ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗର୍ଭବତୀ କରି ବସଷ୍ଟାଣ୍ଡ ରେ ଛାଡିଦେଲା । ସାତଜନ୍ମ ରହିବି ବୋଲି ଶପଥ କରି ଯିଏ ବାହା ହୋଇଥିଲା ସେ ସାତ ମିନିଟ୍ ରେ ନିଷ୍ପତି ନେଇଗଲା । ପ୍ରେମବିବାହରେ ଝିଅ ସମସ୍ତକୁ ଛାଡି ପ୍ରେମିକ ପଛରେ ଆସିଥାଏ। ଏବେ ସେହି ପ୍ରେମିକ ବାହାହୋଇ ସ୍ତ୍ରୀଙ୍କୁ ଗର୍ଭବତୀ କରି ମଝି ରାସ୍ତାରେ ଛାଡି ପଳେଇଛି ।
ବସ ଷ୍ଟେସନର୍ରେ ମହିଳା ଜଣକ ମୁଣ୍ଡ ଧରି କାନ୍ଦୁଛନ୍ତି । ପେଟରେ ବଢୁଛି 4 ମାସର ଶିଶୁ ମାତ୍ର ତିଣକେ ଚିନ୍ତା କଲାନି ସ୍ଵାମୀ । ହଁ ଦର୍ଶକବନ୍ଧୁ ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲା କୁସୁମା ଛକ ନିକଟରେ । ସକାଳ ହେଲେ ଲୋକେମାନେ ଛକ ନିକଟ ଦେଇ ଯିବାଆସିବା କରନ୍ତି । ସେଥିମଧ୍ୟରୁ କିଛି ଲୋକମାନଙ୍କର ଦୃଷ୍ଟି କାନ୍ଦୁଥିବା ମହିଳାଙ୍କ ଉପରେ ପଡିଲା ଓ ଲୋକେ ଯେବେ ତାଙ୍କ ପାଖକୁ ଯାଇ ପଚାରିଲେ ।
ତେବେ ମହିଳା ଜଣକ କହିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ଛାଡିକୁ ପଳେଇଛନ୍ତି । ଉଭୟଙ୍କ ପ୍ରେମ କରି ବିବାହ କରିଥିଲେ ମାତ୍ର ସେ ଗର୍ଭବତୀ ବୋଲି ଜାଣିବା ପରେ ମଧ୍ୟ ସେ ଅନ୍ୟ ଝିଅକୁ ବିବାହ କରିଥିଲେ ଓ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏବେ ସେ ଏକୁଟିଆ ହେଇଗଲେ । ପେଟରେ 4 ମାସର ଶିଶୁଙ୍କୁ ନେଇ ସେ କାହା ପାଖକୁ ଯିବେ ।
ଏଭଳି କିଛି କହି ଭୋ ଭୋ କରି କାନ୍ଦୁଛନ୍ତି । ମହିଳାଜଣକର ନାମ ତପସ୍ଵିନୀ ଓ ସ୍ଵାମୀଙ୍କ ନାମ ଶିପୁନ । ଶିପୁନ ତପସ୍ଵିନୀ ଥାଉ ଥାଉ ଅନ୍ୟ ଝିଅକୁ ବିବାହ କରି ତପସ୍ଵିନୀଙ୍କୁ ବସଷ୍ଟାଣ୍ଡରେ ଛାଡିଦେଲେ । ସ୍ଥାନୀୟ ଲୋକେ ଯେବେ ତାଙ୍କ ସହ ଯୋଗାଯୋଗ କରିଥିଲେ ଶିପୁନ କହିଥିଲେ ଯେ ତାଙ୍କ ସହ ମୋର କୋଣସି ସମ୍ପର୍କ ନାହିଁ , ତେଣୁ ତାଙ୍କୁ ପୋଲିସ ଥାନାକୁ ନେଇକି ଯାଅ ।
ସ୍ଥାନୀୟ ଲୋକେ ମହିଳାଙ୍କୁ ପୋଲିସ ଷ୍ଟେସନକୁ ନେଇକି ଗଲେ । ପୋଲିସ ମହିଳାଙ୍କ ଠାରୁ ତାଙ୍କ ସ୍ଵାମୀର ଠିକଣା ପଚାରି ଏବେ ସଂପୂର୍ଣ୍ଣ ମାମଲାର ତଦାରଖ କରୁଛନ୍ତି ପୋଲିସ । ପୋଲିସଥାନାରେ ତପସ୍ଵିନୀ ଓ ଶିପୁନଙ୍କ କେଶ ଚାଲିଥିବା ସୂଚନା ମିଳିଛି । ତେବେ ଏହି ଖବର ସମ୍ବନ୍ଧୀୟ ଲେଟେଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରି ଆପଣଙ୍କ ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।