମହାପାତ୍ରଙ୍କର ଲଭ ଷ୍ଟୋରି ଷ୍ଟାର୍ଟ ହୋଇଥିଲା ୧୯୯୪ ମସିହାରେ କାରଣ ସେହି ସମୟରେ ରଚନା ବାନାର୍ଜୀ ବଙ୍ଗଳା ଇଣ୍ଡଷ୍ଟ୍ରି କୁ ଛାଡିକି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ।

୧୯୯୪ ମସିହାରେ ସେ ୩ଟି ଫିଲ୍ମ କରିଥିଲେ – ପଥର ଖସୁଛି ବଡ ଦେଉଳୁ ,ସାଗର ଗଙ୍ଗା ଭାଇ ହେଲା ଭଗାରୀ । ଏହି ତିନୋଟି ଫିଲ୍ମ ସେ ସିଧ୍ୟାନ୍ତ ମହାପାତ୍ର ଙ୍କ ସହ କରିଥିଲେ ପରେ ତାଙ୍କ ଭିତରେ ଲଭ ଷ୍ଟୋରି ଷ୍ଟାର୍ଟ ହୋଇ ଯାଇଥିଲା । ତେବେ ଦେଖୁ ଦେଖୁ ୧୦ ବର୍ଷ ବିତିଗଲା ସେ ସିଧ୍ୟାନ୍ତ ମହାପାତ୍ର ଙ୍କ ସହ ୩୨ ଟି ଫିଲ୍ମ କଲେ ୨୦୦୪ ଯାଏ । ଯେମିତି ଆପଣ ଜାଣିଥିବେ ରଚନା ବାନାର୍ଜୀ ଏକ ସର୍ବଗୁଣ ସମ୍ପର୍ଣ୍ଣ ଝିଅଟିଏ ତାଙ୍କୁ ସବୁକିଛି ଆସେ ।

ସେ ହିନ୍ଦୀ ଫିଲ୍ମ ଭି କରନ୍ତି ବେଙ୍ଗଲୀ ଫିଲ୍ମ ଭି କରନ୍ତି ବେଙ୍ଗଲୀ ଟିଭି ସୋ ଭି କରୁଥିଲେ ଓ ତାମିଲ ଫିଲ୍ମ କରିଛନ୍ତି ତେଲୁଗୁ ଫିଲ୍ମ ଭି କରିଛନ୍ତି ପାଖାପାଖି ୨୦ଟି କାନାଡ଼ା ଫିଲ୍ମ ମଧ୍ୟ କରିଛନ୍ତି । ତେବେ ୧୫ ଟି ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି ତାହା ସହିତ ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି । ତା ପରେ ପରେ ସିଧ୍ୟାନ୍ତ ରଚନା ଙ୍କୁ ସିକ୍ରେଟ ବାହା ହୋଇଯାଇଥିଲେ । ବାହାଘର ବେଳକୁ ତାଙ୍କୁ ହୋଇଥିଲା ୩୦ ବର୍ଷ ବୟସ ।

ବାହାଘର ପରେ ସେ ଆହୁରି ଫିଲ୍ମ କରିବାକୁ ଚାହୁଁଥିଲେ ତାଙ୍କୁ ସବୁ ଭାଷାରେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଅଫର ଆସିଥିଲା କିନ୍ତୁ ସିଧ୍ୟାନ୍ତ ମହାପାତ୍ର ଚାହୁଁନଥିଲେ କି ସେ ଆଉ ଫିଲ୍ମ କରନ୍ତୁ ବୋଲି । ତେବେ କିନ୍ତୁ ସିଧ୍ୟାନ୍ତ ଚାହୁଁଥିଲେ କି ସେ ଆଉ କୋଉ ଫିଲ୍ମ ନକରନ୍ତୁ ସେ ଖାଲି ତାଙ୍କ ସହ ଓଡ଼ିଆ ଫିଲ୍ମ କରନ୍ତୁ ବୋଲି ଓ ସେ ଓଡ଼ିଶାରେ ରୁହନ୍ତୁ ବୋଲି କିନ୍ତୁ ରଚନା ବାନାର୍ଜୀ ନିଜର ସ୍ୱାଧୀନତା ଚାହୁଁଥିଲେ । ସେ କାହା ପରାଧୀନ ହୋଇ ରହିବାକୁ ଚାହୁଁନଥିଲେ ।

ସେଥିଲାଗି ସେ ସିଧ୍ୟାନ୍ତ ମହାପାତ୍ର ଙ୍କୁ ଡିଭୋର୍ସ ଦେଇ ସେ ତାଙ୍କ କଲକାତା ଫେରି ଯାଇଥିଲେ । ତା ପର ତିନି ବର୍ଷ ଯାଏ ବାହା ନ ହେଇ ନିଜ ଜୀବନକୁ ଆରାମ ରେ କାଟିଥିଲେ ତୋ ଗୋଟେ ପରେ ଗୋଟେ ଫିଲ୍ମ କରି ଚାଲିଲେ । ତେବେ ସେ  ୩ବର୍ଷରେ ପାଖାପାଖି ୨୫ଟି ଫିଲ୍ମ କରିଛନ୍ତି ଓ ୨୦୦୭ ମସିହାରେ ତାଙ୍କର ଦେଖାହୋଇଥିଲା ପ୍ରବଲ ବାସୁ ଙ୍କ ସହିତ ଯେ କି ଜଣେ ଇଞ୍ଜିନିଅର ଓ ତାଙ୍କ ଫ୍ରେଣ୍ଡସିପ ବହୁତ ଶୀଘ୍ର ଭଲ ପାଇବାରେ ପରିଣତ ହୋଇଗଲା ।

ପରେ ପରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ଓ ବର୍ତମାନ ସମୟରେ ରଚନା ବାନାର୍ଜୀ ଙ୍କର ଗୋଟେ ପୁଅ ମଧ୍ୟ ଅଛି ତାର ନାମ ହେଲା ପ୍ରନୀଲ ବାସୁ ଓ ବର୍ତମାନ ସମୟରେ ସେ ତାଙ୍କ ଫ୍ୟାମିଲି ଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *