ଏହି ୫ ଜଣ ଯୋଧ୍ୟାଙ୍କ ବିନା ରାବଣଙ୍କୁ ହରାଇ ପାରି ନଥାନ୍ତେ ଶ୍ରୀରାମ, ଆସନ୍ତୁ ଜାଣିବା ସେମାନେ କିଏ

କହିବାକୁ ଗଲେ ଭାରତରେ ପ୍ରାୟତଃ ସମସ୍ତେ ରାମାୟଣ ଦେଖିଛନ୍ତି କିମ୍ବା ପଢିଛନ୍ତି । ସମସ୍ତେ ରାମାୟଣରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଷୟରେ ଅଧିକ ଜାଣିଛନ୍ତି । କାରଣ ଟିଭି ସିରିୟଲ କିମ୍ବା ଅନ୍ୟ କେତେକ ପ୍ଲାଟଫର୍ମରେ ଏମାନଙ୍କର କାହାଣୀ ଅଧିକ ଦେଖାଯାଏ । କିନ୍ତୁ ଏମାନଙ୍କ ଛଡା ରାମାୟଣରେ ଏମିତି ବି କିଛି ପାତ୍ର ଅଛନ୍ତି ଯାହାଙ୍କ ବିନା ଶ୍ରୀରାମ ରାବଣଙ୍କୁ ପରଜାୟ କରି ପାରି ନ ଥାନ୍ତେ । ସେମାନେ ସମସ୍ତେ ରାମଙ୍କ ସେନାର ପ୍ରମୁଖ ଯୋଦ୍ଧା ଥିଲେ । ଆଜି ଆମେ ଆପଣଙ୍କୁ ଏମିତି ୫ ଜଣ ଯୋଦ୍ଧା ବିଷୟରେ କହିବାକୁ ଯାଉଛୁ ଯିଏ ରାବଣ ଓ ରାମଙ୍କ ଯୁଧ୍ୟରେ ରାମଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ, ଆସନ୍ତୁ ସେହି ଯୋଦ୍ଧାଙ୍କ ବିଷୟରେ ଜାଣିବା ।

ସୁଗ୍ରୀବ

ସର୍ବ ପ୍ରଥମେ ଭଗବାନ ଶ୍ରୀରାମଙ୍କ ସାହାର୍ଯ୍ୟ ସୁଗ୍ରୀବ କରିଥିଲେ ଓ ରାମାୟଣରେ ରାମ ଓ ରାବଣଙ୍କ ଯୁଦ୍ଧରେ ସୁଗ୍ରୀବଙ୍କ ମୁଖ୍ୟ ଭୂମିକା ଥିଲା । ଆପଣଙ୍କୁ କହିଦେଉଛୁ କି ସୁଗ୍ରୀବଙ୍କ ସେନା ହିଁ ରାବଣଙ୍କ ସେନା ସହ ଯୁଦ୍ଧ କରିଥିଲେ । କହିବାକୁ ଗଲେ ସମସ୍ତଙ୍କୁ ଭଗବାନ ଶ୍ରୀ ରାମଙ୍କ ଯୁଦ୍ଧ କଥା ମନେ ଅଛି କିନ୍ତୁ ସମସ୍ତେ ସୁଗ୍ରୀବଙ୍କ ସେନା କଥା ଭୁଲି ଯାଇଛନ୍ତି ।

ଜାମ୍ବବନ୍ତ

ଯେତେବେଳେ ମହାବଳୀ ହନୁମାନ ସମୁଦ୍ର କୂଳରେ ନିରାଶ ହୋଇ ବସିଥିଲେ ଓ ଚିନ୍ତା କରୁଥିଲେ କି କେଉଁ ପ୍ରକାରରେ ଭଗବାନ ଶ୍ରୀରାମଙ୍କ କାର୍ଯ୍ୟକୁ ପୁରା କରାଯାଇ ପାରିବ । ସେହି ସମୟରେ ହିଁ ଜାମ୍ବବନ୍ତା ମହାବଳୀ ହନୁମାନଙ୍କୁ ତାଙ୍କର ଶକ୍ତି ବିଷୟରେ ମନେ ପକାଇ ଥିଲେ । ଏହାର ଅନୁମାନ ବି ଲଗାଇ ପାରିବେ ନାହିଁ କି ଜାମ୍ବବନ୍ତ କେତେ ବଡ କାର୍ଯ୍ୟ କରିଥିଲେ । କିନ୍ତୁ ରାମାୟଣର ଏହି ପାତ୍ରକୁ ବି ଆଜି କେହି ମନେ ରଖି ନାହାନ୍ତି ।

ଜଟାୟୁ

ଅରୁଣ ଦେବତାଙ୍କ ପୁତ୍ର ଜଟାୟୁ ଯେତେବେଳେ ମାତା ସୀତାଙ୍କୁ ରାବଣ ନିଜ ସହିତ ଲଙ୍କା ନେଇ ଯାଉଥିଲେ ସେହି ସମୟରେ କେବଳ ଜଟାୟୁ ହିଁ ରାବଣଙ୍କ ସହ ଯୁଦ୍ଧ କରିଥିଲେ ଓ ଏହି ଯୁଦ୍ଧରେ ସେ ନିଜର ପ୍ରାଣ ତ୍ୟାଗ ବି କରିଥିଲେ । ଏହା ପରେ ନିଜର ଶେଷ ସମୟରେ ଜଟାୟୁ ଭଗବାନ ଶ୍ରୀ ରାମଙ୍କୁ ମାତା ସୀତାଙ୍କର ସଠିକ ଠିକଣା ଦେଇଥିଲେ । କିନ୍ତୁ ଆଜି ଏହି ମହାନ ଯୋଦ୍ଧାଙ୍କ ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି ।

ନଳ ଓ ନୀଳ

କହିବାକୁ ଗଲେ ନଳ ଓ ନୀଳଙ୍କ ବିନା ଭଗବାନ ଶ୍ରୀରାମ ସମୁଦ୍ରରେ ସେତୁ ବାନ୍ଧି ପାରି ନ ଥାନ୍ତେ । କାରଣ ନଳ ବିଶ୍ଵକର୍ମାଙ୍କ ପୁତ୍ର ଥିଲେ ଓ ସେ ନିଜ ହାତରେ କୌଣସି ବି ବସ୍ତୁକୁ ଯଦି ସମୁଦ୍ରରେ ଛାଡି ଦେଉଥିଲେ ତେବେ ସେହି ଜିନିଷଟି ପାଣିରେ ବୁଡି ନ ଥାଏ ଏବଂ ଏହାର ବିପରୀତ ତାହା ପାଣି ଉପରେ ପହଁରିଥାଏ । ଏମିତିରେ ସେତୁ ନିର୍ମାଣ କାର୍ଯ୍ୟରେ ନଳର ଭୂମିକା ମୁଖ୍ୟ ଅଟେ ।

ଅଙ୍ଗଦ

ରାମାୟଣର ପାତ୍ର ଅଙ୍ଗଦ ଏକ ଏମିତି ରାଜଦୂତ ଥିଲେ ଯିଏ ରାବଣ ସାମ୍ନାରେ ବହୁତ ହିଁ ବିରତା ଓ ବୁଦ୍ଧିମାନର କଥା ରଖିଥିଲେ । ଏହା ସହିତ ଅଙ୍ଗଦ ନିଜର ବିରତା ଯୁଦ୍ଧରେ ବି ଦେଖାଇଥିଲେ । ଏଥିରୁ ଆପଣ ଅନ୍ଦାଜ ଲଗାଇ ପାରିବେ କି ଅଙ୍ଗଦ କେତେ ଶକ୍ତିଶାଳୀ ଥିଲେ । କାରଣ ରାବଣ ବି ତାଙ୍କର ଗୋଡକୁ ହଲାଇବାରେ ଅସମର୍ଥ ହୋଇଥିଲେ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଗୋଟିଏ ଶେୟାର କରନ୍ତୁ ଓ ଏହିପରି କିଛି ଅଧିକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *