ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପରିବାର ଲୋକେ ଯାଇଥିଲେ ପୁରୀରେ ଜଗନ୍ନାଥକୁ ଦର୍ଶନ କରିବା ପାଇଁ ଓ ବହୁତ ଭଲଭାବରେ ଦର୍ଶନ ସାରି ଘରକୁ ଆସି ଦେଖିଲ ବେଳକୁ ସବୁ ଲୁଟିନେଲେ ଦୁର୍ବୁତ୍ତ । ସୂଚନା ଅନୁସାରେ ଭୁବନେଶ୍ଵର କ୍ୟାପିଟାଲରେ ରହିଥିବା ପ୍ରଣବ କୁମାରଙ୍କ ଘରେ 7 ଘଣ୍ଟାରେ ଚୋର ସବୁ କିଛି ଲୁଟ କରିକି ନେଇଯାଇଛି ।

ପରିବାର ଲୋକେ ଦର୍ଶନ ସାରି ଘରକୁ ଆସିକି ଦେଖିଲ ବେଳେ ଘରର ସବୁ ଜିନିଷ ଏଣେ ତେଣେ ପଡିଛି ଓ ଆଲମାରୀରୁ 12 ଲକ୍ଷ ଟଙ୍କା , ସୁନାଗହଣା ଆଦିକୁ ଲୁଟି କରି ବାହାରେ ଥିବା ପଲ୍ସର ଗାଡିକୁ ମଧ୍ୟ ଛାଡିଲେନି ଦୁର୍ବୁତ୍ତ । ପ୍ରଣବଙ୍କ ସ୍ତ୍ରୀ କାନ୍ଦୁଛନ୍ତି ଯେ ଜଗାଙ୍କ ଦର୍ଶନ କରି ଖୁସିରେ ଘରକୁ ଆସୁଥିଲୁ ମାତ୍ର ଏମିତି କିଛି ଘଟିବ ବୋଲି ଆମେ ଭାବିନଥିଲୁ ।
ପ୍ରଣବ କୁମାର ବିଧାନ ସଭାର ଆସିଷ୍ଟାଣ୍ଡ ଚାକିରୀ କରନ୍ତି । ତେବେ ତିନିମାସ ପୂର୍ବରୁ ତାଙ୍କୁ କିଏ ଫଲୋ କରିବା ପରି ତାଙ୍କୁ ଅନୁଭବ ହେଉଥିଲା । ସୋସିଆଲ ମିଡିଆରେ କହିଛନ୍ତି ଯଥା ତାଙ୍କ ଘର ସାମ୍ନାରେ ଗୋଟିଏ ପାଚିରି ରହିଛି । ସେଠାରେ ସେ ସାହିର କିଛି ଯୁବକ ଅଭଦ୍ର ଭାଷା ବ୍ୟବହାର କରନ୍ତି ଓ ସନ୍ଧ୍ୟା ହେଲା ମାତ୍ରେ ଆଡା କରନ୍ତି ।

ପ୍ରଣବଙ୍କ କହିବା ଅନୁସାରେ ତାଙ୍କ ଘରର ଲୁଟିବା ପଛରେ ତାଙ୍କ ହସ୍ତ ଥାଇପାରେ ବୋଲି ଅଭିଯୋଗ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ କେହି ତାଙ୍କୁ ବହୁଦିନରୁ ପରୀକ୍ଷଣ କରି ତାଙ୍କ ଘରର କୋଣ କୋଣ ବିଷୟରେ ଅବଗତ ହୋଇ । ସେମାନଙ୍କ ଅନୁପସ୍ଥିତିରେ ଏଭଳି କାଣ୍ଡ କରିଛନ୍ତି ବୋଲି କହିଛନ୍ତି । ତେବେ ଘଟଣା ଜାଣିବା ପରେ ପୋଲିସ ସେହି ସ୍ଥାନକୁ ଆସି ଘରକୁ ତନତନ କୁ ଅନୁସନ୍ଧାନ କରିଥିଲେ ଓ ଅଭଯୋଗ କରିଥିବା ଯୁବକଙ୍କୁ ଧରି ପଚରାଉଚରା କରି ଛାଡିଦେଇଥିବା ସୂଚନା ମିଳିଛି ।
ଘରର ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଲୁଟେରାକୁ ଖୋଜିବା ବି ପୋଲିସ ପ୍ରୟାସ କରୁଛି । ଅତି ଶୀଘ୍ର ଲୁଟେରା ମାନଙ୍କୁ ଧରିବେ ବୋଲି ପୋଲିସ କର୍ତ୍ତୁପକ୍ଷ କହିଛନ୍ତି । ପରିବାର ଲୋକଙ୍କ ସନ୍ଦେହ ଠିକ ୟା ଭୁଲ କିଏ କରିଛି ଏହି ଲୁଟେରା ଏହା ସମ୍ପର୍କରେ ଆଗକୁ ଜାଣିବା ପାଇଁ ଚାହାନ୍ତି ତେବେ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

